ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ

Published By : Harapriya Sethi | August 24, 2025 7:21 AM

ନୂଆପଡା,୨୪/୦୮: ନୂଆପଡାରେ ପୁଣି ବାଘ ଆତଙ୍କ । ଜଙ୍ଗଲରେ ଚରୁଥିବା ବେଳେ ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ। କୋମନା ରେଞ୍ଜ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଖୋଲିଭିତର ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଜଙ୍ଗଲରେ ଚରୁଥିବା ସମୟରେ ଜୟସିଂ ଚିନ୍ଦାଙ୍କ ଛେଳିକୁ ଆକ୍ରମଣ କରିଥିଲା ବାଘ। ଛେଳି ଚରାଳି ମାନେ ବାଘକୁ ଦେଖି ଚିତ୍କାର କରିବା ପରେ ବାଘ ଛେଳିକୁ ଛାଡି ଦେଇଥିଲା। ଖବର ପାଇ ବନ୍ୟଜନ୍ତୁ ବିଭାଗୀୟ କର୍ମଚାରୀ ଗାଁରେ ପହଞ୍ଚି ବାଘର ଗତିବିଧି ଜାଣିବା ପାଇଁ ଟ୍ରାକ କ୍ୟାମେରା ଲଗାଇଛନ୍ତି । ବାଘ ଭୟରେ ଖୋଲି ଭିତର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୁଇମାସ ତଳେ ସେହି ଗ୍ରାମର ଧର୍ମୁ ଚିନ୍ଦାଙ୍କ ଗୁହାଳ ଭିତରେ ପଶି ଏକ ବାଛୁରୀକୁ ବାଘ ମାରି ଖାଇଥିବା ନେଇ ଅଭିଯୋଗ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.