ନୂଆଦିଲ୍ଲୀ,୨୬/୦୫; ରୋମାଞ୍ଚକ ମୋଡ଼ରେ ପହଞ୍ଚିଛି ଇଣ୍ଡିଆନ ପ୍ରମିୟର ଲିଗ୍ ୨୦୨୬ । ଆରସିବି, ଜିଟି, ଏସଆରଏଚ ଏବଂ ଆରଆର ଚଳିତ ପ୍ଲେ-ଅଫରେ ଏଣ୍ଟ୍ରୀ କରିଛନ୍ତି । ଆଜି ଧର୍ମଶାଳାରେ ବେଙ୍ଗାଲୁରୁ ବନାମ ଗୁଜରାଟ ମଧ୍ୟରେ ପ୍ରଥମ କ୍ୱାଲିଫାୟାର ଖେଳାଯିବ । ଯିଏ ଜିତିବ ସେ ଫାଇନାଲ ଟିକଟ ହାତେଇବ । ତେବେ ଆଇପିଏଲରେ ଅଂଶଗ୍ରହଣ କରୁଥିବା ୧୦ଟି ଦଳ ମଧ୍ୟରୁ କେବଳ ୪ଟି ଦଳ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି । ପ୍ରାୟ ୨ ମାସ ଧରି କଠିନ ଚ୍ୟାଲେଞ୍ଜକୁ ଅତିକ୍ରମ କରିବା ପରେ ଗୋଟିଏ ଦଳ ପ୍ଲେଅଫ୍ ସ୍ଥାନ ସୁରକ୍ଷିତ କରିଥାଏ । ଗତ ୧୯ ବର୍ଷ ମଧ୍ୟରେ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ସର୍ବାଧିକ ୫ ଥର IPL ଟାଇଟଲ୍ ଜିତିଛନ୍ତି । କେଉଁ ଦଳ ସର୍ବାଧିକ ପ୍ଲେଅଫ୍ ମ୍ୟାଚ୍ ଖେଳିଛି ? ସର୍ବାଧିକ ଥର ପ୍ଲେଅଫରେ ପହଞ୍ଚିଥିବା ଦଳଗୁଡ଼ିକର ଏକ ଶ୍ରେଷ୍ଠ-୫ ତାଲିକା ବିଷୟରେ ଜାଣନ୍ତୁ ।

ଚେନ୍ନାଇ ସୁପର କିଙ୍ଗ୍ସ - ସିଏସକେ ୨୬ଟି ପ୍ଲେଅଫ୍ ମ୍ୟାଚ୍ ଖେଳି ୫ଟି ଟ୍ରଫି ଜିତିଛି । ଚେନ୍ନାଇ ସୁପର କିଙ୍ଗ୍ସ ଏହି ତାଲିକାର ଶୀର୍ଷରେ ଅଛି, ଏପର୍ଯ୍ୟନ୍ତ ୨୬ଟି ପ୍ଲେଅଫ୍ ମ୍ୟାଚ୍ ଖେଳିସାରିଛି । ୨୬ଟି ପ୍ଲେଅଫ୍ ମ୍ୟାଚରେ ୧୦ଟି ଫାଇନାଲ୍ ରହି ଛି। CSK ପ୍ଲେଅଫ୍ ପହଞ୍ଚିପାରିନଥିବା ସିଜନଗୁଡ଼ିକ ହେଉଛି ୨୦୨୦, ୨୦୨୨, ୨୦୨୪, ୨୦୨୫ ଏବଂ ୨୦୨୬।

ମୁମ୍ବାଇ ଇଣ୍ଡିଆନ୍ସ - ଏମଆଇ ୨୨ ପ୍ଲେଅଫ୍ ମ୍ୟାଚ୍ । CSK ପରି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ୫ ଥର IPL ଟାଇଟଲ ଜିତିଛି । ସର୍ବାଧିକ ପ୍ଲେଅଫ୍ ମ୍ୟାଚ୍ ଖେଳିବା ଦୃଷ୍ଟିରୁ ସେମାନେ ଚେନ୍ନାଇଠାରୁ ପଛରେ ଅଛି । ଏମଆଇ ୨୨ ପ୍ଲେଅଫ୍ ମ୍ୟାଚ୍ ଖେଳିଛି ଏବଂ ୬ ଥର IPL ଫାଇନାଲରେ ପହଞ୍ଚିଛି ।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ - ୧୭ଟି ପ୍ଲେଅଫ୍ ମ୍ୟାଚ୍ ଖେଳିଛି ଆରସିବି । ଗତ ବର୍ଷ ୧୮ ବର୍ଷ ପରେ ଆଇପିଏଲ ଚାମ୍ପିଅନ ହୋଇଥିଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୦୨୫ ସିଜିନ୍ ପର୍ଯ୍ୟନ୍ତ, RCB ୪ଟି ଫାଇନାଲ୍ ଖେଳିଛି ଏବଂ ଶେଷରେ ୨୦୨୫ରେ ପ୍ରଥମ ଟାଇଟଲ୍ ଜିତିଥିଲା । ୨୦୨୧ ପରଠାରୁ, ବେଙ୍ଗାଲୁରୁ ୬ଟି IPL ସିଜିନ୍ ରେ ୫ଥର ପ୍ଲେଅଫରେ ପହଞ୍ଚିଛି ।

ଏହା ବି ପଢନ୍ତୁ...IPL 2026 Qualifier 1: ଧର୍ମଶାଳାରେ ବେଙ୍ଗାଲୁରୁ-ଗୁଜରାଟ ହାଇଭୋଲଟେଜ୍ ମୁକାବିଲା, ଜିତିଲେ ଫାଇନାଲ, ହାରିଲେ...   

କୋଲକାତା ନାଇଟ୍ ରାଇଡର୍ସ - କେକେଆର ୧୫ଟି ପ୍ଲେଅଫ୍ ମ୍ୟାଚ୍ ଖେଲି ୧୦ଟି ଜିତିଛି । ସର୍ବାଧିକ ପ୍ଲେଅଫ୍ ଖେଳିବା ତାଲିକାରେ କୋଲକାତା ନାଇଟ୍ ରାଇଡର୍ସ ଚତୁର୍ଥ ସ୍ଥାନରେ ଅଛି । କେକେଆର ଏପର୍ଯ୍ୟନ୍ତ ୧୫ଟି ପ୍ଲେଅଫ୍ ମ୍ୟାଚ୍ ଖେଳିଛି ୩ ଥର ଚାମ୍ପିଅନ୍ ହୋଇଛି। କୋଲକାତା ଶେଷ ଥର ପାଇଁ ୨୦୨୪ ମସିହାରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟ୍ରଫି ଜିତିଥିଲା ।

ସନରାଇଜର୍ସ ହାଇଦ୍ରାବାଦ - ଏସଆରଏଚ୍ ୧୪ ପ୍ଲେ-ଅଫ୍ ମ୍ୟାଚ୍ ଖେଳିଛି । ୨୦୧୬ ସିଜିନ୍ ଚାମ୍ପିଅନ୍ ସନରାଇଜର୍ସ ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୪ଟି IPL ପ୍ଲେଅଫ୍ ମ୍ୟାଚ୍ ଖେଳିଛି । SRH ୩ଥର IPL ଫାଇନାଲରେ ଖେଳିଛି । ୨୦୨୪ ସିଜିନରେ ଫାଇନାଲରେ ପହଞ୍ଚିଥିଲେ । ଦଳ ୧୪ଟି ପ୍ଲେ-ଅଫ୍ ମ୍ୟାଚ ଖେଳି ୬ଟି ଜିତିଛି ।