ଦେବଗଡ଼, ୦୬/୧୧: ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ଏସଟିଏଫ ଟିମ୍‌ । ୪୯ ନମ୍ବର ଜାତୀୟ ରାଜପଥର ଗୁଣ୍ଡେଇମରା ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଚାଲାଣରେ ବ୍ୟବହୃତ ଦୁଇଟି ପିକଅପ୍‌ ଗାଡ଼ି ଏବଂ ଗୋଟିଏ ଟ୍ରକ୍‌କୁ ଜବତ କରି ୪ ଜଣଙ୍କୁ ଅଟକ ରଖିଛି ଏସଟିଏଫ ଟିମ୍‌ । ଦେବଗଡ଼ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଗୁଣ୍ଡେଇମରା ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସଟିଏଫ ଟିମ୍‌ । ଖବର ପାଇ ଗୁଣ୍ଡେଇମରା ନିକଟରେ ଜଗି ବସିଥିଲା । ସେହି ରାସ୍ତା ଦେଇ ଗାଡ଼ି ଗୁଡ଼ିକ ଯିବା ବେଳେ ଯାଞ୍ଚ କରିବାକୁ ଅଟକାଇଥିଲା । ପରେ ଯାଞ୍ଚ କରିବାରୁ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ଏସଟିଏଫ ଟିମ୍‌ । ଏହି କାରବାରରେ ବ୍ୟବହୃତ ଦୁଇଟି ପିକଅପ୍‌ ଗାଡ଼ି ଏବଂ ଗୋଟିଏ ଟ୍ରକ୍‌ ତବତ କରାଯାଇଛି । ଏହା ସହ ୪ ଜଣଙ୍କୁ ଅଟକ ରଖାଯାଇଛି । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।