ପ୍ରମୂଖ ଖବର
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ଅଲ୍ଲୁ ଅର୍ଜୁନଙ୍କୁ ରକ୍ଷା କରିବା ପାଇଁ ଓକିଲଙ୍କ ପ୍ରୟାସ , କୋର୍ଟରେ ଖୋଲି ଥିଲେ ଶାହରୁଖ ଖାନଙ୍କ ପୁରୁଣା କେସ୍‌

Published By : Prameya | December 13, 2024 8:40 PM

ମୁମ୍ୱାଇ : ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ରୁଜୁ ମାମଲାରେ ହାଇକୋର୍ଟରେ ଚାଲୁଥିବା ଶୁଣାଣି ବେଳେ ଶାହରୁଖ ଖାନଙ୍କ ସହ ଜଡ଼ିତ ଏହିପରି ଏକ ଦୁର୍ଘଟଣା କଥାକୁ ଦର୍ଶାଇଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ଓକିଲ ନିରଞ୍ଜନ ରେଡ୍ଡୀ ଓ ଅଶୋକ ରେଡ୍ଡୀ ତାଙ୍କର ଗିରଫଦାରୀରେ ସୋମବାର ଯାଏ ରୋକ୍‌ ଲଗାଇବାକୁ ଦାବି କରିଛନ୍ତି ଏବଂ କହିଛନ୍ତି କି, ୨୦୧୭ରେ ଫିଲ୍ମ ରଇସ୍‌ର ପ୍ରମୋସନ ବେଳେ ବଦୋଦରା ଷ୍ଟେସନରେ  ପ୍ରବଳ ଗହଳିରେ ଶାହରୁଖ ଖାନଙ୍କ ଜଣେ ପ୍ରଶଂସକଙ୍କର ମୃତ୍ୟୁ ହୋଇ ଯାଇ ଥିଲା, କିନ୍ତୁ ଗୁଜରାଟ ହାଇକୋର୍ଟ ଓ ସୁପ୍ରିମକୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇଥିଲେ। ଏହି ଆଧାରରେ ଅଲ୍ଲୁ ଅର୍ଜୁନଙ୍କ ଓକିଲମାନେ ନିଜର କ୍ଲାଏଣ୍ଟ ପାଇଁ ମଧ୍ୟ ଆଶ୍ୱସ୍ତି ଦାବି କରିଥିଲେ। ଏହାପରେ ତେଲେଙ୍ଗାନା ହାଇକର୍ଟ ଅଲ୍ଲୁ ଅର୍ଜୁନଙ୍କୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେଇଛନ୍ତି। ଏହା ପୂର୍ବରୁ ଦିନରେ ହାଇଦ୍ରାବାଦର ଏକ କୋର୍ଟ ତାଙ୍କୁ ୧୪ ଦିନର ନ୍ୟାୟିକ ହେପାଜତକୁ ପଠାଇବାର ଆଦେଶ ଦେଇଥିଲେ।  

ହାଇକୋର୍ଟ ଅନ୍ତରୀଣ ଜାମିନ ଦେଇ ତାଙ୍କୁ ମାମଲାର ଯାଞ୍ଚରେ ଅଧିକାରୀଙ୍କ ସହ ସହଯୋଗ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୪ ଡିସେମ୍ୱରରେ ଅଲ୍ଲୁ ଅର୍ଜୁନଙ୍କ ଲାଟେଷ୍ଟ ଫିଲ୍ମ ପୁଷ୍ପା-୨ ର ପ୍ରିମିୟର ବେଳେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ପ୍ରବଳ ଗହଳିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା। ହାଇଦ୍ରାବାଦ ପୁଲିସ ମହିଳାଙ୍କ ପରିବାରର ଅଭିଯୋଗ ଆଧାରରେ ଅଲ୍ଲୁ ଅର୍ଜୁନ, ତାଙ୍କର ସିକ୍ୟୁରିଟି ଟିମ୍‌ ଓ ଥିଏଟର ପ୍ରବନ୍ଧନ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୦୫ ଓ ୧୧୮ (୧) ଅନୁସାରେ ଚିକ୍କଡପଲ୍ଲୀ ଥାନାରେ ମାମଲା ରୁଜୁ କରି ଥିଲେ। ପୁଲିସ ଆଜି ଦ୍ୱିପ୍ରହରରେ ତାଙ୍କୁ ଗିରଫ ମଧ୍ୟ କରିଥିଲା। ଏହା ପୂର୍ବରୁ ଆକ୍ଟର ୧୧ ଡିସେମ୍ୱରରେ କେସ୍‌କୁ ଖାରଜ କରିବା ପାଇଁ ତେଲେଙ୍ଗାନା ହାଇକୋର୍ଟରେ ପିଟିସନ ଦାଏର କରି ଥିଲେ।

