ଭୁବନେଶ୍ୱର ୦୨/୦୩: ଅମୃତଭଣ୍ଡା ବେଶ୍‌ ସ୍ୱାସ୍ଥ୍ୟକର ପରିବା ଭାବେ ପରିଚିତ । ତଥାପି ଏହା କିଛି  ଲୋକଙ୍କ ପାଇଁ ଖୁବ୍‌ କ୍ଷତିକାରକ ହୋଇପାରେ । ଚାଲନ୍ତୁ ଜାଣିବା କେଉଁମାନଙ୍କ  ପାଇଁ ଏହା କ୍ଷତିକାରକ?  

ଗର୍ଭବତୀ ମହିଳା: 

ମହିଳାମାନେ ଗର୍ଭବତୀ ଥିବା ବେଳେ ଅମୃତଭଣ୍ଡା ଖାଇବା ଅନୁଚିତ୍‌ ।   ବିଶେଷକରି କଞ୍ଚା ଅମୃତଭଣ୍ଡା ଖୁବ୍‌ ହାନିକାରକ । ଏପରିକି ଗର୍ଭପାତ ହେବାର  ଆଶଙ୍କା ଉପୁଜିପାରେ ।  

କମ୍‌ ଶର୍କରା: 

ଯେଉଁମାନଙ୍କ ଶରୀରରେ ଶର୍କରାସ୍ତର କମ୍‌ ରହୁଥିବ, ସେମାନେ ଅମୃତଭଣ୍ଡା   ଖାଇବା ଅନୁଚିତ୍‌ । କାରଣ ଅମୃତଭଣ୍ଡାର ଗ୍ଲାଇସେମିକ୍‌ ଇଣ୍ଡେକ୍ସ ବା ଗ୍ଲୁକୋଜ୍‌ କମ୍‌ କରୁଥିବା ଗୁଣ ରହିଛି, ଯାହା ରକ୍ତରେ ଶର୍କରାସ୍ତର କମାଇ ଦେଇଥାଏ ।  ଶରୀରରେ ଶର୍କରାସ୍ତର କମ୍‌ ରହୁଥିବା ବେଳେ ଅମୃତଭଣ୍ଡା ଖାଇଲେ ଏହା ଆହୁରି କମାଇଥାଏ, ଯାହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ ।  

ଅନିୟମିତ ହୃଦ୍‌ସ୍ପନ୍ଦନ:

ଯେଉଁ ଲୋକଙ୍କଠାରେ ହୃଦୟଜନିତ ସମସ୍ୟା ରହିଥାଏ । ବିଶେଷକରି  ହୃଦ୍‌ସ୍ପନ୍ଦନରେ ଅନିୟମିତତା ଦେଖା ଦେଉଥାଏ । ଅମୃତଭଣ୍ଡା ସେମାନଙ୍କ  ପାଇଁ ଖୁବ୍‌ ହାନିକାରକ ।  

ଆଲର୍ଜି ସମସ୍ୟା: 

ଯଦି କୌଣସି ବ୍ୟକ୍ତିଠାରେ ଆଲଜି ର୍ ସମସ୍ୟା ରହିଥାଏ, ତେବେ ସେ   ଅମୃତଭଣ୍ଡାଠାରୁ ଦୂରେଇ ରହିବା ଜରୁରି । ଏଥିରେ ରହିଛି ଚିଟିନାସେସ୍‌ ନାମକ ଏନ୍‌ଜାଇମ୍‌, ଯାହା ଆଲର୍ଜି ପ୍ରତିକ୍ରିୟାର କାରଣ ସାଜିଥାଏ ।  

କିଡ୍‌ନୀରେ ପଥର:

ଅମୃତଭଣ୍ଡା ଖାଇବା ଦ୍ୱାରା କିଡ୍‌ନୀରେ ପଥର ସମସ୍ୟା ଗମ୍ଭୀର ହୋଇଥାଏ । ତେଣୁ  ଯେଉଁମାନଙ୍କର କିଡ୍‌ନୀ ସମସ୍ୟା ରହିଥାଏ, ସେମାନେ ଅମୃତଭଣ୍ଡାଠାରୁ ଦୂରେଇ  ରହିବା ଜରୁରି । ନଚେତ୍‌ ସମସ୍ୟା ବଢିବାର ଆଶଙ୍କା ରହିଥାଏ ।