ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆସନ୍ତା ୧ ଜୁଲାଇରୁ ଟ୍ରେନ ଯାତ୍ରୀଙ୍କ ପାଇଁ ଜାରି ହେବ ନୂଆ ଦର; ଜାଣନ୍ତୁ କ’ଣ ରହିଛି ପୁରା ଖବର

Published By : Bijay Swain | June 30, 2025 8:42 PM

Image courtesy: scroll.in

ନୂଆଦିଲ୍ଲୀ: ବଢିବ ରେଳ ଭଡା। ଏଣିକି ଟ୍ରେନରେ ଯାତ୍ରା କରିବା ମହଙ୍ଗା ହେବ। ଦେବାକୁ ପଡିବ ଅତିରିକ୍ତ ଦର। ରେଳ ମନ୍ତ୍ରଣାଳୟ ଯାତ୍ରୀ ସେବାର ଆର୍ଥିକ ସ୍ଥିରତା ବଢାଇବା ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଯାତ୍ରୀବାହି ଟ୍ରେନର ମୌଳିକ ଭଡା ବୃଦ୍ଧି କରିଛି। ଏହି ସଂଶୋଧନ ଭାରତୀୟ ରେଳୱେ ସମ୍ମିଳନୀ ସଂଘ (IRCA) ଦ୍ୱାରା ଜାରି ନୂତନ ଯାତ୍ରୀ ଭଡା ସାରଣୀ ଅନୁସାରେ କରାଯାଇଛି ବୋଲି ସୂଚନା ମିଳିଛି।

ସବଅର୍ବାନ ଏକମୁଖୀ ଯାତ୍ରା ଓ ସିଜନ ଟିକେଟ (ସବଅର୍ବାନ ଓ ଅଣ-ସବଅର୍ବାନ) ଭଡାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ଘୋଷଣା କରିଛି। ଏହା ବାଦେ ନିମ୍ନ ମତ୍ତେ ରେଳ ଭଡାରେ ବୃଦ୍ଧି ଘଟିଛି। 

ସାଧାରଣ ନନ-ଏସି ଶ୍ରେଣୀ (ଅଣ-ସବଅର୍ବାନ) ପାଇଁ ଭଡା:  

ଦ୍ୱିତୀୟ ଶ୍ରେଣୀ: ରେଳବାଇ ଦ୍ୱିତୀୟ ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ଅଧା ପଇସା(୫୦ ପଇସା)ର ବୃଦ୍ଧି କରିଛନ୍ତି। ତେବେ ସବୁଠୁ ଖୁସିର କଥା ହେଉଛି ୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ କୌଣସି ଦର ବୃଦ୍ଧି ହୋଇନାହିଁ। ୫୦୧-୧୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୫ ଟଙ୍କା, ୧୫୦୧-୨୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୧୦ ଟଙ୍କା ଓ ୨୫୦୧-୩୦୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୧୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି।

ସ୍ଲିପର ଶ୍ରେଣୀ: ସେହିପରି ସ୍ଲିପର ଶ୍ରେଣୀରେ ଯାତ୍ରା କରିବା ପାଇଁ ପ୍ରତି କିଲୋମିଟର ପିଛା ଅଧା ପଇସା ବୃଦ୍ଧି କରାଯାଇଛି।  

ପ୍ରଥମ ଶ୍ରେଣୀ: ପ୍ରଥମ ଶ୍ରେଣୀରେ ଯାତ୍ରା କରିବା ପାଇଁ ମଧ୍ୟ ପ୍ରତି କିଲୋମିଟର ପିଛା ଅଧା ପଇସା ବୃଦ୍ଧି ଘୋଷଣା ହୋଇଛି।  

ମେଲ/ଏକ୍ସପ୍ରେସ ଟ୍ରେନ ପାଇଁ:  

ଭାରତରେ ଯାତାୟତ କରୁଥିବା ବିଭିନ୍ନ ମେଲ କିମ୍ୱା ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ ଶ୍ରେଣୀ, ସ୍ଲିପର ଶ୍ରେଣୀ ଓ ପ୍ରଥମ ଶ୍ରେଣୀ କୋଟ୍ ରେ ଯାତ୍ରା କରିବା ପାଇଁ ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିଭଳି ମେଲ/ଏକ୍ସପ୍ରେସରେ ଥିବା ଏସି ଚେୟାର କାର, ଏସି ୩-ଟାୟାର/୩-ଇକୋନୋମି, ଏସି ୨-ଟାୟାର, ଏସି ଫାର୍ଷ୍ଟ/ଏକ୍ସକ୍ୟୁଟିଭ କ୍ଲାସ/ଏକ୍ସକ୍ୟୁଟିଭ ଅନୁଭୂତି ଆଦି ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି।  

ଏହି ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୁରନ୍ତୋ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମନା, ଗତିମାନ, ଅନ୍ତଃଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ, ଏସି ବିଷ୍ଟାଡୋମ, ଅନୁଭୂତି କୋଚ ଓ ଅଣ-ସବଅର୍ବାନ ସାଧାରଣ ସେବା ଆଦି ପ୍ରିମିୟର ଓ ବିଶେଷ ଟ୍ରେନ ପାଇଁ ମଧ୍ୟ ଲାଗୁ ହେବ।   

ଭାରତୀୟ ରେଳବାଇ ପକ୍ଷରୁ ରିଜର୍ଭେସନ ଫି, ସୁପରଫାଷ୍ଟ ସରଚାର୍ଜ ଓ ଅନ୍ୟାନ୍ୟ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଜିଏସଟି ଓ ଭଡା ରିଫଣ୍ଡିଂ ନିୟମ ମଧ୍ୟ ପୂର୍ବବତ ଲାଗୁ ରହିବ।  

ତେବେ ଘୋଷଣା ହୋଇଥିବା ଏହି ନୂତନ ଭଡା ଜୁଲାଇ ୧ ତାରିଖରୁ ବୁକ ହେଉଥିବା ଟିକେଟ ପାଇଁ ଲାଗୁ ହେବ। ଏହା ପୂର୍ବରୁ ବୁକ ହୋଇଥିବା ଟିକେଟ ପୂର୍ବ ଭଡାରେ ବୈଧ ରହିବ। PRS, UTS ଓ ମାନୁଆଲ ଟିକେଟିଂ ସିଷ୍ଟମକୁ ଅପଡେଟ କରାଯାଉଛି। ସମସ୍ତ ଜୋନାଲ ରେଳବାଇକୁ ନୂତନ ଭଡା କାର୍ଯ୍ୟକାରୀ କରିବା ଓ ଷ୍ଟେସନରେ ଲାଗିଥିବା ଭଡା ସାରଣୀ ତାଲିକାରେ ଅପଡେଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  

ଏହି ସଂଶୋଧନ ଯାତ୍ରୀ ସୁବିଧା ଓ ରେଳ ସେବାର ଆର୍ଥିକ ସ୍ଥିରତା ବଜାୟ ରଖିବା ଲକ୍ଷ୍ୟରେ କରାଯାଇଛି ବୋଲି ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.