ପ୍ରମୂଖ ଖବର
  • ପାକିସ୍ତାନ ବିରୋଧରେ ବିଏଲଏଫର ‘ଅପରେସନ୍ ବାମ୍’; ଏକାଥରେ ୧୭ଟି ସ୍ଥାନରେ କଲା ଆକ୍ରମଣ
  • ||
  • ପାତ୍ରପୁର ଠଣାଗାଁ ଛକ ନିକଟରେ ୨ ବୁଲେଟ ମଧ୍ୟରେ ମୁହାଁମୁହିଁଁ ଧକ୍କା , ବାପା-ପୁଅ ସମେତ ୩ମୃତ
  • ||
  • ବୌଦ୍ଧ : ଜମଘାଟୀ ଗ୍ରାମରେ ଅଘଟଣ, କୂଅରେ ପଡ଼ି ବୃଦ୍ଧଙ୍କ ମୃତ୍ୟୁ
  • ||
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଏ ସପ୍ତାହର ଓଟିଟି ରିଲିଜ୍‌, ଆକ୍ସନ, କମେଡି ଓ ଥ୍ରୀଲର୍‌ରେ ଭରପୁର

Published By : Rasmita Pradhan | June 25, 2025 3:01 PM

ଓଟିଟି ପ୍ଲାଟଫର୍ମରେ ସିନେମା, ୱେବ୍‌ସିରିଜ, କମେଡି ସୋ’ ଦେଖିବାକୁ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏ ସପ୍ତାହରେ ଅଛି ମନୋରଞ୍ଜନର ଭରପୂର ଖୋରାକ । ଏ ସପ୍ତାହରେ ଆସୁଛି ‘ପଞ୍ଚାୟତ ସିଜନ ୪’ଠାରୁ ଆରମ୍ଭ କରି ‘ସ୍କିଉଡ୍‌ ଗେମ୍‌ ୩’ ଓ ‘ଦ ଗ୍ରେଟ ଇଣ୍ଡିଆନ୍‌ କପିଲ୍‌ ସୋ’ ପର୍ଯ୍ୟନ୍ତ ଏକାଧିକ ରୋଚକ ସୋ’ । ଜାଣିବା ଆସନ୍ତୁ କେବେ ଓ କେଉଁଠି ଦେଖିବେ ଏସବୁ ଫିଲ୍ମ ଓ ୱେବ୍‌ସିରିଜ ।

ହେଡ ଓଭର୍‌ ହିଲ୍‌ସ 

ଜୀବନ ଚିରାଚରିତ ଭାବେ ଗଡ଼ି ଚାଲିଛି ଓ ଆପଣ ସେଥିରେ ବିରକ୍ତ ହୋଇପଡ଼ିଲେଣି କି? ଜୀବନରେ କିଛି ନାଟକୀୟତା କାମନା କରୁଛନ୍ତି? ତା’ହେଲେ ପ୍ରସ୍ତୁତ ହୋଇ ରୁହନ୍ତୁ, କାରଣ ଜୁନ୍‌ ୨୩ରୁ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ ଭିଡିଓରେ ଉପଲବ୍ôଧ ହେଉଛି ‘ହେଡ ଓଭର ହିଲ୍‌ସ’ । ଏହି ସୋ’ର ଅଛନ୍ତି କୋଟି କୋଟି ପ୍ରଶଂସକ । ସେମାନେ ଉତ୍କଣ୍ଠାର ସହ ଏହି ସୋ’ର ପ୍ରସାରଣକୁ ଅପେକ୍ଷା କରି ରହିଥିଲେ । ଏ ଅପେକ୍ଷାର ଅନ୍ତ ହୋଇଛି ଓ ଦର୍ଶକ ବର୍ତ୍ତମାନ ଏହି ସୋ’ର ମଜା ନେଇପାରିବେ । ଏହି ସାଉଥ୍‌ କୋରିଆନ୍‌ ସୋ’ରେ ପ୍ରେମ ଅଛି, ଅଛି ବି ଭାଗ୍ୟର ଖେଳ । 

ପଞ୍ଚାୟତ ସିଜନ୍‌ ୪ 

ଜୁନ୍‌ ୨୪ ତାରିଖରୁ ଆମାଜନ ପ୍ରାଇମ୍‌ ଓଟିଟିରେ ଉପଲବ୍ଧ ହେଉଛି ଲୋକପ୍ରିୟ ସୋ’ ‘ପଞ୍ଚାୟତ’ର ଚତୁର୍ଥ ସଂସ୍କରଣ । ଏହି ସୋ’ ଜରିଆରେ ଦର୍ଶକ ପୁଣି ଥରେ ଫୁଲେରା ଗାଁର କାହାଣୀ ଭିତରକୁ ପ୍ରବେଶ କରିପାରିବେ । ଅଭିଷେକ ତ୍ରିପାଠୀ ଓ ତାଙ୍କର ଗ୍ରାମବାସୀଙ୍କ ଏହି ହୃଦୟକୁ ଛୁଇଁବା ଭଳି କାହାଣୀ ପୁଣି ଥରେ ଦର୍ଶକଙ୍କୁ ଢେର୍‌ ହସେଇବ ଓ ଭାବପ୍ରବଣ କରିଦେବା ପାଇଁ ପ୍ରସ୍ତୁତ । ଜୁନ୍‌ ୨୪, ଦିନ ୧୨ଟାରେ ଏହି ପଲିଟିକାଲ୍‌ ଡ୍ରାମା ଷ୍ଟ୍ରିମିଂ ହେବ ଆମାଜନ୍‌ ପ୍ରାଇମ୍‌ରେ । ଜିତେନ୍ଦ୍ର କୁମାର ଓ ନୀନା ଗୁପ୍ତା ସିରିଜର ଚତୁର୍ଥ ସଂସ୍କରଣରେ ପୁଣି ଥରେ ଦର୍ଶକଙ୍କ ନିକଟତର ହେବାକୁ ପ୍ରସ୍ତୁତ ହୋଇ ଆସିଛନ୍ତି । ଏହି ଟିଭି ସିରିଜର ପୂର୍ବ ଅଧ୍ୟାୟଗୁଡ଼ିକ ଭଳି ସିଜନ୍‌ ୪ ମଧ୍ୟ ଦର୍ଶକଙ୍କ ଆଶା ଆକାଂକ୍ଷା ପୂରଣ କରି ଲୋକପ୍ରିୟ ହେବ ବୋଲି ଆଶା କରିଛି ପ୍ରଯୋଜନା ସଂସ୍ଥା । ଏହି ଟିଭି ସିରିଜର ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର ମିଶ୍ର । ରଘୁବୀର ଯାଦବ, ନୀନା ଗୁପ୍ତା ଓ ଜିତେନ୍ଦ୍ର କୁମାର ପ୍ରମୁଖ ଏହି ସିରିଜ୍‌ରେ ଖୁବ୍‌ ସୁନ୍ଦର ଅଭିନୟ କରିଛନ୍ତି । 

କାଉଣ୍ଟଡାଉନ୍‌ 

ଆପଣ ଆକ୍ସନ ଓ ଥ୍ରୀଲର୍‌ ଭରପୂର ସୋ’ ଦେଖିବାକୁ ଖୁବ୍‌ ଭଲ ପାଆନ୍ତି କି? ଯଦି ହଁ, ତା’ହେଲେ ‘କାଉଣ୍ଟଡାଉନ୍‌’ ଆପଣଙ୍କ ପସନ୍ଦଯୋଗ୍ୟ ସୋ’ ତାଲିକାରେ ନିଶ୍ଚିତ ଭାବେ ରହିବା ଉଚିତ । ସ୍ପେଶାଲ୍‌ ମିଶନ୍‌ରେ ବାହାରିଥିବା ଟାସ୍କ ଫୋର୍ସର ଏ ରୋମାଞ୍ଚକର କାହାଣୀ ଜୁନ୍‌ ୨୫ ତାରିଖରୁ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ୍‌ ଭିଡିଓରେ ରିଲିଜ ହେଉଛି । ଜନ୍‌ସନ ଆକଲ୍‌ସ, ଜେସିକା କାମାଚୋ, ଏରିକ୍‌ ଦାନେ, ଭାଓଲେଟ ବିନ୍‌ ପ୍ରମୁଖ ଏହି ସିରିଜ୍‌ରେ ଅଭିନୟ କରିଛନ୍ତି । 

ଆଇରନ୍‌ ହାର୍ଟ 

ଜୁନ୍‌ ୨୫ ତାରିଖରୁ ଓଟିଟି ପ୍ଲାଟଫର୍ମ ଜିଓ ସିନେମା ଓ ହଟ୍‌ଷ୍ଟାରରେ ଉପଲବ୍ଧ ହେଉଛି ମାର୍ବଲ ୟୁନିଭର୍ସର ଅପ୍‌କମିଂ ସୋ’ ‘ଆଇରନ୍‌ ହାର୍ଟ’ । ପ୍ରଶଂସକ ଏହି ସୋ’ ଦେଖିବା ପାଇଁ ବେଶ୍‌ କିଛି ମାସ ହେଲା ଆଗ୍ରହର ସହିତ ଅପେକ୍ଷା କରି ରହିଛନ୍ତି । ସମସ୍ତ ବର୍ଗର ଦର୍ଶକଙ୍କୁ ଦୃଷ୍ଟିରେ ରଖି ପ୍ରଯୋଜନା ସଂସ୍ଥା ଏହି ସୋ’ ପ୍ରସ୍ତୁତ କରିଛନ୍ତି । 

ମିସ୍ତ୍ରୀ 

ରାମ କପୁର ଅଭିନୀତ ଏହି ନୂଆ ସୋ’ ଜୁନ୍‌ ୨୭ ତାରିଖରୁ ଜିଓ ହଟ୍‌ଷ୍ଟାରରେ ପ୍ରଦର୍ଶିତ ହେବ । ରାମ କପୁର ଏଥିରେ ଅର୍‌ମାନ ମିସ୍ତ୍ରୀ ନାମକ ଚରିତ୍ର ନିର୍ବାହ କରିଛନ୍ତି, ଯିଏ ମୁମ୍ବାଇ ପୁଲିସ ସହିତ ମିଶି ବିଭିନ୍ନ ସମସ୍ୟା ସମାଧାନ ପାଇଁ କାର୍ଯ୍ୟ କରୁଛନ୍ତି । କେବଳ ସେତିକି ନୁହେଁ, ରାମ କପୁର ଏଥିରେ ଖୁବ୍‌ ହସ ମଜା କରୁଥିବା ଦେଖିବେ ଦର୍ଶକ । ସୋ’ରେ ରହିଛି ବିଭିନ୍ନ ରୋଚକ ମୋଡ଼, ଯାହାକୁ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଦର୍ଶକ ଉପଭୋଗ କରିପାରିବେ । 

ରେଡ୍‌ ୨ 

ଜୁନ୍‌ ୨୭ରୁ ନେଟଫ୍ଲିକ୍‌ସ ଓଟିଟି ପ୍ଲାଟଫର୍ମରେ ଉପଲବ୍ଧ ହେବ ଅଜୟ ଦେବଗନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରେଡ ୨’ । ଏଥିରେ ଅଜୟ ଦେବଗନ ଓ ରୀତେଶ ଦେଶମୁଖଙ୍କ ମଧ୍ୟରେ ଜୋର୍‌ ଜବରଦସ୍ତ ଟକ୍କର ଦେଖିବାକୁ ମିଳିବ । ଯଦି ଆପଣ ଏହି ଫିଲ୍ମଟିକୁ ଫିଲ୍ମ ହଲ୍‌ରେ ଦେଖି ପାରିନାହାନ୍ତି, ତା’ହେଲେ ଦୁଃଖ କରନ୍ତୁ ନାହିଁ । ଘରେ ବସିକରି ନେଟଫ୍ଲିକ୍‌ସରେ ଏହି ସିରିଜ୍‌ ଦେଖି ଆପଣ ସେହି ଅଭାବ ପୂରା କରିପାରିବେ । 

ସ୍କିଉଡ ଗେମ୍‌ ୩ 

ନେଟଫ୍ଲିକ୍‌ସର ଲୋକପ୍ରିୟ ସିରିଜ୍‌ ‘ସ୍କିଉଡ ଗେମ୍‌’ର ଦୁଇଟି ସିଜନ୍‌ ଦର୍ଶକ ଦେଖି ସାରିଛନ୍ତି । ବେଶ୍‌ ପ୍ରଶଂସା ସାଉଁଟିଥିବା ଏହି ସିରିଜ୍‌ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଜୁନ୍‌ ୨୭ରୁ ଏହି ସିରିଜର ତୃତୀୟ ତଥା ଶେଷ ସଂସ୍କରଣ ‘ସ୍କିଉଡ ଗେମ୍‌ ୩’ ଦେଖିବାକୁ ମିଳିବ । 

ଦ ଗ୍ରେଟ ଇଣ୍ଡିଆନ୍‌ କପିଲ୍‌ ସୋ’ 

ଷ୍ଟାଣ୍ଡଅପ୍‌ କମେଡିଆନ୍‌ କପିଲ ଶର୍ମାଙ୍କ ହାସ୍ୟରସ ଆଧାରିତ ସୋ’ ଦର୍ଶକଙ୍କୁ ସର୍ବଦା ଆକର୍ଷିତ କରିଆସିଛି । ଜୁନ୍‌ ୨୧ ତାରିଖଠାରୁ ଏ କମେଡି ସୋ’ର ନୂଆ ସଂସ୍କରଣ ‘ଦ ଗ୍ରେଟ୍‌ ଇଣ୍ଡିଆନ କପିଲ୍‌ ସୋ’ ନେଟଫ୍ଲିକ୍‌ସରେ ପ୍ରସାରିତ ହେଉଛି । ଏହି ନୂଆ ସଂସ୍କରଣରେ କପିଲ୍‌ଙ୍କ ସହିତ ନବଜୋତ ସିଂ ସିଦ୍ଧୁ, ଅର୍ଚ୍ଚନା ପୂରନ ସିଂ, କିକୁ ସାରଦା, ସୁନୀଲ ଗ୍ରୋଭର, କ୍ରିଷ୍ଣା ଅଭିଷେକ, ରାଜୀବ ଠାକୁର ପ୍ରମୁଖ ଦେଖିବାକୁ ମିଳୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.