ମେଷ : ତୃତୀୟ ଚନ୍ଦ୍ର ଯୋଗୁ ଧନ ପ୍ରାପ୍ତି ଯୋଗ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ଚିନ୍ତାଧାରା ବୃଦ୍ଧି ହେବ, ଧାର୍ମିକ କର୍ମରେ ଯୋଗଦାନ କରିପାରିବେ । ମାନସିକ ଶାନ୍ତି, ଆର୍ଥିକ ଲାଭ, ଆୟ ବୃଦ୍ଧି ପାଇବ । ପୁଞ୍ଜି ନିବେଶ ପାଇଁ ଶୁଭ, ଟଙ୍କା ନେବା ଦେବାରେ ସତର୍କ ହେବେ । ଶରୀର ସୁସ୍ଥ ରହିବ, ସାମାନ୍ୟ ମୁଣ୍ଡ ବିନ୍ଧା ବା ରକ୍ତଚାପ ଦେଖାଦେଇପାରେ । ଗୃହେ ଆନନ୍ଦ, ସମାଜରେ ସମ୍ମାନ ମିଳିବ, ଦୂର ଯାତ୍ରା କରିପାରିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।
ଶୁଭ ରଙ୍ଗ : କମଳା ଓ ନାଲି ।
ବୃଷ : ଦ୍ୱିତୀୟ ଚନ୍ଦ୍ର ଯୋଗୁ ଆର୍ଥିକ ଉନ୍ନତି, ମାନସିକ ବଳ ବୃଦ୍ଧି ପାଇବ, ବ୍ୟବସାୟରେ ଉନ୍ନତି, ନୂତନ ଦ୍ରବ୍ୟ କ୍ରୟ କରିବେ, ବନ୍ଧୁ ମିଳନ, ଗୃହେ ଆନନ୍ଦ, ସ୍ୱାସ୍ଥ୍ୟ ଭଲ ରହିବ । ଯାନବାହନ କ୍ରୟ କରିବେ, କାଥାବାର୍ତ୍ତା ବେଳେ ସତର୍କତା ଅବଲମ୍ବନ କରିବେ । ରାଜନୀତି କ୍ଷେତ୍ରରେ ସଫଳ ହେବେ, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ, ଅନାବଶ୍ୟକ ଖର୍ଚ୍ଚ ଯୋଗ, ଆୟଠାରୁ ବ୍ୟୟ ଅଧିକ ହୋଇପାରେ ।
ଶୁଭ ରଙ୍ଗ : ସିଲ୍ଭର ଓ ଧଳା ।
ମିଥୁନ : ଶ୍ରୀଚନ୍ଦ୍ର ବା ଜନ୍ମଚନ୍ଦ୍ର ଯୋଗୁ ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ଧାର୍ମିକ କର୍ମରେ ଯୋଗଦାନ, ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ଧାର୍ମିକ କର୍ମରେ ଯୋଗଦାନ, ନୂତନ ଦ୍ରବ୍ୟ କ୍ରୟ କରିପାରିବେ । ଯାନବାହନ କ୍ରୟ କରିବେ । ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ରାଜନୀତି କ୍ଷେତ୍ରରେ ସଫଳତା, ଗୃହେ ଆନନ୍ଦ, ବାଦବିବାଦରୁ ଦୂରେଇ ରହିବେ ।
ଶୁଭ ରଙ୍ଗ : ସବୁଜ, ହଳଦିଆ ।
କର୍କଟ : ଦ୍ୱାଦଶ ଚନ୍ଦ୍ର, ଘାତବାର ଯୋଗୁ ମାନସିକ ଚାପ ଲାଗି ରହିବ, ଖର୍ଚ୍ଚ ବୃଦ୍ଧି ପାଇବ, ଯାତ୍ରା ନିଷେଧ, ନୂତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ବାଦବିବାଦ ହେବାର ସମ୍ଭାବନା ରହିଛି । କର୍ମ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ପାଇବେ, ଆର୍ଥିକ ହାନି ଘଟିପାରେ, ଶରୀର ପ୍ରତି ସତର୍କ ରହିବେ । ଧାର୍ମିକ କାର୍ଯ୍ୟରେ ଯୋଗଦାନ, ଖାଦ୍ୟ ପ୍ରତି ସତର୍କ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ଅସଫଳ ହୋଇପାରନ୍ତି ।
