ଓ୍ବାଶିଂଟନ,୨୬।୨: ବିଶ୍ବରେ ଏପରି ଅନେକ କମ୍ପାନୀ ଅଛି ଯେଉଁମାନେ ସେମାନଙ୍କର ପଲିସିକୁ ସବୁଠାରୁ ଅଧିକ ପ୍ରାଥମିକତା ଦିଅନ୍ତି। ସେମାନେ ଏଥିରେ କୌଣସି ସାଲିସ କରନ୍ତି ନାହିଁ। ନିକଟରେ ଆମେରିକାର ଏକ ଷ୍ଟାର୍ଟ ଅପ୍ କମ୍ପାନୀ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ଅଫିସରେ ଲାଗୁ ହୋଇଛି ‘ନୋ ସୁଜ୍’ ପଲିସି। ଅର୍ଥାତ କମ୍ପାନୀର କର୍ମଚାରୀ ଏବଂ ଭିଜିଟର ଅଫିସ ଭିତରକୁ ପ୍ରବେଶ କରିବା ପୂର୍ବରୁ ବାହାରେ ଜୋତା କାଢିବାକୁ ବାଧ୍ୟ। କାରଣ ଅଫିସ ଭିତରେ ଜୋତା ପିନ୍ଧିବା ନିଷେଧ।

ଏହି କମ୍ପାନୀଟି ଆମେରିକାର କାଲିଫର୍ନିଆରେ ଥିବା ଏକ AI ଷ୍ଟାର୍ଟଅପ୍ ଏହି ଅଜବ ନିୟମ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ, ଯାହାକୁ ଲୋକମାନେ ଖୁବ୍ ଅଜବ ନିୟମ ମନେ କରନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ଏକ ଫଟୋ ଭାଇରାଲ ହେବା ପରେ ଏହି ନିୟମ ବିଷୟରେ ଆଲୋଚନା ଆହୁରି ତୀବ୍ର ହୋଇଥିଲା। ଏହି ଫଟୋରେ, ଅନେକ ଜୋତା ଷ୍ଟାଣ୍ଡରେ କିମ୍ବା ଚାରିଆଡେ ବିଛାଡ଼ି ହୋଇଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ‘କୁପର୍ଟିନୋ’ର ଜଣେ ଡେଭଲପର ଆଣ୍ଡ୍ରେ ଲ୍ୟାଣ୍ଡଗ୍ରାଫ୍ ତାଙ୍କ‘ଏକ୍ସ’ ଆକାଉଣ୍ଟରୁ ପୋଷ୍ଟ କରିଛନ୍ତି। ତାଙ୍କର ପୋଷ୍ଟ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥିଲା। ଅଫିସ୍ ଫ୍ଲୋରରେ ପଡିଥିବା ଜୋତାର ଫଟୋ ଦେଖିବା ପରେ, ଟେକ୍ ଇଣ୍ଡଷ୍ଟ୍ରୀର ଲୋକମାନେ ସେହି ସ୍ଥାନକୁ ‘କର୍ସର’ର ଅଫିସ ବୋଲି ଚିହ୍ନି ପାରିଥିଲେ।

ଆମେରିକାର ସାନ ଫ୍ରାନ୍ସିସ୍କୋରେ ଅବସ୍ଥିତ ଏକ AI ଷ୍ଟାର୍ଟଅପ୍ ‘କର୍ସର’ ବର୍ତ୍ତମାନ ଏହାର ଅଦ୍ଭୁତ ଅଫିସ୍ ପଲିସି ପାଇଁ ଖବରରେ ଅଛି। କର୍ମଚାରୀ ଏବଂ ଅତିଥିମାନଙ୍କୁ ଅଫିସ୍ ଭିତରେ ଜୋତା ପିନ୍ଧିବାକୁ ଅନୁମତି ନାହିଁ। ସମସ୍ତଙ୍କୁ ଗେଟ୍ ପାଖରେ ଜୋତା କାଢ଼ି ମୋଜା କିମ୍ବା ଚପଲ ପିନ୍ଧି କାମ କରିବାକୁ ପଡିଥଏ।

କମ୍ପାନୀ ବିଶ୍ୱାସ କରେ ଯେ ଏହି ନିୟମ ଅଫିସରେ ଘର ଭଳି ପରିବେଶ ସୃଷ୍ଟି କରେ, ଚାପ ହ୍ରାସ କରେ ଏବଂ ଅଧିକ ସମୟ ପାଇଁ ଧ୍ୟାନ କେନ୍ଦ୍ରିତ କରିବାରେ ସାହାଯ୍ୟ କରେ। ‘କର୍ସର’ କର୍ମଚାରୀ ବେନ୍ ଲାଙ୍ଗ ମଧ୍ୟ ପୂର୍ବରୁ ସୋସିଆଲ ମିଡିଆରେ ସମାନ ଫଟୋ ସେୟାର କରି କହିଛନ୍ତି ସେ ସର୍ବଦା ଷ୍ଟାର୍ଟଅପ୍ସରେ କାମ କରିଛନ୍ତି ଯେଉଁଠାରେ ଅଫିସରେ ଜୋତା ପିନ୍ଧାଯାଏ ନାହିଁ। ‘କର୍ସର’ ହେଉଛି ଏକ AI-ଆଧାରିତ କୋଡ୍ ଏଡିଟର୍ (IDE) ଯାହା ଡେଭଲପରମାନଙ୍କୁ କୋଡ୍ ଲେଖିବା ଏବଂ ବୁଝିବାରେ ସାହାଯ୍ୟ କରେ। ନଭେମ୍ବର ୨୦୨୫ ରେ, କମ୍ପାନୀ ୨.୩ ବିଲିୟନ ଡଲାର ପାଣ୍ଠି ସଂଗ୍ରହ କରିଥିଲା ଏବଂ ଏହାର ଭାଲ୍ୟୁଏସନ୍ ୨୯.୩ ବିଲିୟନ ଡଲାରରେ ପହଞ୍ଚିଥିଲା। କମ୍ପାନୀର ପ୍ରତିଷ୍ଠା ୨୦୨୨ରେ ଅମନ ସେଙ୍ଗର, ମାଇକେଲ ଟ୍ରୁଏଲ, ସୁହାଲେହ ଆସିଫ୍ ଓ ଅରବିନ୍ଦ ଲୁନମାର୍କ କରିଥିଲେ। ସିଲିକନ୍ ଭ୍ୟାଲିରେ ଜୋତା ‘ନୋ-ସୁଜ୍’ ପଲିସି ନୂଆ ନୁହେଁ। ଅନେକ ଟେକ୍ କମ୍ପାନୀରେ ଏହାକୁ ଷ୍ଟାର୍ଟଅପ୍ ସଂସ୍କୃତିର ଏକ ଅଂଶ ଭାବରେ ଗ୍ରହଣ କରିଥାନ୍ତି। କିଛି ବିଶେଷଜ୍ଞଙ୍କ ମତରେ ଓ୍ବାର୍କଫ୍ରମ ହୋମ୍ ପରେ ଭଳି ଅଫିସ୍ ପରିବେଶକୁ ଆରାମଦାୟକ କରିବା ଉପରେ ଚେଷ୍ଟା କରାଯାଉଛି।