ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ୟୁଏଇରେ ଫାଶୀ ପାଇବାର କିଛି ଘଣ୍ଟା ପୂର୍ବରୁ ମାଆ-ବାପାଙ୍କୁ ଏହି କଥା କହିଥିଲେ ଶହଜାଦୀ

Published By : Prameya | March 4, 2025 9:27 PM

ବାନ୍ଦା : ୟୁପିର ବାନ୍ଦା ଜିଲ୍ଲାର ଶହଜାଦୀ ଖାନଙ୍କୁ ସଂଯୁକ୍ତ ଆରବ ଏମିରଟ (ୟୁଏଇ)ରେ ୧୫ ଫେବ୍ରୁଆରୀରେ ଫାଶୀ ଦିଆ ଯାଇ ସାରିଛି। ଶହଜାଦୀଙ୍କ ନାଁରେ ଏକ ନିରୀହ ଶିଶୁକୁ ହତ୍ୟା କରିବାର ଅଭିଯୋଗ ଥିଲା। ଫାଶୀର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୧୪ ଫେବ୍ରୁଆରୀ ରାତିରେ ଶହଜାଦୀ ଶେଷ ଥର ନିଜର ମାତା ପିତାଙ୍କୁ ଫୋନ କରି ଥିଲେ। ଏହି ସମୟରେ ସେ କହିଥିଲେ ଯେ, ଅବୁ ଏହା ମୋର ଶେଷ କଲ୍‌ , ହୋଇପାରେ ଏବେ ଆଉ ମୁଁ ଫୋନ୍‌ କରି ପାରିବି ନାହିଁ। ଯେଉଁ କେସ୍‌ ରୁଜୁ କରାଇଛ , ତାକୁ ଫେରେଇ ନିଅ , କାହା ସହ ଶତ୍ରୁତା କର ନାହିଁ , ଅଧିକ ଅସୁବିଧା ହେଲେ ମୁମ୍ୱାଇ ଚାଲିଯିବ। ଏବେ କୋର୍ଟ କଚେରୀର ଚକ୍କରରେ ପଡ଼ ନାହିଁ।

ଫୋନ୍‌ରେ ଶହଜାଦୀ କାନ୍ଦି କାନ୍ଦି ନିଜର ଅସହାୟ ମାତାପିତାଙ୍କୁ ବୁଝାଉ ଥିଲେ । ଅନ୍ୟପଟେ ପିତାମାତା ମଧ୍ୟ ଶହଜାଦୀଙ୍କୁ ଶାନ୍ତ୍ୱନା ଦେଉଥିଲେ। ୧୪ ଫେବ୍ରୁଆରୀରେ କରିଥିବା ଏହି କଲ ଥିଲା ଶହଜାଦୀଙ୍କ ଶେଷ କଲ୍‌ ଥିଲା, ୧୫ ଫେବ୍ରୁଆରୀରେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। ଶହଜାଦୀଙ୍କ ମୃତ୍ୟୁର ସ୍ପଷ୍ଟ ଦିଲ୍ଲୀ ହାଇକୋର୍ଟରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ କରିଛି। ତାଙ୍କର ଅନ୍ତିମ ସଂସ୍କାର ୫ ମାର୍ଚ୍ଚରେ ଦୁବାଇରେ ହିଁ କରାଯିବ। ପିତା ଶବୀର ଖାନ ଭାରତ ସରକାରଙ୍କୁ ଶହଜାଦୀଙ୍କ ଶବକୁ ଭାରତ ଆଣିବା ପାଇଁ ଅନୁରୋଧ କରିଛନ୍ତି।

