ପ୍ରମୂଖ ଖବର
  • ଜେଲ୍‌ରୁ ଫେରି ପୀଡିତାଙ୍କୁ ଅପହରଣ କରି ହତ୍ୟା କଲା ଅଭିଯୁକ୍ତ: ଏଆଇ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ୨ ଗିରଫ
  • ||
  • ସୁନ୍ଦରଗଡ଼ : ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଲେ ଲୋକେ
  • ||
  • ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୭ ମାଓବାଦୀ ନିପାତ
  • ||
  • ମାଲକାନଗିରି ମୋଟୁରେ NIA ରେଡ୍, ମାଓ ଲିଙ୍କ ସନ୍ଦେହରେ ତନାଘନା
  • ||
  • ଆନନ୍ଦପୁର : ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ
  • ||
  • ରାଜଧାନୀ ରାଜରାସ୍ତାରେ ଯୁବକଙ୍କ ଆତଙ୍କରାଜ: ଗାଡି ସାଇଡ୍‌ ମରାକୁ ନେଇ ମାରପିଟ,୫ ଅଟକ
  • ||
  • କୋରାପୁଟରେ ଅପରେସନ ଗ୍ରୀନ୍‌ କ୍ଲିନ୍‌, ୫୧ ହଜାରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ
  • ||
  • କରଞ୍ଜିଆ : ଟ୍ରାକ୍ଟର ସହ ଧକ୍କା ହେଲା ପିଆଜ ବୋଝେଇ ଟ୍ରକ୍: ଜଣେ ମୃତ, ୨ ଗୁରୁତର
  • ||
  • ବୌଦ୍ଧରେ ଅପରେସନ୍‌ ଗ୍ରୀନ୍‌ କ୍ଲିନ, ୨ ଦିନରେ ୨୦ କୋଟିର ଗଞ୍ଜେଇ ଗଛ ନଷ୍ଟ
  • ||
  • ଦୈତନଗରୀରେ ଗଡିବ ୩୦ ଇଆର୍‌ଏସ୍‌ଏସ୍‌ ଯାନ, ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଣାଇ : ଲୁଟ୍ କରିବାକୁ ଆସି ଗର୍ଭବତୀଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ଲୁଟେରା ଫେରାର
  • ||
  • ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା, ବିଳମ୍ବିତ ରାତିରେ ଲୁଟ୍‌ ପାଇଁ ଆସି ହତ୍ୟା କଲେ ଦୁର୍ବୃତ୍ତ
  • ||
  • କୁହୁଡିର ଚାଦର ତଳେ ପାଟଣା, ଯାନବାହନ ଚଳାଚଳରେ ସମସ୍ୟା
  • ||
  • ରାଜ୍ୟରେ ବଢ଼ିଲା ଶୀତର ପ୍ରକୋପ, ଦିନକରେ ୫ ଡିଗ୍ରୀ ଖସିଲା ପାରଦ: ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା
  • ||

ଆଜି ଓଡ଼ିଶା ଆସିବେ ଚରଣଦାସ ମହନ୍ତ, ମିନାକ୍ଷୀ ନଟରାଜନ୍: ଦିନ ୧ଟାରେ ଷ୍ଟିଅରିଂ କମିଟି, ବିଧାୟକ, ସାଂସଦଙ୍କ ସହ ବୈଠକ

