ନୂଆଦିଲ୍ଲୀ,୨୯।୫: ଏକ ତାଜା ବୈଜ୍ଞାନିକ ଚେତାବନୀ ପୁରା ଦୁନିଆର ନିଦ ଉଡାଇ ଦେଇଛି। ମହାକାଶରେ ବୁଲୁଥିବା ତିନି ବିଶାଳ ‘ସିଟି ଡେଷ୍ଟ୍ରୟର’ ଆଷ୍ଟ୍ରଏଡ୍ ପୃଥିବୀ ଆଡକୁ ବଢୁଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ, ସୂର୍ଯ୍ୟ କିରଣ କାରଣରୁ ତାକୁ ଦେଖିବା ଅସମ୍ଭବ। ଏଭଳି ସ୍ଥିତିରେ ପୃଥିବୀ ଉପର ୩ କିଲୋମିଟର ଚଉଡା ଖାଲ ତିଆରି ହୋଇପାରେ। ଏଥିରୁ ବାହାରୁଥିବା ଶକ୍ତି ହିରୋସୀମା ଉପରେ ପଡିଥିବା ପରମାଣୁ ବୋମାଟାରୁ ୧୦ ଲକ୍ଷ ଗୁଣା ଅଧିକ ହୋଇପାରେ।
ଏହି ଅଧ୍ୟୟନ ‘ଆଷ୍ଟେ୍ରାନୋମି ଆଣ୍ଡ ଆଷ୍ଟେ୍ରାଫିଜିକ୍ସ’ ନାମକ ବିଜ୍ଞାନ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି। ବ୍ରାଜିଲର ସିଓ ପାଉଲୋ ଷ୍ଟେଟ୍ ୟୁନିଭର୍ସିଟିର ବୈଜ୍ଞାନିକ କାରୁବାଙ୍କ ନେତୃତ୍ବରେ କରାଯାଇଥିବା ରିସର୍ଚ୍ଚରେ କରାଯାଇଛି। ଏହି ତିନି ଆଷ୍ଟ୍ରଏଡ୍ 2020 SB, 524522 ଓ 2002 CL – ବର୍ତ୍ତମାନ ଶୁକ୍ର ଗ୍ରହର କକ୍ଷରେ ବୁଲୁଛି, କିନ୍ତୁ ଏହାର ସ୍ଥିତି ଖୁବ୍ ବିପଦଜନକ।

ଏହି ଆଷ୍ଟେ୍ରାଏଡକୁ ପୃଥିବୀରେ ଦେଖିବା ପ୍ରାୟ ଅସମ୍ଭବ। କାରଣ ଏହା ସୂର୍ଯ୍ୟଙ୍କ ଆଲୋକ ଭିତରେ ଲୁଚି ରହିଛି। ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି, ଯଦି କୌଣସି ପ୍ରକାର ପରିବର୍ତ୍ତନ ହୁଏ ତେବେ ଏହା ପୃଥିବୀ ଆଡକୁ ମୋଡି ଯାଇପାରେ। ଯଦି ଏଭଳି ହୁଏ ତେବେ ୩ କିଲୋମିଟର ଚଉଡା ଖାଲ ତିଆରି ହୋଇପାରେ। ହିରୋସୀମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୧୦ ଲକ୍ଷ ଗୁଣା ଅଧିକ ଶକ୍ତି ବାହାରିପାରେ। ଅଧ୍ୟୟନରେ କୁହାଯାଇଛି, ଏହି ଆଷ୍ଟ୍ରଏଡ୍ ଶୁକ୍ର ଗ୍ରହ ସହ ମାଡ଼ ହେବାରେ ମଧ୍ୟ ସୁରକ୍ଷିତ, କିନ୍ତୁ ପୃଥିବୀ ସହ ନୁହେଁ। ସବୁଠାରୁ ବଡ଼ ବିପଦ ଏହା ଯେ, ତାକୁ ଠିକ୍ ସମୟରେ ଦେଖିବା ପ୍ରାୟ ଅସମ୍ଭବ।’ ଚିଲ୍ଲୀରେ ଥିବା ରୁବିନ ଅବଜରଭେଟରୀ ଭଳି ବୈଧଶାଳା ଏଭଳି ଗତିବିଧି ଉପରେ ନଜର ରଖିଛି।