ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାତି ପାହିଲେ ମାଣବସା ଶେଷ ପାଳି, ଉଜେଇଁବେ ମାଣ ପେଡ଼ି

Published By : Rasmita Pradhan | December 11, 2024 9:38 AM

ଭୁବନେଶ୍ୱର, ୧୧/୧୨ : ନମସ୍ତେ କମଳା ମାଗୋ ସାଗର ଦୁଲଣୀ... । ରାତି ନ ପାହୁଣୁ ଘରେ ଘରେ ଶୁଭିବ ଲକ୍ଷ୍ମୀପୁରାଣର ଏଇ ସୁମଧୁର ଧ୍ୱନି । ଶଙ୍ଖ, ଘଣ୍ଟ, ହୁଳହୁଳିରେ ପ୍ରକମ୍ପିତ ହେବ ଘର । ଝୋଟି ଚିତାରେ ପୂରି ଉଠିବ ଅଗଣାଠୁ ଦୁଆର ବନ୍ଧ । ଆସନ୍ତା ଗୁରୁବାର ହେଉଛି ମାଣବସା ଲକ୍ଷ୍ମୀପୂଜା ଶେଷ ପାଳି । ଏଥିପାଇଁ ଘରେ ଘରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ବୁଧବାର ରାତିରୁ ମହିଳାମାନେ ଘରଦ୍ୱାର ଧୁଆଲିପା କରିବା ସହ ଝୋଟିଚିତା ଆଙ୍କି ମା’ଙ୍କ ଆବାହନ ନିମନ୍ତେ ସମସ୍ତ ପୂଜା ସରଞ୍ଜାମ ସଜାଇ ରଖିବେ । ପୂଜାରେ ଆବଶ୍ୟକ ବିଭିନ୍ନ ପ୍ରକାର ପିଠାପଣା ପ୍ରସ୍ତୁତି ପାଇଁ କିଣାକିଣି ଚାଲିଛି । 

ମାର୍ଗଶୀର ପ୍ରଥମ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ପୂଜା ଗୁରୁବାର ଉଦ୍‌ଯାପିତ ହେବ । କେହି କେହି ମା’ଙ୍କୁ ପୂଜା କରି ମାଣ ପେଡ଼ିକୁ ରଖିଦେଇଥାନ୍ତି । ପୌଷ କିମ୍ବା ମାଘ ମାସରେ ମାଣ ଉଜେଇଁଥାନ୍ତି । ଗୁରୁବାର ଖୁବ୍‌ ଶରଧାରେ ମା’ଙ୍କୁ ପୂଜା କରିଥାନ୍ତି ଗୃହିଣୀ । ଘରଠୁ ଆରମ୍ଭକରି ଦୁଆର ପର୍ଯ୍ୟନ୍ତ ପରିଷ୍କାର କରି ନୂଆ ଚାଉଳ ବଟାରେ ତିଆରି ଝୋଟି ପକେଇଥାନ୍ତି । ଶେଷ ପାଳିରେ ମା'ଙ୍କୁ ପୂଜା କରି ମଣ୍ଡା ଓ କାକରା ଭୋଗ ଲାଗି କରି ମାଣ ଉଜେଇଁଥାନ୍ତି । ପୂରା ମାର୍ଗଶୀର ମାସ ମା' ଲକ୍ଷ୍ମୀଙ୍କୁ ଘରର ସଦସ୍ୟ ପରି ରଖାଯାଇ ପୂଜାର୍ଚ୍ଚନା କରାଯାଇଥାଏ । ଶେଷ ପାଳିରେ ଗୃହିଣୀମାନେ ମା’ଙ୍କୁ ଉଜେଇଁ ଆଶୀର୍ବାଦ କାମନା କରିଥାନ୍ତି । ପୂଜା କରିଥିବା ମାଣ, ଖଟୁଲି, ମା'ଙ୍କ ମୁଖା, ଗୁଆ ଆଦିକୁ ଯତ୍ନ ସହକାରେ ରଖି ଆର ମାର୍ଗଶୀରକୁ ଅପେକ୍ଷା କରିଥାନ୍ତି । ଶେଷ ଗୁରୁବାର ପାଳନ ପାଇଁ ନୂଆଧାନଠୁ ଆରମ୍ଭ କରି ଚାଉଳ, ମୁଗ, ନୂଆ ବସ୍ତ୍ର, ବିଭିନ୍ନ ଫଳ ଫୁଲ ବଜାରରେ ପସରା ମେଲିଛି । ଫଳ ଓ ଫୁଲ ଦୋକାନରେ ଅଧିକ ଭିଡ଼ ଜମୁଛି । ଏଥିସହିତ ନୂଆ ଧାନ, ଚାଉଳ, ଧଳା ନୂଆ ଚାଉଳ, ବାସମତି ଚାଉଳ କିଣିବା ପାଇଁ ଦୋକାନରେ ଗହଳି ହେଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.