ଅସ୍ତରଙ୍ଗ ୨୮/୧୧:-ଅଲିଭି ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ନଭେମ୍ବର ୧ରୁ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଛଧରା ଉପରେ କଟକଣା ଲାଗୁ ହୋଇଛି। କିନ୍ତୁ ସରକାରଙ୍କ କଟକଣା ଉଲ୍ଲଂଘନ କରି ଦେବୀ ନଦୀ ମୁହାଣ ନିଷିଦ୍ଧାଞ୍ଚଳରେ ଶହ ଶହ ଟ୍ରଲର ମାଛ ଧରୁଛନ୍ତି । ନିଷିଦ୍ଧାଞ୍ଚଳ ଜାରି ହେବାର ୨୮ଦିନ ମଧ୍ୟରେ ୪ ଟି ଟ୍ରଲର ଜବତ କଲାଣି ବନବିଭାଗ।ପୁରୀ ଜିଲ୍ଲା ଅସ୍ତରଙ୍ଗ ବନବିଭାଗ ଦ୍ୱାରା ନିଷିଦ୍ଧାଞ୍ଚଳ ରୁ ମା’ ଜଳେଶ୍ୱରୀ ନାମକ ମାଛଧରା ଟ୍ରଲର ଜବତ ହୋଇଛି। ଜବତ ଟ୍ରଲର (ଆଇଏନଡି -ଓଆର୦୪ଏମ୍ ଏମ୍ ୪୪୩)ର ମାଲିକଅସ୍ତରଙ୍ଗ ଝାଡ଼ଲିଙ୍ଗ ଅଂଚଳର ବୋଲି ସୂଚନା ମିଳିଛି। ଜବତ ଟ୍ରଲରରୁ କ୍ରିଉ ମେମ୍ବରଙ୍କୁ ବନବିଭାଗ ଅଟକ ରଖିଛି।
ନିଷିଦ୍ଧାଞ୍ଚଳ ଉକ୍ତ ଟ୍ରଲରଟି ମାଛ ମାରୁଥିବା ବେଳେ ବନବିଭାଗ ଟିମ୍, ଟର୍ଟଲ ସ୍କୁଆଡ଼ ଉକ୍ତ ଟ୍ରଲର କୁ ଜବତ କରିଥିଲେ।ଟ୍ରଲର ଜବତ ସମୟରେ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର, ବନକର୍ମଚାରୀ ଙ୍କ ସହ ୫ଜଣ କଇଁଛ ସୁରକ୍ଷା ଟିମ୍, ଏପିଆର ଫୋର୍ସ ପାଟ୍ରୋଲିଂ ରେ ସାମିଲ ହୋଇଥିଲେ।ଜବତ ଟ୍ରଲର ମାଲିକ ଅସ୍ତରଙ୍ଗ ଅଞ୍ଚଳର ହୋଇଥିବାରୁ ଉକ୍ତ ଟ୍ରଲର କୁ ଚନ୍ଦ୍ରଭାଗା କୁ ନିଆଯାଇ ଉକ୍ତ ଟ୍ରଲର ରୁ ଜବତ ମାଛ ବମ୍ବେ ଡକ ୩ଶହ କିଗ୍ରା, କଙ୍କଡା ୩୦କିଗ୍ରା, ମିକ୍ସ ମାଛ ୫୦କିଗ୍ରା, ଲାଞ୍ଜି ୨୦କିଗ୍ରା ଓ କଡ଼ି ଚିଙ୍ଗୁଡ଼ି ୩୦କିଗ୍ରା ଜବତ ହୋଇ ନିଲାମ ହୋଇଥିଲା। ନିଲାମ କାର୍ଯ୍ୟ ସମୟରେ ସାମୁଦ୍ରିକ ମତ୍ସ୍ୟବିଭାଗ ସହକାରୀ ମତ୍ସ୍ୟଅଧିକାରୀ ସତ୍ୟବ୍ରତ ଦାସ ଙ୍କ ଶହ ସାଗର ମିତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଅଲିଭି ରିଡେଲ କଇଁଛ ଙ୍କ ଆଗମନ ଯୋଗୁଁ ସାମୁଦ୍ରିକ ମାଛଧରା ଉପରେ ବନବିଭାଗ ଓ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ନଭେମ୍ବର ପହିଲାରୁ କଟକଣା ଜାରି କରାଯାଇଛି।