ଆପଣଙ୍କୁ କହି ରଖୁଛୁ କି, ଶହଜାଦୀ ବାନ୍ଦାର ମଟୌନ୍ଧ ଥାନା କ୍ଷେତ୍ରର ଗୋୟରା ମୁଗଲି ଗାଁରେ ରହୁଥିଲେ। ତାଙ୍କୁ ୨୦୨୧ରେ ଆଗ୍ରାରେ ରହୁଥିବା ଉଜୈର ପ୍ରଥମେ ପ୍ରେମ ଜାଲରେ ଫସାଇ ଥିଲା। ଏହାପରେ ତାଙ୍କ ମୁହଁର ପ୍ଲାଷ୍ଟିକ୍‌ ସର୍ଜରୀ କରିବା ଆଳରେ ଦୁବାଇ ପଠାଇ ଦେଲା।  ଦୁବାଇରେ ଉଜୈରର ସଂପର୍କୀୟ ରହୁଥିଲେ। ଏଠାରେ ତାଙ୍କ ସଂପର୍କୀୟଙ୍କ ଶିଶୁର ମୃତ୍ୟୁ ହୋଇ ଗଲା ।ମୃତ୍ୟୁର ୨ ମାସ ପରେ ଶିଶୁର ହତ୍ୟାର ଅପରାଧରେ ଶହଜାଦୀଙ୍କୁ ଫାଶୀ ଦିଆ ଗଲା । ଶେଷରେ ଦୁବାଇର କୋର୍ଟ ଶହଜାଦୀଙ୍କୁ ଫାଶୀ ଦଣ୍ଡ ଶୁଣାଇ ଥିଲେ। 

ପରିବାର ମୁତାବିକ୍, ଶହଜାଦୀ ଯେବେ ୮ ବର୍ଷର ଥିଲେ , ସେତେବେଳେ ରୋଷେଇ କରୁଥିବା ବେଳେ ଗରମ ପାଣି ତାଙ୍କ ମୁହଁ ଉପରେ ଖସି ପଡ଼ି ଥିଲା, ଏହାପରେ ତାଙ୍କର ଚେହେରା ଖରାପ ହୋଇ ଯାଇ ଥିଲା। ତାଙ୍କର ଇଚ୍ଛା ଥିଲା କି ସେ ନିଜର ଚେହେରା ଠିକ୍‌ କରାଇ ପାରିବେ। ଏଥିପାଇଁ ସେ ବାନ୍ଦାର ଏକ ସମାଜସେବୀ ସଂସ୍ଥା ସହ କାମ ଆରମ୍ଭ କରିଥିଲେ , ଏହା ମାଧ୍ୟମରେ ଆଗ୍ରାରେ ରହୁଥିବା ଉଜୈର ନାମକ ଯୁବକ ସହ ତାଙ୍କର ବନ୍ଧୁତା ହେଲା । ଅଭିଯୋଗ କି ଉଜୈର ତାଙ୍କୁ ଠକି ଦୁବାଇରେ ଥିବା ନିଜର ସଂପର୍କୀୟଙ୍କୁ ଦେଢ ଲକ୍ଷ ଟଙ୍କାରେ ବିକ୍ରି କରିଦେଇ ଥିଲା। 

ଶହଜାଦୀ ଦୁବାଇରେ ଉଜୈରର ଅଙ୍କଲ ଓ ଆଣ୍ଟି ନାଜିଆଙ୍କ ଘରେ ଚାକରାଣୀ ଭାବେ ରହିଥିଲେ। ଏହି ସମୟରେ ନାଜିଆଙ୍କ କୋମଳମତି ଶିଶୁ ପୁତ୍ରର ଟିକା ଦେବା ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଗଲା। ପରେ ତାର ମୃତ୍ୟୁ ହୋଇଗଲା। ଶିଶୁଟିର ମୃତ୍ୟୁ ପରେ ଉଜୈରର ଅଙ୍କଲ-ଆଣ୍ଟି ଶିଶୁକୁ ହତ୍ୟା କରିବା ଅପରାଧରେ ଶହଜାଦୀଙ୍କୁ ଫସାଇ ଦେଲେ। 

 ଶହଜାଦୀଙ୍କ ପିତା ଶବୀର କହିଛନ୍ତି କି ଗତ ୧୪ ଫେବ୍ରୁଆର ରାତି ପାଖାପାଖି ୧୨ଟା ସମୟରେ ଶହଜାଦୀ ଙ୍କର ଫୋନ ଆସିଥିଲା, ଯେଉଁଥିରେ ସେ କହିଥିଲେ କି ,ଏବେ ତାଙ୍କର ଅନ୍ତିମ ସମୟ ଆସିଗଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.