କନ୍ଧମାଳ, ୨୪।୩ : ଦିନକୁ ଦିନ ଭୁଶୁଡିବାରେ ଲାଗିଛି ମାଓଗଡ। ମାଓ ସଂଗଠନର ମୋଷ୍ଟ ଓ୍ବାଣ୍ଟେଡ ନେତା ଆତ୍ମସର୍ମପଣ କରୁଛନ୍ତି। ମଙ୍ଗଳବାର ଟପ୍ ମାଓନେତା ଶୁକ୍ରୁ ଆତ୍ମସର୍ମପଣ କରିଛି । ଶୁକ୍ରୁ ସମେତ ୫ ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। କନ୍ଧମାଳ ପୁଲିସ ନିକଟରେ ଆତ୍ମସର୍ମପଣ କରିଛନ୍ତି। ଶୁକ୍ରୁଙ୍କ ମୁଣ୍ଡ ଉପରେ ଥିଲା ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ସେମାନଙ୍କ ନିକଟରୁ ୫ଟି ଅତ୍ୟାଧୁନିକ ବନ୍ଧୁକ ପୁଲିସ ଜବତ କରିଛି। ଶୁକ୍ରୁ ଏବେ ରାଜ୍ୟ କମିଟିର ସଦସ୍ୟ ରହିଛି। ଶୁକ୍ରୁ ତାଙ୍କ ଏକେ-୪୭ ପୁଲିସକୁ ହସ୍ତାନ୍ତର କରିଛନ୍ତି।
କନ୍ଧମାଳରେ ବେଶ୍ ସକ୍ରିୟ ଥିଲେ ନକ୍ସଲ ନେତା ଶୁକ୍ରୁ। ସାଥୀ ନକ୍ସଲ ଅନ୍ୱେଷ ଓରଫ ରେଣୁଙ୍କୁ ହତ୍ୟା କରି ଗତ ମାସରେ ଚର୍ଚ୍ଚାରେ ଥିଲେ ଶୁକ୍ରୁ। ଅନ୍ୱେଷ ଆତ୍ମସମର୍ପଣ କରିବାକୁ ଚାହୁଁଥିବା ବେଳେ ଶୁକ୍ରୁ ଓ ତା’ ସାଥୀମାନେ ମିଶି ତାଙ୍କୁ ମାରି ପୋତି ଦେଇଥିଲେ ବୋଲି ପୁଲିସ୍ କହିଥିଲା। ଆତ୍ମସମର୍ପଣ ପାଇଁ ଶୁକ୍ରୁଙ୍କୁ ଆହ୍ବାନ ଦେଇଥିଲା ଓଡ଼ିଶା ପୁଲିସ। ଶୁକ୍ରୁ ଆତ୍ମସମର୍ପଣ କରିଥିବା ବେଳେ ଶିଲା ସମେତ ୬ ଜଣ ନକ୍ସଲଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ୍ କରୁଛନ୍ତି ସୁରକ୍ଷା କର୍ମୀ। କନ୍ଧମାଳ-ଗଞ୍ଜାମ-ଗଜପତି ସୀମାନ୍ତରେ ଜୋରଦାର୍ କମ୍ବିଂ ଚାଲିଛି। ମାର୍ଚ୍ଚ ୩୧ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବାକୁ ଧାର୍ଯ୍ୟ ହୋଇଛି ଡେଡ୍ଲାଇନ୍।
ଶୁକ୍ରୁଙ୍କ ସରେଣ୍ଡର ପରେ ଆଣ୍ଟି ଏଡିଜି (ନକ୍ସଲ ଅପରେସନ) ସଞ୍ଜୀବ ପଣ୍ଡା କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ଘୋଷିତ ସମସ୍ତ ସୁବିଧା ଶୁକ୍ରୁ ପାଇବେ। ଏହା ସହିତ ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ନକ୍ସଲଙ୍କ ସଂଖ୍ୟା ସିଙ୍ଗିଲ ଡିଜିଟକୁ ଖସି ଯାଇଛି। ନକ୍ସଲଙ୍କ ପାଇଁ ଏହା ଝ। ଆମ ପାଇଁ ଏହା ବଡ଼ ସଫଳତା। ଆଉ ଯେଉଁମାନେ ରହି ଯାଇଛନ୍ତି ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଆମେ ଆହ୍ୱାନ କରୁଛୁ ।