ପ୍ରମୂଖ ଖବର
  • ଅନୁଗୁଳ : କାରଖାନାରେ ଅଘଟଣ, ୧୫ ଫୁଟ ଉଚ୍ଚରୁ ପଡ଼ି ଶ୍ରମିକ ମୃତ
  • ||
  • ଢେଙ୍କାନାଳ : ବଗିଚା ଜଗିବାକୁ ଯିବାବେଳେ କଚାଡି ଦେଲା ହାତୀ, ବୃଦ୍ଧ ଗୁରୁତର
  • ||
  • ରାଜଧାନୀ‌ରେ ଚାଞ୍ଚଲ୍ୟ: ନାବାଳିକାକୁ ସେବାୟତଙ୍କ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ
  • ||
  • ଏଲନ ମସ୍କଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡିବ...ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ
  • ||
  • ଅଶାନ୍ତ ମଣିପୁର; ୫ ଦିନ ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
  • ||
  • ଭଦ୍ରକ : ଓଲଟିଲା ବାଲି ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ପରିବାରଲୋକେ
  • ||
  • କୋଲମ୍ବିଆରେ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲଙ୍କୁ ଗୁଳିମାଡ଼, ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ତତଲା କଢ଼େଇରେ ସିଝୁଛି ଓଡ଼ିଶା: ୩ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ
  • ||

ଓଲଟିଲା ବାଲି ବୋଝେଇ ଟ୍ରକ୍‌; ଅଳ୍ପକେ ବର୍ତ୍ତିଲେ ଗୌରଙ୍ଗଙ୍କ ପରିବାର

Published By : Harapriya Sethi | June 8, 2025 8:02 AM

ଭଦ୍ରକ,୦୮/୦୬: ଭଦ୍ରକ ଜିଲ୍ଲା ବାସୁଦେବପୁର ପଦ୍ମପୁର ରାସ୍ତାର ଶୁକଦେବପୁର ଛକ ନିକଟରେ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌ । ଦୁର୍ଘଟଣା ପରେ ଡ୍ରାଇଭର ସେଠାରୁ ଫେରାର ହୋଇଯାଇଛି । ଅନ୍ୟପଟେ ରାସ୍ତା ପାର୍ଶ୍ବରୁ ମାତ୍ର ୧୦ ଫୁଟ ଦୂରରେ ରହୁଥିବା ଗୌରଙ୍ଗଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନା ମୁତାବକ, ରବିବାର ଭୋରୁ ଏକ ଟ୍ରକ୍‌ ଯାଜପୁରରୁ ବାଲି ବୋଝେଇ କରି ବାସୁଦେବପୁର ଅଭିମୁଖେ ଯାଉଥିଲା। ଏତିକି ବେଳେ ଶୁକଦେବପୁର ଛକ ନିକଟରେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଥିଲା। ନିକଟରେ ରହୁଥିବା ଗୌରାଙ୍ଗ ବେହେରାଙ୍କ ପରିବାର ବର୍ତ୍ତି ଯାଇଛନ୍ତି । ଟ୍ରକ୍‌ ଓଲଟିବା ଦେଖି ଗୌରାଙ୍ଗ ଥାନାକୁ ଖବର କରିଥିଲେ। ଖବର ପାଇ ପୁଲିସ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର କରିଥିଲେ। ଅଗ୍ନିଶମ ବାହିନୀ ଟ୍ରକ୍‌ ମଧ୍ୟରେ କେହି ରହିଥିବା ସନ୍ଦେହ କରି ଖୋଜା ଖୋଜି କରି ଫେରିଯାଇଥିଲେ। ହେଲେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.