ଶୁଭ ରଙ୍ଗ : ଧଳା ଓ ମାଟିଆ ।
ସିଂହ : ଏକାଦଶ ଚନ୍ଦ୍ର ଯୋଗୁ ଅଟକି ଥିବା କାର୍ଯ୍ୟ ପୂରଣ ହେବ, ଧନପ୍ରାପ୍ତି, ଆୟ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ଉନ୍ନତି, ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ବ୍ୟବସାୟରେ ଉନ୍ନତି ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବନ୍ଧୁଙ୍କ ସହଯୋଗ ମିଳିପାରେ, ଗୃହେ ଆନନ୍ଦ, ଶରୀର ପ୍ରତି ସତର୍କ ରହିବେ ।
ଶୁଭ ରଙ୍ଗ : ଗୋଲାପି ଓ ନାଲି ।
କନ୍ୟା : ଦଶମ ଚନ୍ଦ୍ର ଯୋଗୁ ଗୃହେ ଆନନ୍ଦ, କର୍ମ କ୍ଷେତ୍ରରେ ଉନ୍ନତି ହେବ । ସମାଜନରେ ସମ୍ମାନ ମିଳିବ, ମନ ପ୍ରସନ୍ନ ରହିବ, ମାନ, ସମ୍ମାନ ବୃଦ୍ଧି ପାଇବ ଏବଂ ବ୍ୟବସାୟରେ ଉନ୍ନତି, ଯାନବାହନ କ୍ରୟ କରିପାରିବେ । ଆର୍ଥିକ ଲାଭ ହେବ, ଜମିଜମା କ୍ରୟ କରିପାରିବେ । ଚାକିରୀ କ୍ଷେତ୍ରରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ।
ଶୁଭ ରଙ୍ଗ : ଆକାଶିଆ ଓ ସବୁଜ ।
ତୁଳା : ନବମ ଚନ୍ଦ୍ର ଯୋଗୁ ଧର୍ମାନୁଷ୍ଠାନ ଯାତ୍ରା କରିପାରିବେ, ଧାର୍ମିକ କର୍ମରେ ଯୋଗଦାନ ଦେଇ ପାରିବେ, ହଠାତ୍ ସୁସମ୍ବାଦ ମିଳିବାର ଯୋଗ ରହିଛି । କର୍ମ କ୍ଷେତ୍ର ଶତ୍ରୁ ବୃଦ୍ଧି ଘଟିବ, ପିତାମାତାଙ୍କ ସେବା କରିବେ । ଗୁରୁଜନଙ୍କ ସେବା କରିବେ, ମନରେ ଚିନ୍ତା ଲାଗି ରହିବ, ମନକୁ ଶାନ୍ତ ରଖିବେ ଓ ଦୂର ଯାତ୍ରା କରିପାରିବେ । ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ । ଅର୍ଥ ନେବାଦେବା ବେଳେ ସତର୍କ ହେବେ ।
ଶୁଭ ରଙ୍ଗ : ଧଳା ଓ ମାଟିଆ ।
ବିଛା : ଅଷ୍ଟମ ଚନ୍ଦ୍ର ଯୋଗୁ ମାନସିକ କଷ୍ଟ ଦେଖାଦେଇପାରେ, କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ଧନ ହାନି, ଶରୀର ପ୍ରତି ସତର୍କ ରହିବେ । ଦୂର ଯାତ୍ରା ନିଷେଧ, ବାଦବିବାଦ ହେବାର ସମ୍ଭାବନା, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ସାମାନ୍ୟ ଅସଫଳ ହେବେ ।
