ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୧୦ ଚକିଆ ଟ୍ରକ୍‌କୁ ଧକ୍କା ଦେଲା ଟ୍ରେଲର, ଡ୍ରାଇଭର୍ ମୃତ

Published By : Rasmita Pradhan | November 29, 2024 10:38 AM

ବଡ଼ବିଲ, ୨୯/୧୧ : ୧୦ ଚକିଆ ଟ୍ରକ୍‌କୁ ଧକ୍କା ଦେଲା ଟ୍ରେଲର। ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର୍ ମୃତ। ଶୁକ୍ରବାର ଭୋର୍ ସମୟରେ ଯୋଡ଼ା ଥାନା ୫୨୦ନଂ ଜାତୀୟ ରାଜପଥ ବିଲେଇପଦାରେ ଏହି ଦୁର୍ଘଟଣା ଘଟିଛି। 

ସୂଚନାନୁଯାୟୀ, ବିଲେଇପଦା ଶିବ ମନ୍ଦିର ନିକଟ ରାସ୍ତା ଉପରେ ଏକ ଦଶ ଚକିଆ ଟ୍ରକ ଠିଆ ହୋଇଥିବା ବେଳେ ଶୁକ୍ରବାର ଭୋର୍ ସମୟରେ ଏକ ଟ୍ରେଲର ଦ୍ରୁତ ଗତିରେ ଆସି ଟ୍ରକ୍ ପଛରେ ପିଟିହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଟ୍ରେଲର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ମୃତକ ଝାଡ଼ଖଣ୍ଡ ଚତ୍ରା ଜିଲ୍ଲାର କୈଳାସ କୁମାର ସିଂ ବୋଲି ପରିଚୟ ମିଳିଛି । ଯୋଡ଼ା ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.