ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାବାଙ୍କିରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ, ଯେଉଁ ଲୋକ ଦେଶରେ ବାବ୍ରୀ ଢାଞ୍ଚାର ପୁନଃନିର୍ମାଣ କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ସ୍ୱପ୍ନ କେବେ ପୂରଣ ହେବ ନାହିଁ , କାରଣ ସେଦିନ କେବେ ଆସିବ ନାହିଁ। ଯଦି ଆପଣ ଭାରତରେ ନିୟମରେ ରହିବେ ତ, ଲାଭବାନ ହେବେ। ଦେଶର ଆଇନ ପାଳନ କରନ୍ତୁ; ଯେଉଁମାନେ ସେଗୁଡ଼ିକୁ ଭଙ୍ଗ କରନ୍ତି ସେମାନଙ୍କୁ ନର୍କ ହିଁ ମିଳିବ। ଯୋଗୀ ଆହୁରି କହିଛନ୍ତି ଯେ, ଏହି ସରକାର ଯାହା କହେ, ତାହା ପୂରଣ କରି ଦେଖାଏ। ଆମେ କହି ଥିଲୁ, ରାମ ଲଲ୍ଲା ଆସିବେ, ଏବଂ ଆମେ ସେଠାରେ ମନ୍ଦିର ନିର୍ମାଣ କରିବୁ...ଏଥିରେ କୌଣସି ସନ୍ଦେହ ଅଛି କି ?
ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି - ଆମେ ଆଜି ପୁଣି ଏହି କଥା କହୁଛୁ ଯେ, ବାବ୍ରୀ ମସଜିଦ ପୁନଃନିର୍ମାଣ ହୋଇ ପାରିବ ନାହିଁ ଏବଂ ଯେଉଁମାନେ ଏହି ଦିନକୁ ସ୍ୱପ୍ନ ଦେଖୁଛନ୍ତି, ସେମାନେ ପଚି ସଢି ଯିବେ। ସେହି ଦିନ କେବେ ବି ଆସିବ ନାହିଁ। ସେମାନଙ୍କର ସ୍ୱପ୍ନକୁ ଆମେ ଏମିତି ଭାଙ୍ଗି ଚାଲିବୁ। ସେ ଆହୁରି ମଧ୍ୟ କହିଛନ୍ତି - ଆମର ଐତିହ୍ୟ, ଭାରତର ଗୌରବମୟ ପରମ୍ପରା ଏବଂ ସନାତନ ଧର୍ମର ପରମ୍ପରାକୁ ସମ୍ମାନ ଦେବା।
ଆହୁରି ମଧ୍ୟ ପଢନ୍ତୁ : ଗୋଟିଏ କେସ୍ରେ ପପୁ ଯାଦବଙ୍କୁ ମିଳିଲା ଜାମିନ , ଆଉ ଏକ ମାମଲାରେ ନିଆ ଗଲା ରିମାଣ୍ଡରେ
ସେ କହିଛନ୍ତି ଯେ,ଯେପରି ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୫ ତାରିଖରେ ଅଯୋଧ୍ୟା ଧାମକୁ ଆସି ସନାତନର ପ୍ରତୀକ ଶ୍ରୀରାମ ମନ୍ଦିରରେ ବିଶାଳ ସାଫ୍ରନ ରଙ୍ଗର ପତାକା ଉତ୍ତୋଳନ କରି ଥିଲେ, ଏହି ସାଫ୍ରନ ପତାକା ହିଁ ସର୍ବଦା ଭାରତର ଏହି ଗୌରବକୁ ଆଗକୁ ବଢାଇ ନେବ।
ଯୋଗୀ ଆଦିତ୍ୟନାଥ କହିଛନ୍ତି , ଅଯୋଧ୍ୟାରେ ୫୦୦ ବର୍ଷ ପରେ ଏକ ଗୌରବମୟ ମୁହୂର୍ତ୍ତ ଆସିଛି। ଏହି ବର୍ଷ ଗୁଡ଼ିକ ମଧ୍ୟରେ ଅନେକ ରାଜା,ମହାରାଜା ଏବଂ ସରକାର ଆସିଛନ୍ତି , କିନ୍ତୁ କେହି ରାମ ମନ୍ଦିର ନିର୍ମାଣ ପାଇଁ କୌଣସି ଗମ୍ଭୀର ପ୍ରୟାସ କରି ନାହାଁନ୍ତି। ସେ କହିଛନ୍ତି ଯେ କିଛି ଲୋକ କେବଳ ସଙ୍କଟ ସମୟରେ ପ୍ରଭୁ ରାମଙ୍କୁ ମନେ ରଖନ୍ତି ଏବଂ ପରେ ତାଙ୍କୁ ଭୁଲି ଯାଆନ୍ତି, ତେଣୁ ପ୍ରଭୁ ରାମ ଏବେ ସେମାନଙ୍କୁ ଭୁଲି ଯାଇଛନ୍ତି।
ଉଲ୍ଲେଖନୀୟ ଯେ, ଉତ୍ତର ପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପୂର୍ବରୁ, ଯୋଗୀ ଆଦିତ୍ୟନାଥ ଖୁବ୍ କଡ଼ା ମିଜାଜରେ ବୟାନ ଦେଉଛନ୍ତି। ସମ୍ପ୍ରତି, ସେ ସୀତାପୁରରେ ଜାତି, ଭାଷା ଏବଂ ଅଞ୍ଚଳ ଆଧାରିତ ବିଭାଜନକାରୀ ରାଜନୀତି ବିରୁଦ୍ଧରେ ଲୋକଙ୍କୁ ସତର୍କ କରାଇ ଥିଲେ। ସେ କହିଥିଲେ, ସେହି ନେତାଙ୍କ କଥାରେ ଭ୍ରମିତ ହୁଅନ୍ତୁ ନାହିଁ , ଯିଏ ଜାତି ନାମରେ, ପ୍ରତିଶ୍ରୁତି ନାମରେ ବିଭାଜନ କରିବାକୁ ଚାହାଁନ୍ତି। ଯଦି ଆପଣାମାନେ ବିଭାଜିତ ହୋଇଗଲେ ତ, କଟିବାର ରାସ୍ତା ମଧ୍ୟ ଖୋଲି ଯିବ।