ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଶିମିଳିପାଳରେ ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା, ୬ ଗିରଫ

Published By : Harapriya Sethi | December 11, 2024 7:53 AM

କରଞ୍ଜିଆ,୧୧/୧୨: ଶିମିଳିପାଳରେ ପୁଣି ଶିକାରୀଙ୍କୁ ଧରିଲା ଟ୍ରାପ୍ କ୍ୟାମେରା । ଶିକାର ପାଇଁ ଆସିଥିବା ବେଳେ ଟ୍ରାପ୍ କ୍ୟାମେରା ମାଧ୍ୟମରେ ୬ ଜଣ ଶିକାରୀଙ୍କୁ ଧରିଲା ବନବିଭାଗ । ସମସ୍ତ ଅଭିଯୁକ୍ତ କରଞ୍ଜିଆ ଥାନା ଅଞ୍ଚଳ ରାମଯୋଡ଼ି ଗାଁର ବୋଲି ଜଣା ପଡ଼ିଛି । ସେମାନଙ୍କ ନିକଟରୁ ଧନୁ, ତୀର, ଫାସ, ବଣ ଘୁଷୁରୀ ମାଂସ ଓ ସମ୍ବର ମାଂସ ଇତ୍ୟାଦି ଜବତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମଙ୍ଗଳବାର ରାତିରେ ୬ ଜଣ ଶିକାରୀ ଶିମିଳିପାଳର କୋର୍ ଅଞ୍ଚଳରେ ଶିକାର କରିବା ପାଇଁ ଆସିଥିଲେ । ଏହି ସମୟର କିଛି ଦୃଶ୍ୟ ଟ୍ରାପ୍ କ୍ୟାମେରାରେ କଏଦ ହୋଇଥିଲା । ସେହି କ୍ୟାମେରା ସାହାଯ୍ୟରେ ବନ ବିଭାଗ ସେମାନଙ୍କୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ନିକଟରୁ ଧନୁ, ତୀର, ଫାସ, ବଣ ଘୁଷୁରୀ ମାଂସ ଓ ସମ୍ବର ମାଂସ ଜବତ କରଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.