ହରିଦ୍ୱାର : ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୫ରେ ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଫାରୁଜ ଫାତିମା ମଧ୍ୟ ସଫଳ ହୋଇଛନ୍ତି। ଫାତିମା ପରୀକ୍ଷାରେ ଅଲ୍ ଇଣ୍ଡିଆ ୭୦୮ତମ ରାଙ୍କ୍ ହାସଲ କରିଛନ୍ତି। ୨୭ ବର୍ଷିୟ ଫାତିମା ୩ୟ ପ୍ରୟାସରେ ଏହି ଉପଲବ୍ଧି ହାସଲ କରିଛନ୍ତି। ପରିବାରରେ ଖୁସିର ଲହରି ଖେଳି ଯାଇଛି ଏବଂ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କର ଏହି ଉପଲବ୍ଧିରେ ପୂରା ଅଞ୍ଚଳରେ ଗର୍ବ ଓ ଖୁସିର ମାହୋଲ ଭରି ଯାଇଛି।

ରୁଡକିର ପିରାନ କଲିୟରରେ ରହୁଥିବା ଫାତିମାଙ୍କ ପିତା ଇକବାଲ ଅହଦମ ( ୫୨) ପେଶାରେ ଜଣେ ଟ୍ରକ୍ ଚାଳକ ଏବଂ ତାଙ୍କ ମାଆ ଜଣେ ସୁଗୃହିଣୀ। ଫାତିମା ନିଜର ମାତାପିତାଙ୍କ ଏକମାତ୍ର ସନ୍ତାନ ଏବଂ ବର୍ତ୍ତମାନ ସେ ଦିଲ୍ଲୀରେ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଡେପୁଟୀ ମ୍ୟାନେଜର ପଦରେ କାମ କରୁଛନ୍ତି। ତାଙ୍କର ରଗବୀ ଖେଳିବା ପସନ୍ଦ।

ଏହାସହ ମଧ୍ୟ ପଢନ୍ତୁ : UPSC ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ; ଅନୁଜ ଅଗ୍ନିହୋତ୍ରୀ ଟପ୍ପର, ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ

ଫାତିମା ଏହା ସାବ୍ୟସ୍ତ କରିଦେଇଛନ୍ତି ଯେ, ସ୍ଥିତି ଯେମିତି ବି ହେଉ ପରିଶ୍ରମ କରୁଥିବା ବ୍ୟକ୍ତିଙ୍କର ସଫଳତା କେହି ରୋକି ପାରିବେ ନାହିଁ। ସେ ନିଜର ସଫଳତାର ଶ୍ରେୟ ମାତା –ପିତାଙ୍କୁ ଦେଇଛନ୍ତି। ମାତା-ପିତାଙ୍କ ପରିଶ୍ରମ ହିଁ ଫାତିମା ମନରେ ଅଦମ୍ୟ ସାହସ ଭରି ଥିଲା।

ସୀମିତ ସମ୍ୱଳ ସତ୍ତ୍ୱେ ପରିବାର ଲୋକେ ସର୍ବଦା ଫାତିମାଙ୍କୁ ପଢାରେ ଆଗେଇବା ପାଇଁ ପ୍ରେରିତ କରୁଥିଲେ। ଝିଅ ମଧ୍ୟ ମାତା ପିତାଙ୍କ ଇଚ୍ଛାକୁ ଧ୍ୟାନରେ ରଖିଥିଲେ ଏବଂ ସଫଳତାର ସିଡି ଚଢିଥିଲେ। ସେ ପ୍ରାୟ ୮ ବର୍ଷ ଧରି ପ୍ରସ୍ତୁତ କରୁ ଥିଲେ ଏବଂ ଗତ ଦୁଇଟି ପରୀକ୍ଷାରେ ଅସଫଳ ହେବା ସତ୍ତ୍ୱେ ହାର୍ ମାନି ନଥିଲେ।

ଆହୁରି ମଧ୍ୟ ପଢନ୍ତୁ :  ଟ୍ରେନରେ ବିନା ଟିକେଟ୍‌ରେ ଯାତ୍ରା କରୁଥିଲେ ସାବଧାନ ! ହୋଇପାରେ ୬ ମାସ ଯାଏ ଜେଲ୍ କିମ୍ୱା ଜୋରିମନା