ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଗୋଟିଏ ଦିନରେ କେତେ ଥର କଟିପାରେ ଚାଲାଣ ? ଆସନ୍ତୁ ଜାଣିବା...

Published By : Gurupada Nath | October 29, 2024 4:58 PM

ନୂଆଦିଲ୍ଲୀ, ୨୯/୧୦ :  ଦେଶରେ ବଢୁଥିବା ଜନସଂଖ୍ୟା ସହ ରାସ୍ତାରେ ଗାଡ଼ି ସଂଖ୍ୟା ବି ବଢିବାରେ ଲାଗିଛି । ସମସ୍ତଙ୍କୁ ଆବଶ୍ୟକ କିପରି ଭାବେ ନିଜ ଠିକଣାରେ ଶୀଘ୍ର ପହଞ୍ଚିବେ । ଏହି କାରଣରୁ କେତେକ ଥର ଲୋକେ ଟ୍ରାଫିକ ନିୟମ ଜାଣିଶୁଣି ଭାଙ୍ଗିବାକୁ ବି ପଛାଇ ନ ଥାନ୍ତି । ଆପଣ ଜାଣିଛନ୍ତି କି ଟ୍ରାଫିକ୍ ନିୟମ ଭାଙ୍ଗିଲେ ଗୋଟିଏ ଦିନରେ କେତେ ଥର ଜରିମାନା ଦେବାକୁ ପଡ଼ିବ । ସମସ୍ତେ ଭାବିଥାନ୍ତି କି ଟ୍ରାଫିକ୍ ଚାଲାଣ ଗୋଟିଏ ଦିନରେ ଥରେ କଟିଥାଏ। ମାତ୍ର ଏଭଳି ନୁହେଁ । ଗୋଟିଏ ଦିନରେ ବହୁ ଥର ଆପଣଙ୍କ ଚାଲାଣ କଟିପାରେ । ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ କି ଆପଣ ଟ୍ରାଫିକର କେଉଁ ନିୟମ ଉଲ୍ଲଘଂନ କରିଛନ୍ତି ।

ମୋଟର ଯାନ ଆଇନ୍ ଅନୁସାରେ କିଛି ନିୟମକୁ ଭାଙ୍ଗିଲେ ଦିନରେ କେବଳ ଗୋଟିଏ ଥର ଚାଲାଣ କଟିପାରେ । ସେହିଭଳି କିଛି ନିୟମକୁ ଭାଙ୍ଗିବା ପରେ ଗୋଟିଏ ଦିନରେ ବହୁ ଥର ଜରିମାନା ଭରିବାକୁ ପଡ଼ିପାରେ । ଚାଲନ୍ତୁ ଜାଣିବା କେଉଁ ନିୟମକୁ ଭାଙ୍ଗିବା ଉପରେ ଦିନରେ ଗୋଟିଏ ଥର ଏବଂ କେଉଁ ନିୟମକୁ ଭାଙ୍ଗିଲେ ବହୁ ଥର ଚାଲାଣ ଭରିବାକୁ ପଡ଼ିପାରେ ।

ହେଲମେଟ ଲଗାଇ ଗାଡ଼ି ଚଳାଇବା ସୁନିଶ୍ଚିତ ଅଟେ । ଯଦି ଆପଣ ଏହାକୁ ନ ପିନ୍ଧି ଗାଡ଼ି ଚଳାଉଛନ୍ତି ତ ଆପଣ ନିୟମ ଉଲ୍ଲଘଂନ କରୁଛନ୍ତି । ଏହି ନିୟମ ଭାଙ୍ଗିଲେ ଆପଣଙ୍କୁ ଗୋଟିଏ ଦିନରେ ଗୋଟିଏ ଥର ଚାଲାଣ ଭରିବାକୁ ହେବ। ଓଭରସ୍ପିଡ୍ ଏବଂ ରେଡ ଲାଇଟ୍ କ୍ରଶ କରିବା ଭଳି ମାମଲାରେ ଧରାପଡ଼ିବା ଉପରେ ଆପଣଙ୍କ ବହୁ ଥର ଚାଲାଣ ଭରିବାକୁ ପଡ଼ିପାରେ । ତଥା ଯେତେଥର ଆପଣ ନିୟମ ଭାଙ୍ଗିବେ ସେତେଥର ଆପଣଙ୍କୁ ଫାଇନ ଭରିବାକୁ ହେବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.