ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୁବାଇରେ ପଥଚାରୀଙ୍କ ଉପରେ ଲାଗିଲା ହଜାର ହଜାର ଟଙ୍କାର ଜୋରିମନା , ଜାଣନ୍ତୁ କାହିଁକି ?

Published By : Prameya | October 21, 2024 5:40 PM

ନୂଆଦିଲ୍ଲୀ – ଦୁବାଇ ଏକ ଏମିତି ସହର , ଯିଏ ନିଜର ଚାକଚକ୍ୟ , ବିଳାସମୟୀ ଜୀବନଶୈଳୀ , ଉଚ୍ଚ ଉଚ୍ଚ ବିଲ୍ଡିଂ ଓ ଅମାପ ଧନ ସଂପତ୍ତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। କିନ୍ତୁ ଏସବୁ ବ୍ୟତୀତ , ଏହି ସହର ନିଜର ଦୃଢ ଆଇନ୍‌ ଗୁଡ଼ିକ ପାଇଁ ମଧ୍ୟ ଜଣାଯାଏ। ଅନେକ ସମୟରେ ଏହାର ଆଇନ ଏତେ କଡ଼ା ହୋଇଥାଏ ଯେ , ଯେବେ  ଅନ୍ୟ ଦେଶର ଲୋକେ ଏହା ବିଷୟରେ ଶୁଣିଥାନ୍ତି ତ ଆଶ୍ଚର୍ଯ୍ୟ ହୋଇଯାନ୍ତି। 

ଏମିତି ହିଁ ଏକ ମାମଲା ଦୁବାଇରେ ଏହାକ କଡ଼ା ଟ୍ରାଫିକ୍‌ ଆଇନକୁ ନେଇ ସାମ୍ନାକୁ ଆସିଛି। ଆଶ୍ଚର୍ଯ୍ୟକର କଥା ଏହା କି , ଯେଉଁଠି ସାଧାରଣ ଲୋକ ଭୁଲ ଡ୍ରାଇଭିଂ ବା ଟ୍ରାଫିକ୍‌ ନିୟମକୁ ଅଣଦେଖା କରି ଚାଲାଣ ବା ଜୋରିମନାର ସାମ୍ନା କରିଥାନ୍ତି , ସେଠାରେ ଦୁବାଇରେ ପଥଚାରୀଙ୍କ ଉପରେ ମଧ୍ୟ ଦୃଢ ଟ୍ରାଫିକ୍‌ ନିୟମ ପାଳନର ଚାପ ରହିଥାଏ। 

ଗଲ୍ଫ ନ୍ୟୁଜ୍‌ ମୁତାବିକ  , ଦୁବାଇ ପୁଲିସ ଷ୍ଟେସମ ୩୭ ଜଣ ଲୋକଙ୍କ ବିପଜ୍ଜନକ ଉପାୟରେ ରାସ୍ତା ଅତିକ୍ରମ କରିବା ଓ ଟ୍ରାଫିକ୍‌ ସିଗନାଲକୁ ଅଣଦେଖା କରିବା ଉପରେ ଜୋରିମନା ଲଗାଇଛି। ତାଙ୍କ ଉପରେ ୪୦୦ ୟୁଏଇ ଦିରହମର ଜୋରିମନା ଲଗାଯାଇଛି।

ଚଳିତ ବର୍ଷର ଆରମ୍ଭରୁ ଏବେସୁଦ୍ଧା , ଦୁବାଇର ଟ୍ରାଫିକ୍‌ ଆଇନ୍‌ ଅନୁସାରେ , ବିନା ଅନୁମତି ଥିବା ସ୍ଥାନରେ ସଡ଼କ ପାର ହେବା ବା ଟ୍ରାଫିକ୍‌ ସିଗନାଲ ଭାଙ୍ଗିବା ନେଇ ୪୦୦ ୟୁଏଇ ଦିରହମର ଜୋରିମନା ଲଗେଇ ଥିଲା। ଦୁବାଇର ଆଇନ ଜୟ ୱାକିଂ ଉପରେ ଖୁବ୍‌ କଡ଼ା। ଜୟୱାକିଂ ଅର୍ଥାତ୍‌ ବିନା ଅନୁମତି ବା ନିର୍ଦ୍ଧାରିତ ସ୍ଥାନରେ ସଡ଼କ ପାରି ହେବା। ଯେବେ କେହି ବ୍ୟକ୍ତି ଟ୍ରାଫିକ୍‌ ସିଗନାଲ ବା ଜେବ୍ରା କ୍ରସିଂର ଅଣଦେଖା କରି ସଡ଼କ ମଧ୍ୟରୁ ବା ଏମିତି ସ୍ଥାନରେ ସଡ଼କ ପାର ହେବା , ଯେଉଁଠି କ୍ରସିଂର ଅନୁମତି ନାହିଁ , ତ ଏହାକୁ ଜୟକ୍ରସିଂ କୁହାଯାଏ।ଦୁବାଇ ପୁଲିସ ବାରମ୍ୱାର ଚେତାବନୀ ଦେଇଛି ଯେ , ଜୟୱାକିଂର ମାରାତ୍ମକ ଫଳାଫଳ ହୋଇପାରେ। ଗତ ବର୍ଷ , ଜୟୱାକିଂ କାରଣରୁ ୮ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୩୩୯ ଜଣ ଲୋକ ଆହତ ହୋଇଥିଲେ। ଗଲ୍ଫ ନ୍ୟୁଜ୍‌ ମୁତାବିକ , ୨୦୨୩ରେ ୪୪,୦୦୦ରୁ ଅଧିକ ଲୋକଙ୍କ ଉପରେ ଜୟୱାକିଂର ଜୋରିମନା ଲାଗି ଥିଲା। 

ଦୁବାଇ ପୁଲିସ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସଡ଼କ ପାରି ହେବା ସମୟରେ ଯାତାୟାତ ନିୟମକୁ ପାଳନ କରିବା ଜରୁରୀ । ସେ ଲୋକଙ୍କୁ ଅପିଲ କରିଛନ୍ତି ଯେ, ସେ କ୍ରସିଂର ସଠିକ୍‌ ଉପାୟକୁ ଆପଣାନ୍ତୁ ଏବଂ ସଡ଼କରେ ଗାଡ଼ି ଆସୁ ନଥିବା ବେଳେ ହିଁ ସଡ଼କ ପାରି ହୁଅନ୍ତୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.