Published By : Prameya | November 4, 2024 8:40 AM

ଭୁବନେଶ୍ୱର,୦୪/୧୧: ରାଜ୍ୟରେ  କଂଗ୍ରେସ କମିଟି ଭାଙ୍ଗିବାର ୧୦୫ ଦିନ ବିତିବା  ପରେ ଏବେ ଆଶା ସଞ୍ଚାର ହୋଇଛି । ଶୀଘ୍ର  ରାଜ୍ୟକୁ ନୂଆ ପିସିସି ସଭାପତି ମିଳିବ ବୋଲି କଂଗ୍ରେସ ନେତା ବେଶ ତତ୍ପର ହୋଇ ପଡ଼ିଛନ୍ତି ।  ଜଣେ କିମ୍ବା ଦୁଇ ଜଣ ନୁହଁ, ଏକାଧିକ ନେତା ପିସିସି ସଭାପତି ଦୌଡ଼ରେ ଅଛନ୍ତି । ସେଥିମଧ୍ୟରୁ ସାଂସଦ ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସ, ରାମଚନ୍ଦ୍ର  ଖୁଣ୍ଟିଆ, ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଦେବାଶିଷ ପଟ୍ଟନାୟକ ଓ ଶରତ ରାଉତ ପ୍ରମୁଖଙ୍କ ନାମ ରହିଛି । ଦୌଡ଼ରେ ଥିବା କିଛି ସଭାପତି ଆଶାୟୀ ନିଜ ସପକ୍ଷରେ ଲବି କରିବା  ପାଇଁ କଂଗ୍ରେସ ନେତାଙ୍କୁ ତାରକା ହୋଟେଲରେ  ଆଲୋଚନା କରିବା  ସହିତ ମୋଟା ଅଙ୍କର  ହାତଗୁଞ୍ଜା ମଧ୍ୟ ଦେଉଥିବା ଚର୍ଚ୍ଚା ହେଉଛି । ତେବେ ଏସବୁ କାମ ଦେବ କିମ୍ବା ଯାହା ହାତରେ ବାସ୍ତବ  ସଙ୍ଗଠନ ରହିଛି, ସେହି ନେତାଙ୍କୁ ସୁଯୋଗ  ମିଳିବ । ଏହା ପର୍ଯ୍ୟବେକ୍ଷକଙ୍କ ହାତରେ ରହିଛି ।  ଏଆଇସିସି ରାଜ୍ୟ କଂଗ୍ରେସ ନେତା ବାଛିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଚରଣ ଦାସ ମହନ୍ତ ଓ ଛାତ୍ରକଂଗ୍ରେସର ପୂର୍ବତନ  ରାଷ୍ଟ୍ରୀୟ ସଭାପତି ମିନାକ୍ଷୀ ନଟରାଜନ୍‌ଙ୍କୁ ଦାୟିତ୍ୱ ଦେଇଛନ୍ତି । ଉଭୟ ନେତା ସୋମବାର ଦିନ ୧୨ଟାରେ କଂଗ୍ରେସ ଭବନରେ ପହଞ୍ଚିବେ । ଅପରାହ୍ନ ୧ଟାରେ ଓଡ଼ିଶା କଂଗ୍ରେସର ଷ୍ଟିୟରିଂ କମିଟି ସଦସ୍ୟ, ବିଧାୟକ ଓ ସାଂସଦଙ୍କ ସହ ବୈଠକ କରିବେ ।  

ସେହିପରି ଅପରାହ୍ନ ୩ଟାରେ କଂଗ୍ରେସ  ଭବନରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ  ସହ ଆଲୋଚନା କରିବେ ଏଆଇସିସିର  ପର୍ଯ୍ୟବେକ୍ଷକ । ପରେ ଉଭୟ ୪ ଓ ୫  ତାରିଖରେ ବିଭିନ୍ନ କଂଗ୍ରେସ ନେତାଙ୍କ ସହ  ବ୍ୟକ୍ତିଗତ ଭାବେ ଆଲୋଚନା କରିବେ ବୋଲି  ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସେପଟେ  ଦୌଡ଼ରେ ଥିବା ନେତାମାନଙ୍କ ମଧ୍ୟରୁ କିଛି  ନେତା ପୂର୍ବରୁ ଦିଲ୍ଲୀ ଯାଇ ଆସିଛନ୍ତି । ଅନ୍ୟ  କିଛି ଜଣ ଝାଡ଼ଖଣ୍ଡ ଯାଇ ଚରଣଦାସଙ୍କୁ  ଭେଟିଥିବା ବେଳେ ଏବେ ପୁଣି  ନେତାଙ୍କୁ ଏକଜୁଟ କରିବାରେ ଲାଗି  ପଡିଛନ୍ତି । ହେଲେ ଉଭୟ ପର୍ଯ୍ୟବେକ୍ଷକ  ଯାହା ସପକ୍ଷରେ ରିପୋର୍ଟ ଦେବେ,  ସେ ହିଁ ପିସିସି ସଭାପତି ହେବା ଏକ  ପ୍ରକାର ଚୂଡାନ୍ତ । ତେବେ ଯିଏ ହୁଅନ୍ତୁ ନା  କାହିଁକି, ମାତ୍ର ତୁରନ୍ତ ପିସିସି ସଭାପତି  ନିଯୁକ୍ତ କରାଯାଉ ବୋଲି ପୂର୍ବତନ ପିସିସି  ସଭାପତି ଜୟଦେବ ଜେନା ଓ ବରିଷ୍ଠ  କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି  ପ୍ରମୁଖ ଯୁକ୍ତି ବାଢ଼ିଛନ୍ତି । 

  • PrameyaOdia
  • prameya
  • congress
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.