ନୂଆଦିଲ୍ଲୀ : ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ-ଆମେରିକା ସଂପର୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କଡ଼ା ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି ବିଶ୍ୱର କୌଣସି ବି ଦେଶ ଭାରତକୁ ଆଜିଠାରୁ ୭୭ବର୍ଷ ପୂର୍ବର ହିନ୍ଦୁସ୍ତାନ ବୁଝିବାରେ ଭୁଲ୍ କର ନାହିଁ। ସେ କହିଛନ୍ତି ଯେ, ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଅତୀତରୁ ଶିକ୍ଷା ଲାଭ କରି ପ୍ରତି କ୍ଷେତ୍ରରେ ବଡ଼ ପ୍ରଗତି କରିଛି ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଥିବା ନରେନ୍ଦ୍ର ମୋଦିଙ୍କ ଉପରେ କୌଣସି ବି ଦେଶ ଚାପ ପକାଇ ନିଜ କଥା ଜାହିର କରି ପାରିବ ନାହିଁ। ରାଷ୍ଟ୍ରପତି ପୁଟିନ , ଆମେରିକାର ନାଁ ନନେଇ କହିଛନ୍ତି, ଭାରତ କୌଣସି ଦେଶ ଆଗରେ ମୁଣ୍ଡ ନୁଆଁଇବାର ଦେଶ ନୁହେଁ ଏବଂ ସେ ନିଜ ସର୍ତ୍ତରେ କୌଣସି ବି ଦେଶ ସହ ବ୍ୟାଣିଜ୍ୟିକ ସଂପର୍କ କରିଥାଏ।

ଆଜ୍‌ତକ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ପୁଟିନ୍ କହିଛନ୍ତି, ନିକଟତମ ବର୍ଷ ଗୁଡ଼ିକରେ ଭାରତ ପ୍ରତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି ଏବଂ ଦୁନିଆ ସାମ୍ନାରେ ଏକ ବଡ଼ ଆର୍ଥିକ ମହାଶକ୍ତି ସାଜି ଉଭା ହୋଇଛି। ରୁଷ୍ ଠାରୁ ଶସ୍ତା ଦରରେ ଅଶୋଧିତ ତୈଳ କ୍ରୟ ମାମଲା ଓ ଏହା ଉପରେ ଆମେରିକା ପକ୍ଷରୁ କରାଯାଉଥିବା ଅଭିଯୋଗ ସହ ଜଡ଼ିତ ପ୍ରଶ୍ନରେ , ସେ ପୁଟିନ କହିଛନ୍ତି , ମୁ କେବେ ନିଜର ସହଯୋଗୀଙ୍କ ଚରିତ୍ର ଚିତ୍ରଣ କରି ନଥାଏ। ସେମାନଙ୍କର ବି ନୁହେଁ , ଯେଉଁମାନେ ମୋ ସହ କାମ କରିଛନ୍ତି ଏବଂ ବିଷେଷକରି ରାଷ୍ଟ୍ରାଧ୍ୟକ୍ଷଙ୍କର ତ କେବେ ବି ନୁହେଁ।

ସେ କହିଛନ୍ତି ଯେ, ମୋ ବିଚାରରେ ଏହି ମୂଲ୍ୟାଙ୍କନ ସେହି ଦେଶର ନାଗରିକଙ୍କୁ କରିବା ଉଚିତ୍ , ଯିଏକି ତାଙ୍କୁ ଭୋଟ୍ ଦେଇ କ୍ଷମତା ପ୍ରଦାନ କରିଛନ୍ତି। କିନ୍ତୁ ଯେତେଦୂର ଭାରତ ପକ୍ଷରୁ ରୁଷ୍ ଠାରୁ ଶକ୍ତି ସଂପଦ କ୍ରୟ କରିବା ସଂପର୍କରେ , ମୁଁ ସ୍ପଷ୍ଟ କରିଦେଉଛି ଯେ ଆମେରିକା ଏବେ ବି ଏହାର ପରମାଣୁ ଶକ୍ତି କେନ୍ଦ୍ର ପାଇଁ ଆମ ଠାରୁ ଶକ୍ତି କିଣୁଛି। ଏଥିରେ ଆମେରିକାରେ ଚାଲିଥିବା ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ଗୁଡ଼ିକ ପାଇଁ ୟୁରେନିୟମ ମଧ୍ୟ ସାମିଲ ଅଛି। ପୁଟିନ କହିଛନ୍ତି ,ଯଦି ଆମେରିକା ନିଦେ ନିଜର ଶକ୍ତି ଆବଶ୍ୟକତା ପାଇଁ ରୁଷ୍ ଠାରୁ ୟୁରେନିୟମ କିଣି ପାରୁଛି , ତ ପୁଣି ଭାରତର କ୍ରୟକୁ ନେଇ କାହାକୁ ବି ଅଭିଯୋଗ କରିବା ଉଚିତ୍ ନୁହେଁ। ସେ କହିଛନ୍ତି ଏହି ବିଷୟରେ ଗଭୀର ଅଧ୍ୟନ କରିବା ଆବଶ୍ୟକ ରହିଛି। ପୁଟିନ ଏହା ମଧ୍ୟ କହିଛନ୍ତି ସେ ଏହି ମାମଲାରେ ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।