ଧର୍ମଶାଳା, : ଚଳିତ ଆଇପିଏଲ୍ରେ ଆଜି (ମଙ୍ଗଳବାର) ପ୍ରଥମ କ୍ୱାଲିଫାୟର ମୁକାବିଲା । ଟେବୁଲ୍ ଟପ୍ପର ବେଙ୍ଗାଲୁରୁ ବିଶ୍ୱର ସର୍ବୋଚ୍ଚ ଅନ୍ତର୍ଜାତୀୟ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଗୁଜରାଟକୁ ଭେଟିଛି। ଟସ୍ ଜିତି ଗୁଜରାଟ ବୋଲି ନିଷ୍ପତ୍ତି ନେଇଛି ଏବଂ ବେଙ୍ଗାଲୁରୁକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି। ଏହି ମ୍ୟାଚ ଜିତିଲେ ସିଧା ଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମିଳିବ। ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିବ ।
ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ଖେଳା ଯିବାକୁ ଥିବା ଏଲିମିନେଟର ମୁକାବିଲାର ବିଜେତା ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ଖେଳି ଫାଇନାଲ୍ରେ ପ୍ରବେଶ କରିହେବ । ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ତୃତୀୟ ମୁକାବିଲାରେ ସବୁ ଶକ୍ତି ଖଟାଇବାକୁ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି ।
ଗତ ଏପ୍ରିଲ ୨୪ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା ଓ ବେଙ୍ଗାଲୁରୁ ୫ ୱିକେଟରେ ବିଜୟ ହାସଲ କରିଥିଲା । ଏହା ପରଠୁ ଗୁଜରାଟ ଦଳର ପ୍ରଦର୍ଶନରେ ଅବିଶ୍ୱସନୀୟ ଉନ୍ନତି ହୋଇଥିଲା । ଦଳ କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା । ବିଜୟ ଯାତ୍ରା ମଧ୍ୟରେ ଚେନ୍ନାଇ, ବେଙ୍ଗାଲୁରୁ, ପଞ୍ଜାବ, ରାଜସ୍ଥାନ ଓ ହାଇଦ୍ରାବାଦକୁ ହରାଇଥିଲା ଗୁଜରାଟ ।
ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ଲେଇଂ ୧୧ : ବିରାଟ କୋହଲି, ଭେଙ୍କଟେଶ ଆୟର, ଦେବଦତ୍ତ ପାଡ଼ିକଲ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା ( ୱିକେଟ କିପର), ଟିମ ଡେଭିଡ୍, କୃନାଲ୍ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜାକବ ଡଫି, ଜୋସ ହାଜେଲଉଡ୍, ରସିକ ସଲାମ ଦାର ।
ଗୁଜରାଟ ଟାଇଟନ୍ସ ପ୍ଲେଇଂ ୧୧ : ଶୁଭମନ ଗିଲ୍ (ଅଧିନାୟକ), ସାଇ ସୁଦର୍ଶନ, ଜୋସ ବଟଲର(ୱିକେଟକିପର), ୱାସିଂଟନ ସୁନ୍ଦର, ନିଶାନ୍ତ ସିନ୍ଧୁ, ଜାସନ ହୋଲ୍ଡର, ରସିଦ ଖାନ, କୁଲୱନ୍ତ ଖେଜରୋଲିଆ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ଦେଖନ୍ତୁ ଭିଡ଼ିଓ - 4th UMPIRE | RCB Vs GT | IPL 2026 Prediction| ହାଇଭୋଲଟେଜ ଟକ୍କର, ଜିତିଲେ ଫାଇନାଲ କିନ୍ତୁ ହାରିଲେ..