କାଠମାଣ୍ଡୁ,୧୪।୯: ନେପାଳ ରାଜନୀତିରେ ପୁଣିଥରେ ଅସ୍ଥିରତାର ସମୟ ଚାଲିଛି। ନିକଟରେ ହୋଇଥିବା ସଂସଦ ଭଙ୍ଗ ଓ ସଡକ ଉପରେ ହିଂସା ଭିତରେ ଦେଶର ପ୍ରଥମ ମହିଳା ମୁଖ୍ୟ ବିଚାରପତି ଥିବା ସୁଶୀଳା କାର୍କି ରବିବାର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। କାର୍କି ସ୍ପଷ୍ଟ କରିଛନ୍ତି ତାଙ୍କ ସରକାର କେବଳ ସମ୍ବିଧାନ  ଓ ଲୋକତନ୍ତ୍ରର ସୁରକ୍ଷା ପାଇଁ କ୍ଷମତାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଛି। ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ କାର୍କି ନିଜର ପ୍ରଥମ ସମ୍ବୋଧନରେ ‘ଜେନ୍‌-ଜି’ଙ୍କୁ ଦେଇଛନ୍ତି ବଡ଼ ଝଟକା। ସେ ସ୍ପଷ୍ଟ କହିଛନ୍ତି, ନେପାଳରେ ନିକଟରେ ହୋଇଥିବା ହିଂସ୍ର ପ୍ରଦର୍ଶନର ଯାଞ୍ଚ କରାଯିବ।

ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପରେ କାର୍କି କହିଛନ୍ତି, ଭଙ୍ଗାରୁଜା ଘଟଣାରେ ସାମିଲ ଲୋକଙ୍କ ଯାଞ୍ଚ କରାଯିବ। ମୋ ଦଳ ଓ ମୁଁ କ୍ଷମତାର ସ୍ବାଦ ଚାଖିବାକୁ ଆସିନୁ। ଆମେ ୬ ମାସରୁ ଅଧିକ ସମୟ ରହିବୁନି। ନିର୍ବାଚନ ପରେ ନୂଆ ସରକାର ଆସିଲେ ତାଙ୍କୁ ଦାୟିତ୍ବ ପ୍ରଦାନ କରିବୁ। ଜନତାଙ୍କ ସହଯୋଗ ବିନା ଆମେ ସଫଳ ହୋଇପାରିବୁନି।’

ନେପାଳରେ ରାଜନୈତିକଙ୍କ ସଙ୍କଟ ସେତେବେଳେ ଘନେଇଥିଲା, ଯେତେବେଳେ ମେଣ୍ଟ ସରକାର ଆଭ୍ୟନ୍ତରୀଣ ମତଭେଦ ଓ ଦୁର୍ନୀତି ଅଭିଯୋଗ କାରଣରୁ ଭାଙ୍ଗି ଯାଇଥିଲା। ସଂସଦ ଭଙ୍ଗ ହେବା ପରେ ବିରୋଧି ଦଳ ଓ ନେପାଳର ଯୁବପିଢି ଯାହାଙ୍କୁ ‘ଜେନ୍-ଜି’ କୁହାଯାଉଛି, ସେମାନେ ବ୍ୟାପକ ବିରୋଧ କରିବା ବରମ୍ଭ କରିଦେଇଥିଲେ। ବହୁ ସ୍ଥାନରେର ହିଂସା ଓ ଜଳାପୋଡା ଘଟଣା ଦେଖିବାକୁ ମିଳିଥିଲା। ସରକାରୀ ସମ୍ପତ୍ତି ମଧ୍ୟ ନେ୍ଟ ହୋଇଥିଲା। ସ୍ଥିତି ନିୟନ୍ତ୍ରଣରେ ଆରିବାକୁ ଆଗାମୀ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ବ୍ୟବସ୍ଥା ଚଳାଇବା ପାଇଁ ସୁପ୍ରିମକୋର୍ଟ  ଓ ସମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ କରିବା ନେଇ ସୁପାରିଶ କରିଥିଲେ।