କଟକ, ୨୫/୧୦: କଟକ ଛତ୍ର ବଜାର ଅର୍ବାନ ହାଟ ନିଲାମ କରିବାକୁ ସିଏମସି ପକ୍ଷରୁ ଯେଉଁ ନିଷ୍ପତ୍ତି ହୋଇଛି, ତାକୁ ବିରୋଧ କରିଛି ପରିବା ବ୍ୟବସାୟୀ ସଙ୍ଘ। ହାଟ ନିଲାମ କରାଯିବା ପରିବର୍ତ୍ତେ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ସଂଘକୁ ଦିଆଯିବା ନେଇ ଦାବି ହୋଇଛି। ଯଦି ଏନେଇ କୌଣସି ଆଲୋଚନା ନହୁଏ ଏବଂ ସିଏମସି ତାର ନିଷ୍ପତ୍ତିରେ ଅଟଳ ରୁହେ, ତେବେ ଆଗାମୀ ୨୮ ଓ ୨୯ ତାରିଖ ଅର୍ବାନ ହାଟ ବନ୍ଦ ରଖିବାକୁ ସଙ୍ଘ ନିଷ୍ପତ୍ତି ନେଇଛି। ପୂର୍ବରୁ ଅର୍ବାନ ହାଟ ପିଣ୍ଡି ପିଛା ୨୦ ଟଙ୍କା ୟୁଜର ଫି ଆକାରରେ ଆଦାୟ ହେଉଥିଲା, କିନ୍ତୁ ଏବେ ତାକୁ ଟେଣ୍ଡର କରିବା ଲାଗି ସିଏମସି ପ୍ରଶାସନ ନିଷ୍ପତ୍ତି ନେଇଛି । ଯାହାକୁ ସଙ୍ଘ ବିରୋଧ କରିଛି ।