ନୂଆଦିଲ୍ଲୀ : ଥଣ୍ଡା ଦିନରେ ପର୍ଯ୍ୟଟକମାନେ ହିମାଚଳ ପ୍ରଦେଶର ମନାଲୀ ଓ ସୋଲଙ୍ଗ ଘାଟୀ ଯିବାକୁ ଖୁବ୍ ପସନ୍ଦ କରନ୍ତି। ଚଳିତ ବର୍ଷ ମଧ୍ୟ ଏଠାକୁ ବହୁ ସଂଖ୍ୟାରେ ଲୋକେ ବୁଲିବାକୁ ବାହାରିଛନ୍ତି। ହେଲେ ପ୍ରବଳ ବରଫପାତ ଯୋଗୁଁ ପର୍ଯ୍ୟଟକଙ୍କୁ ଖୁବ୍ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ପ୍ରବଳ ବରଫପାତ କାରଣରୁ ୧୮୦୦ରୁ ଅଧିକ ଗାଡ଼ି ରାସ୍ତାରେ ଫସି ରହିଛନ୍ତି। ଅନେକ ଇଣ୍ଟରନେଟ୍ ୟୁଜର ଟ୍ରାଫିକରେ ଫସି ନିଜ ଗାଡ଼ିର ଫଟୋ ଓ ଭିଡ଼ିଓ ସେୟାର କରିଛନ୍ତି। ଏଥିରେ ଚଲକି ତ୍ୟାଗୀ ନାମକ ସୋସିଆଲ ମିଡ଼ିଆ ୟୁଜର ଏକ ଫଟୋ ସେୟାର କରିଛନ୍ତି। ସେ ଅନ୍ୟ ପର୍ଯ୍ୟଟକଙ୍କୁ ଚେତାବନୀ ଜାରି କରି କହିଛନ୍ତି କି ଏଠାକୁ ଆସୁବାକୁ ଦୂରେଇ ରୁହନ୍ତୁ। ପାଣିପାଗର ସ୍ଥିତି ଖୁବ୍ ଖରାପ ।
ଇନଷ୍ଟାଗ୍ରାମରେ ଶନିବାର ପୋଷ୍ଟ କରାଯାଇ ଥିବା ଭିଡ଼ିଓରେ ତ୍ୟାଗୀ ସାଥି ଯାତ୍ରୀଙ୍କୁ ଚେତାବନୀ ଦେଇ କହିଛନ୍ତି , ମନାଲୀ ଓ ସୋଲଙ୍ଗ ଭ୍ୟାଲି କେହି ବି ଆସ ନାହିଁ ! ଅନ୍ଧାରରେ ରେକର୍ଡ କରାଯାଇ ଥିବା ଭିଡ଼ିଓ ପୋଷ୍ଟ କରାଯାଇଛି, ଯେଉଁଥିରେ ବରଫରେ ଢଙ୍କା ସୋଲଙ୍ଗ ଭ୍ୟାଲି –ଅଟଳ ସୁଡ଼ଙ୍ଗ ମାର୍ଗରେ ଫସି ଥିବା କାର୍ ଗୁଡ଼ିକର ଧାଡ଼ି ଦେଖିବାକୁ ମିଳିଛୁ ।
ହିନ୍ଦୁସ୍ତାନଟାଇମ୍ସ ଡଟ୍ କମ୍ ଏହି ଭିଡ଼ିଓକୁ ସ୍ୱତନ୍ତ୍ର ଭାବେ ସ୍ପଷ୍ଟ କରି ନାହିଁ। ତ୍ୟାଗୀ ନିଜର ପୋଷ୍ଟରେ କହିଛନ୍ତି କି ସେ ସକାଳ ୧୦ଟାରୁ ଫସି ରହିଛନ୍ତି। ଆମକୁ ଏହା ଜଣାନାହି ଟ୍ରାଫିକ୍ କେବେ ଓ କେମିତି ଖାଲି ହେବ। ସେ ଟ୍ରାଫିକ୍ ସବ ଡିଭିଜନାଲ ମାଜିଷ୍ଟ୍ରେଟ୍ଙ୍କୁ ଗାଡ଼ି ଫସିବାର ଜଣାଇଛନ୍ତି। ଏଠାରେ ଲୋକେ ଘଣ୍ଟା ଘଣ୍ଟା ଧରି ବରଫପାତ ମଧ୍ୟରେ ଫସି ରହିଛନ୍ତି ଏବଂ ସେମାନେ ବୁଝି ପାରୁ ନାହାନ୍ତି କଣ କରିବେ।
ଉଲ୍ଲେଖନୀୟ ଯେ , ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା-ବରଫପାତ ଯୋଗୁଁ ୩ରାଷ୍ଟ୍ରୀୟ ରାଜମାର୍ଗ ସମେତ ରାଜ୍ୟ ସାରା ୪୩୩ ସଡ଼କ ବନ୍ଦ ହୋଇ ଯାଇଛି। ଶୁକ୍ରବାର ରାତିରେ ସୋଲଙ୍ଗନାଲାରୁ ୨୦୦୦ ଗାଡ଼ିରେ ଫସି ଥିବା ପାଖାପାଖି ୧୦ ହଜାର ଟୁରିଷ୍ଟଙ୍କୁ ସୁରକ୍ଷିତ ମନାଲୀ ପହଞ୍ଚା ଯାଇଛି। ଅନେକ ଅଞ୍ଚଳରେ ଗତ ୨୪ ଘଣ୍ଟା ହେବ ଲଗାତାର ହିମପାତ ଯୋଗୁଁ ପାହାଡ଼ ବରଫରେ ଢାଙ୍କି ହୋଇ ଯାଇଛି।