ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

୬ ଯାଏ କାଳବୈଶାଖୀ ପ୍ରକୋପ, ୪ ଦିନ ପରେ ବଢ଼ିବ ତାତି

Published By : Rasmita Pradhan | May 3, 2025 7:18 AM

ଭୁବନେଶ୍ୱର, ୦୩/୦୫ : କାଳବୈଶାଖୀ ପ୍ରଭାବ ଯୋଗୁ ରାଜ୍ୟରେ ତାପମାତ୍ରା କମିଛି । ପାଣିପାଗ ପୂର୍ବାନୁମାନ କହୁଛି, ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବ ଜାରି ରହିବ । ୬ ତାରିଖ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳରେ ବର୍ଷା, ପବନ ସମ୍ଭାବନା ରହିଛି । ମାତ୍ର ଆସନ୍ତା ୪ ଦିନ ପରେ କାଳବୈଶାଖୀ ପ୍ରଭାବ କମିବା ସହ ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବା ସମ୍ଭାବନା ରହିଛି । 

ଶୁକ୍ରବାର ବଲାଙ୍ଗିର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଝାରସୁଗୁଡ଼ା ୩୮.୪, ସମ୍ବଲପୁର ୩୭.୭, ସୁନ୍ଦରଗଡ଼ ୩୭.୬, ସୋନପୁର ୩୭.୫, ଟିଟିଲାଗଡ଼ ୩୭, ଭବାନୀପାଟଣା ୩୭ ଡିଗ୍ରୀ ସେଲସିୟସ୍‌ ଥିଲା । ଉପକୂଳ ଅଞ୍ଚଳ ଭିତରେ ଖୋର୍ଦ୍ଧାରେ ୩୬.୫, ଜଗତସିଂହପୁରରେ ୩୫.୫, ଭୁବନେଶ୍ୱରରେ ୩୫.୨ ଓ କଟକରେ ୩୪.୬ ଡିଗ୍ରୀ ରହିଥିଲା ଏବଂ ଗୁଳୁଗୁଳି ଅଧିକ ଥିଲା । 

ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, ଶନିବାର ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଜପତି, ଗଞ୍ଜାମରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା, ୫୦-୬୦ କିମି ପବନ, କୁଆପଥର, ଧୂଳିଝଡ଼ ସହ ବଜ୍ରପାତ ଆଶଙ୍କା ରହିଛି । ଏସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ରାୟଗଡ଼ା, କୋରାପୁଟ, କନ୍ଧମାଳ, ଅନୁଗୁଳ, ନୟାଗଡ଼ ଓ ଢେଙ୍କାନାଳରେ ବର୍ଷା, ବଜ୍ରପାତ ସହ ୪୦-୫୦ କିମି ବେଗରେ ପବନ ମାଡ଼ ହୋଇପାରେ । କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିରେ ବଜ୍ରପାତ, ୩୦-୪୦ କିମି ପବନ, ଧୂଳିଝଡ଼ ହୋଇପାରେ ଅପରାହ୍ନ କିମ୍ବା ସନ୍ଧ୍ୟାରେ । ଆସନ୍ତା ୪, ୫, ୬ ତାରିଖରେ ରାଜ୍ୟରେ ବର୍ଷା, ପବନ ଆଶଙ୍କା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.