୨୩ ଜାନୁୟାରୀ ୨୦୧୭ରେ ଶାହରୁଖ ଖାନ ନିଜ ଫିଲ୍ମ 'ରଇସ'ର ପ୍ରମୋସନ ପାଇଁ ଟ୍ରେନ୍‌ରେ ମୁମ୍ୱାଇରୁ ଦିଲ୍ଲୀ ଯାଏ ଯାତ୍ରା କରୁଥିଲେ। ବଦୋଦରା ଷ୍ଟେସନରେ ତାଙ୍କର ଏକ ଝଲକ ପାଇବା ପାଇଁ ବହୁ ସଂଖ୍ୟାରେ ପ୍ରଶଂସକ ଜମା ହୋଇ ଯାଇଥିଲେ। ପ୍ରଶଂସକଙ୍କ ଖୁବ୍‌ ଗହଳି କାରଣରୁ ସ୍ଥିତି ଏତେ ବିଗିଡ଼ି ଗଲାଣି ଯେ, ୪୫ ବର୍ଷିୟ ଫରଦୀନ ଖାନଙ୍କ ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଯାଇ ଥିଲା। ଏହାପରେ ଜିତେନ୍ଦ୍ର ସୋଲଙ୍କି ଶାହରୁଖ ଖାନଙ୍କୁ ଫରଦୀନଙ୍କର ମୃତ୍ୟୁର ଦାୟୀ କରାଇ ତାଙ୍କର ବିରୋଧରେ ଅଭିଯୋଗ ରୁଜୁ କରାଇ ଥିଲେ। 

ସୋଲଙ୍କୀଙ୍କର ଅଭିଯୋଗ ଥିଲା କି, ଶାହରୁଖ ଖାନଙ୍କର ଲୋକପ୍ରିୟତା ଓ ତାଙ୍କର ଟ୍ରେନ୍‌ରୁ ବାହାରକୁ ଆସି ପ୍ରଶଂସକଙ୍କ ସହ କଥାବାର୍ତ୍ତା କରିବାକୁ ଚେଷ୍ଟା  କରିବା ଗହଳିକୁ ଆହୁରି ବଢାଇ ଦେଲା, ଏହି କାରଣରୁ ଫରଦୀନ ଖାନଙ୍କ ଜୀବନ ଚାଲି ଗଲା। ଉକ୍ତ ମାମଲାରେ ଶାହରୁଖ ଖାନଙ୍କୁ ସମନ ଜାରି କରାଯାଇ ଥିଲା, କିନ୍ତୁ ଅଦାଲତ ତାଙ୍କୁ ଆଶ୍ୱସ୍ତି ଦେଇ ଥିଲେ। କୋର୍ଟ ଏହା ମାନି ଥିଲେ ଯେ ଶାହରୁଖ କୌଣସି ପ୍ରକାରର ଧାଁ ଦୌଡ଼କୁ ବୃଦ୍ଧି କରି ନାହାନ୍ତି ବରଂ ଅଧିକ ଭିଡ଼ କାରଣରୁ ଏମିତି ସ୍ଥିତି ସୃଷ୍ଟି ହୋଇଥିଲା। କୋର୍ଟ ତାଙ୍କୁ କ୍ଷମା ମାଗିବା ସର୍ତ୍ତରେ ମାମଲାରୁ ମୁକ୍ତ କରି ଦେଇ ଥିଲେ। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.