ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ

Published By : Prameya | February 9, 2025 8:54 AM

କଟକ,୦୯/୦୨:  ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ । ପ୍ରସ୍ତୁତ ବାରବାଟୀ, ପ୍ରସ୍ତୁତ ଉଭୟ ଟିମ୍ । ସୁପର ସନଡେ’ରେ ହେବ ସୁପର ଫାଇଟ୍। ରବିବାର ଦିନ ଗୋଟାଏରୁ କମ୍ପିବ କଟକ । ଆଜି ବାରବାଟୀ ଷ୍ଟାଡିୟମ୍‌ କ୍ରିକେଟ୍‌ ମ୍ୟାଚ୍‌ ଦେଖିବେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରଯାଇଛି। 

ସୂଚନା ମୁତାବକ, ରବିବାର ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କଟକ ଆସିବେ । ଏଥିଲାଗି ବାଲିଯାତ୍ରା ତଳ ପଡ଼ିଆରେ ଏକ ହେଲିପ୍ୟାଡ୍‌ ନିର୍ମାଣ କରାଯାଇଛି ।  ଦିନ ୧୨ଟା ୩୦ ମିନିଟ୍‌ ସମୟରେ ସେ ହେଲିପ୍ୟାଡ୍‌ରେ  ଅବତରଣ କରିବେ ବୋଲି କଟକ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଏଠାରୁ ତାଙ୍କୁ କାରକେଡ୍‌ରେ କଡ଼ା  ସୁରକ୍ଷା ବଳୟରେ ଷ୍ଟାଡିୟମ୍‌କୁ ନିଆଯିବ । ଏଥିଲାଗି ପୁଲିସ୍‌  ପକ୍ଷରୁ ବାଲିଯାତ୍ରା ତଳ ପଡ଼ିଆରେ ପୃଥକ ସୁରକ୍ଷା ବନ୍ଦୋବସ୍ତ  କରାଯାଇଛି । ମୁଖ୍ୟମନ୍ତ୍ରୀ ଖେଳ ଆରମ୍ଭରୁ ଶେଷ ହେବା ପର୍ଯ୍ୟନ୍ତ  ମ୍ୟାଚ୍‌ ଦେଖିବେ ବୋଲି ପୁଲିସ୍‌ ସୂତ୍ରରୁ ସୂଚନା ମିଳିଛି । 

ଅନ୍ୟପକ୍ଷରେ ମ୍ୟାଚ୍‌ ଦେଖିବାକୁ ରାଜ୍ୟ କ୍ୟାବିନେଟ୍‌ର ପ୍ରାୟ ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦଙ୍କଠାରୁ ଆରମ୍ଭ କରି ବହୁ ଭିଭିଆଇପି ଆସୁଥିବାରୁ କଟକ-ଭୁବନେଶ୍ୱର ଏନ୍‌ଏଚ୍‌ ସମେତ ବାରଙ୍ଗ- ତ୍ରିଶୁଳିଆ ରାସ୍ତା, ମହାନଦୀ ରିଂ ବନ୍ଧ ଓ  କାଠଯୋଡ଼ି ରିଂ ବନ୍ଧ ରାସ୍ତାରେ ଟ୍ରାଫିକ୍‌ ନିୟନ୍ତ୍ରଣ ଲାଗି ଫୋର୍ସ  ସଂଖ୍ୟା ବଢ଼ାଇ ଦିଆଯାଇଛି । ସେହିପରି ହାଓଡା ମୋଟର ଛକ,  କ୍ୟାଣ୍ଟନମେଣ୍ଟ ରୋଡ଼, ବକ୍ସିବଜାର ରାସ୍ତା, ବିଜୁ ପଟ୍ଟନାୟକ ଛକ  ରାସ୍ତା ଆଦି ଷ୍ଟାଡିୟମ୍‌ ଆଖପାଖରେ ଭିଡ଼ ଅସମ୍ଭାଳ ହେବାର  ଆଶଙ୍କା ରହିଛି । ତେଣୁ ଉକ୍ତ ଅଞ୍ଚଳରେ କିପରି ଗହଳି ନିୟନ୍ତ୍ରଣ  କରାଯାଇପାରିବ ତାହା ଏବେ ପୁଲିସ୍‌ ପାଇଁ ଚିନ୍ତା ବଢ଼ିଛି । କାରଣ ଶନିବାର ନେଟସ୍‌ ସମୟରେ ଭାରତୀୟ କ୍ରିକେଟ୍‌ ତାରକାଙ୍କୁ ଦେଖିବାକୁ ଷ୍ଟାଡିୟମ୍‌ ଭିତରେ ଏବଂ ବାହାରେ ଯେପରି ଟ୍ରାଫିକ୍‌  ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଲା ତାହାକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ  ପୁଲିସ୍‌ ଅଧିକାରୀମାନେ ନାକେଦମ୍‌ ହୋଇପଡ଼ିଥିଲେ । ତେଣୁ  ଶନିବାର ଏହି ସମସ୍ୟା ଯେପରି ରବିବାର ପୁନରାବୃତ୍ତି ନହୁଏ ସେଥିଲାଗି କମିସନରେଟ୍‌ ଅଧିକାରୀମାନେ ଗୁରୁତ୍ୱ ଦେଇଛନ୍ତି ।

ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.