ପ୍ରମୂଖ ଖବର
  • ସୁନ୍ଦରଗଡ : ଟାଙ୍ଗିଆରେ ହାଣି ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ଶ୍ରୀଲଙ୍କାରେ ପ୍ରବଳ ବର୍ଷାରେ ବନ୍ୟା ସ୍ଥିତି, ଅନେକ ଅଞ୍ଚଳ ଜଳମଗ୍ନ ; ୩ ମୃତ , ଲକ୍ଷେ ବିସ୍ଥାପିତ

ନୂଆଦିଲ୍ଲୀ : ଶ୍ରୀଲଙ୍କାରେ ପ୍ରବଳ ବର୍ଷା କାରଣରୁ ଅନେକ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି। ସୋମବାର ରାଜଧାନୀ କୋଲମ୍ୱୋ ଓ ଉପନଗରୀ ଅଞ୍ଚଳରେ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରି ଦିଆ ଯାଇଛି। ଶ୍ରୀଲଙ୍କାର ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁସାରେ , ୱିକେଣ୍ଡରେ ହୋଇଥିବା ପ୍ରବଳ ବର୍ଷା ଦେଶର ଅନେକ ଭାଗରେ ବିପର୍ଯ୍ୟୟ ସୃଷ୍ଟି କରିଛି। ଏଠାରେ ଘର , କ୍ଷେତ ଓ ରାସ୍ତାରେ ଜଳମଗ୍ନ ହୋଇ ଯାଇଛି। ବନ୍ୟାରେ ୩ଜଣ ଲୋକ ବୁଡ଼ି ଯାଇଛନ୍ତି , ପାଖାପାଖି ୧ ଲକ୍ଷ ୩୪ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ର କହିଛି କି, ବର୍ଷା ଓ ବନ୍ୟାରେ ୨୪୦ ଘର କ୍ଷତିଗ୍ରସ୍ତ ହୋଇଛି। ପାଖାପାଖି ୭ହଜାର ଲୋକ ସେଠାରୁ ବାହାରି ଯାଇଛନ୍ତି। ଅଧିକାରୀମାନେ ସଚେତନ ପୂର୍ବକ କିଛି ଅଞ୍ଚଳରେ ବିଜୁଳି ସପ୍ଲାଇ ବନ୍ଦ କରି ଦେଇଛନ୍ତି। 

ଦେଶର ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ପଶ୍ଚିମ, ସବାରାଗାମୁବା , ଉତ୍ତ-ପଶ୍ଚିମ , ଉତ୍ତର ପ୍ରାନ୍ତ ଗୈଲୀ  ମତାରା ଜିଲ୍ଲାରେ କିଛି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲୋକଙ୍କୁ ଉଦ୍ଧାର ଓ ଭୋଜନ ତଥା ଅନ୍ୟ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ପାଇଁ ନୌସେନା ଓ ସେନାର ଯବାନ ମୁତୟନ ଅଛନ୍ତି। ସ୍ଥାନୀୟ ଟେଲିଭିଜନ ଚ୍ୟାନେଲ ଗୁଡ଼ିକ କଲମ୍ୱୋର ଉପନଗରୀ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଉଛନ୍ତି। କିଛି ଅଞ୍ଚଳରେ ଘର ଓ ଦୋକନାର ଛାତ ଯାଏ  ପାଣି ପହଞ୍ଚି ଯାଇଛି। ଶ୍ରୀଲଙ୍କାରେ ମଇ ମାସରୁ ମୌସୁମୀ ବର୍ଷା କାରଣରୁ ସ୍ଥିତି ଖରାପ ରହିଛି। ଜୁନରେ ଏଠାରେ ବନ୍ୟା ଆସିବା ଓ ଭୂସ୍ଖଳନ କାରଣରୁ ୧୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଯଦି ରାଜନୀତିକ ହାଲଚାଲର କଥା କହିବା ତ ଶ୍ରୀଲଙ୍କାର ନୂଆ ସରକାର ପୁଲସକୁ କିଛି ହାଇ-ପ୍ରୋଫାଇଲ ମାମଲାର ପୁଣି ଥରେ ଯାଞ୍ଚ କରିବାକୁ ଆଦେଶ ଦେଇଛି। ଯେଉଁଥିରେ ୨୦୧୯ରଇଷ୍ଟର ସଣ୍ଡେ  ଆତଙ୍କବାଦୀ ହମଲା ଓ ୨୦୦୫ରେ ଏକ ତାମିଲ ସଂଖ୍ୟାଲଘୁ ସଂପ୍ରଦାୟର ସାମ୍ୱାଦିକଙ୍କ ହତ୍ୟାକାଣ୍ଡର ମାମଲା ମଧ୍ୟ ସାମିଲ ଅଛି। ଗତ ମାସରେ ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଥିବା କ୍ଷମତାସୀନ ନ୍ୟାସନାଲ ପିପୁଲ୍ସ ପାୱର ସେହି ପଛ ମାମଲାକୁ ପୁଣି ଥରେ ଯାଞ୍ଚ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯାହାର ସମାଧାନ ହୋଇ ପାରି ନଥିଲା। ସାର୍ବଜନିକ ସୁରକ୍ଷା ମନ୍ତ୍ରଣାଳୟ ଏହି ନିର୍ଣ୍ଣୟ ଏଥିପାଇଁ ନେଇଛି , ଏହାକି ଯାଞ୍ଚରେ କୌଣସି ବି ପ୍ରକାରର ତ୍ରୁଟିକୁ ଚିହ୍ନଟ କରାଯାଇ ପାରିବ। ଯେଉଁ ମାମଲାର ପୁଣି ଥରେ ଯାଞ୍ଚ କରାଯିବା ଉଚିତ , ଏଥିରେ ୨୦୧୫ରେ ସେଣ୍ଟ୍ରାଲ ବ୍ୟାଙ୍କ ବଣ୍ଡ ଜାରି କରିବାର ଘଟଣା ସାମିଲ ଅଛି। ଏଥିପାଇଁ ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେଙ୍କ ତତ୍କାଳୀନ ସରକାରକୁ ଦୋଷୀ ସାବ୍ଯସ୍ତ କରାଯାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.