ଶୁଭ ରଙ୍ଗ : ନାରଙ୍ଗୀ ଓ ହଳଦିଆ ।
ଧନୁ : ସପ୍ତମ ଚନ୍ଦ୍ର ଯୋଗୁ ନୂତନ ଦ୍ରବ୍ୟ କ୍ରୟ କରିପାରିବେ, ବ୍ୟବସାୟରେ ଉନ୍ନତି, ଯାନବାହନ କ୍ରୟ କରିପାରିବେ । ସମାଜରେ ସମ୍ମାନ ବୃଦ୍ଧି ପାଇବ, ମାନସିକ ଶାନ୍ତି, ଧାର୍ମିକ କର୍ମରେ ଯୋଗଦାନ ଦେଇ ପାରିବେ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, ରାଜନୀତି କ୍ଷେତ୍ରରେ ଉନ୍ନତି, ଶରୀର ପ୍ରତି ଟିକେ ସତର୍କ ରହିବେ ।
ଶୁଭ ରଙ୍ଗ : କଳା, କମଳା ଓ ନାଲି ।
ମକର : ଷଷ୍ଠ ଚନ୍ଦ୍ର ଯୋଗୁ ରାଜନୀତି କ୍ଷେତ୍ରରେ ଜୟଯୁକ୍ତ, ଋଣ ମୁକ୍ତ ହେବେ । କର୍ମ କ୍ଷେତ୍ରରେ ସଫଳତା, ରୋଗରୁ ଆରାମ ମିଳିବ, ଶରୀର ସୁସ୍ଥ ରହିବ । ମାନସିକ ଶାନ୍ତି, ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେଇପାରିବେ । ବ୍ୟବସାୟରେ ଉନ୍ନତି, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ମାନେ ଉପକୃତ ହେବେ ତଥା ଆୟ ବୃଦ୍ଧି ପାଇବ ।
ଶୁଭ ରଙ୍ଗ : ଖଇରିଆ ଓ କଳା ।
କୁମ୍ଭ : ପଞ୍ଚମ ଚନ୍ଦ୍ର ଯୋଗୁ କର୍ମ କ୍ଷେତ୍ରରେ ବାଧାବିଘ୍ନ ଲାଗି ରହିବ, କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବାକୁ ପଡ଼ିବ । ମାନସିକ ଚାପ ଲାଗି ରହିବ, ମନ ଅସ୍ଥିର ରହିପାରେ । ବାଦବିବାଦ ହେବାର ସମ୍ଭାବନା ରହିଛି । ଶତ୍ରୁ ବୃଦ୍ଧି ପାଇବେ, ଶରୀର ପ୍ରତି ସତର୍କ ରହିବେ । ରାଜନୀତି କ୍ଷେତ୍ରେ ସାମାନ୍ୟ ଅଶୁଭ ଫଳ ମିଳିପାରେ ।
ଶୁଭ ରଙ୍ଗ : ନୀଳ, ହଳଦିଆ ।
ମୀନ : ଚତୁର୍ଥ ଚନ୍ଦ୍ର ଯୋଗୁ କଳହ ହେବାର ଯୋଗ ରହିଛି । ପିତାମାତାଙ୍କ ଶରୀର ପ୍ରତି ସତର୍କ ରହିବେ, ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନ କରିବେ । ବୃଥା ଭ୍ରମଣ, ଶରୀରରେ ସାମାନ୍ୟ ଆଳସ୍ୟ ଦେଖାଦେଇପାରେ । ଦୂର ଯାତ୍ରା ନିଷେଧ, ଋଣ ନେବା ଦେବାରେ ସତର୍କ ରହିବେ ।
ଶୁଭ ରଙ୍ଗ : ଗୋଲାପି, ହଳଦିଆ, ପାଉଁସିଆ ।
ଜ୍ୟୋତିର୍ବିଦ୍ : ଅନାମିକା,
ଯୋଗାଯୋଗ : ୯୭୭୭୭୧୧୭୩୩