ନୂଆଦିଲ୍ଲୀ, ୧୭।୩: ଯଦି ଆପଣ ମଧ୍ୟ ବିଦେଶରେ ପଢ଼ିବା ପାଇଁ ଯୋଜନା କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ । ବିଶ୍ୱରେ ଏମିତି କିଛି ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ନାମ ଲେଖାଇବା କୌଣସି ଚ୍ୟାଲେଞ୍ଜଠାରୁ କମ୍ ନୁହେଁ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରୁ ପାସ୍ ଆଉଟ୍ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦୁନିଆର ବଡ଼ ବଡ଼ କମ୍ପାନୀଗୁଡ଼ିକ ପ୍ରଥମେ ଚାକିରି ଦେବାକୁ ପସନ୍ଦ କରିଥାନ୍ତି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆଡମିସନ ରେଟ୍ ଏବଂ କଠିନ ଚୟନ ପ୍ରକ୍ରିୟା ଆଧାରରେ ୫ଟି ବିଶ୍ୱବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯାଇଛି । ଆସନ୍ତୁ ଜାଣିବା ସେହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିଷୟରେ:

୧. ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ (Oxford University)

ଏହି ବିଶ୍ୱବିଦ୍ୟାଳୟର ଚୟନ ପ୍ରକ୍ରିୟା ଅତ୍ୟନ୍ତ କଠୋର । ବିଶେଷ କରି ମ୍ୟାଥମେଟିକ୍ସ ଏବଂ ଷ୍ଟାଟିଷ୍ଟିକ୍ସ ପରି କୋର୍ସରେ ଆଡମିସନ ପାଇବା ସବୁଠୁ କଷ୍ଟକର, ଯାହାର ଏକ୍ସେପଟାନ୍ସ ରେଟ୍ ମାତ୍ର ୩.୫% ।

ଯୋଗ୍ୟତା: ଗଣିତରେ 'A' ଗ୍ରେଡ୍ ସହ ୨.୩୦ ଘଣ୍ଟାର ଏକ ପ୍ରବେଶିକା ପରୀକ୍ଷା (MAT) ପାସ୍ କରିବା ଜରୁରୀ ।

୨. କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ (Cambridge University)

ପ୍ରାୟ ୯୦ ଜଣ ନୋବେଲ ବିଜେତା ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଛନ୍ତି । ଏଠାରେ କମ୍ପ୍ୟୁଟର ସାଇନ୍ସ ପାଇଁ ଏକ୍ସେପଟାନ୍ସ ରେଟ୍ ୯.୩% ରହିଛି ।

ଯୋଗ୍ୟତା: ସ୍କୁଲ ସ୍ତରରେ ସମସ୍ତ ବିଷୟରେ 'A' ଗ୍ରେଡ୍ ରହିବା ସହ ଗଣିତ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ ।

୩. ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ (Stanford University)

ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରେ ୨୦୨୬ ବର୍ଷ ପାଇଁ ଏକ୍ସେପ୍ଟାନ୍ସ ରେଟ୍ କମି ମାତ୍ର ୩.୬% ହୋଇଯାଇଛି । ଏଠାରୁ ଅନେକ ବିଲେନିୟର ଏବଂ ମହାକାଶଚାରୀ ପଢ଼ି ବାହାରିଛନ୍ତି ।

ଯୋଗ୍ୟତା: ଆଡମିସନ ପାଇଁ SAT କିମ୍ବା ACT ପରି ପରୀକ୍ଷାର ସ୍କୋର ଆବଶ୍ୟକ ।

୪. ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ (Harvard University)

ହାର୍ଭାର୍ଡରେ ଆଡମିସନ ପାଇବା ଏକ ସ୍ୱପ୍ନ ପରି । ଚଳିତ ବର୍ଷ ପ୍ରାୟ ୫୪, ୦୦୮ ଆବେଦନକାରୀଙ୍କ ମଧ୍ୟରୁ ମାତ୍ର ୧, ୯୭୦ ଜଣଙ୍କୁ ସୁଯୋଗ ମିଳିଛି । ଏଠାରେ ଏକ୍ସେପଟାନ୍ସ ରେଟ୍ ୩.୬୫% ।

ଯୋଗ୍ୟତା: କେବଳ ଭଲ ନମ୍ବର ନୁହେଁ, ବରଂ LOR (Letter of Recommendation), ଇଣ୍ଟରଭ୍ୟୁ ଏବଂ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିକୁ ମଧ୍ୟ ପ୍ରାଥମିକତା ଦିଆଯାଏ ।

୫. ସିଡନୀ ବିଶ୍ୱବିଦ୍ୟାଳୟ (c

ଅଷ୍ଟ୍ରେଲିଆର ଏହି ୨୦୦ ବର୍ଷ ପୁରୁଣା ବିଶ୍ୱବିଦ୍ୟାଳୟରେ ଆର୍ଟସ ଏବଂ ହ୍ୟୁମାନିଟିଜ୍ କୋର୍ସ ବେଶ୍ ଲୋକପ୍ରିୟ ।

ଯୋଗ୍ୟତା: ଏଠାରେ ଆଡମିସନ ପାଇଁ IELTS ପରି ଇଂରାଜୀ ଭାଷା ପରୀକ୍ଷାରେ ଅତିକମ୍ରେ ୬.୫ ବ୍ୟାଣ୍ଡ ସ୍କୋର ରହିବା ଜରୁରୀ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ କେବଳ ପାଠ୍ୟକ୍ରମର ନମ୍ବର ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ପ୍ରତିଭା ଏବଂ ନେତୃତ୍ୱ ଗୁଣକୁ ପରଖାଯାଏ । ତେଣୁ ଯଦି ଆପଣ ଏଠାରେ ପଢ଼ିବାକୁ ଚାହୁଁଛନ୍ତି, ତେବେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତୁ ।