ନୂଆଦିଲ୍ଲୀ, ୫/୨ : ଟିମ୍ ଇଣ୍ଡିଆର ଖେଳାଳିଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତିଲକ ବର୍ମା ଅର୍ଶଦୀପଙ୍କ ଉପରେ ରାଗୁଥିବା ଦେଖିବାକୁ ମିଳୁଛି । ଡ୍ରେସିଂ ରୁମର ଏହି ଭିଡିଓ ମଝିରେ ନଜର ଆସିଛନ୍ତି ଇଶାନ କିଷନ । ତେବେ ଏମିତି କାହିଁକି ହୋଇଛି ? ଏଭଳି କମେଣ୍ଟ କରି ୟୁଜର୍ସମାନେ ଭିଡିଓଟିକୁ ମଧ୍ୟ ବହୁଳ ମାତ୍ରାରେ ସେୟାର କରୁଛନ୍ତି ।
Arshdeep Singh making a reel after last night's warm up match.
— Mufaddal Vohra (@mufaddal_vohra) February 5, 2026
- Tilak Varma was seen furious as Arshdeep took the video without his consent. 👀pic.twitter.com/Vvh6tiQCh1
ତେବେ ଟି-୨୦ ବିଶ୍ବକପର ଅଭ୍ୟାସ ମ୍ୟାଚରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେଉଥିଲା । ଯେଉଁଥିରେ ଭାରତ ବିଜୟୀ ହୋଇଛି । ଏହି ମ୍ୟାଚ ପରେ ଡ୍ରେସିଂ ରୁମରେ ବସି କିଛି ଖାଉଥିଲେ ତିଲକ ବର୍ମା । ସେଠାରେ ଇଶାନ ମଧ୍ୟ ମୋବାଇଲ୍ ଦେଖୁଥିଲେ । ମାତ୍ର ଏହି ସମୟରେ ଅର୍ଶଦୀପ ଭିଡିଓ ବନାଉଥିଲେ । ପରେ ସେ କହିଥିଲେ କି, ତୁମେ ଭଲ ଦେଖାଯାଉନ । ଏଥିରେ ରାଗି ଯାଇଥିଲେ ତିଲକ । ସେ ଭିଡିଓ ବନ୍ଦ କରିବାକୁ କହିବା ସହ ରାଗି ଯାଇଥିବା ଦେଖିବାକୁ ମିଳିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ସେପଟେ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ । ଭାରତ ନିଜର ପ୍ରଥମ ମ୍ୟାଚ ଆମେରିକାକୁ ଭେଟିବାକୁ ଯାଉଛି । ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଟି-୨୦ ସିରିଜରେ ବିଜୟୀ ହୋଇଛି । ଦଳର ମନୋବଳ ଉଚ୍ଚ ରହିଥିବାବେଳେ ବିଶ୍ବକପର ପ୍ରମୁଖ ଦାବିଦାର ରହିଛି ଟିମ୍ ଇଣ୍ଡିଆ । ଫେବୃଆରୀ ୧୫ ତାରିଖରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ ରହିଛି । ପଡ଼ୋଶୀ ଦେଶ ମ୍ୟାଚ ଖେଳିବାକୁ ମନା କରି ଦେଇଛି । ତେବେ ଆଗକୁ ଏହା ଉପରେ କଣ ନିଷ୍ପତ୍ତି ହେଉଛି ତାଉପରେ ସମସ୍ତଙ୍କ ନଜର ରହିଛି ।