ଚଣ୍ଡିଖୋଲ, ୦୬/୧୨: ଭାରସାମ୍ୟ ହରାଇ ଜାତୀୟ ରାଜପଥରେ ଓଲଟିଲା ଟ୍ରକ୍‌ । ଟ୍ରକ୍‌ଟି ଓଲଟିବା ଫଳରେ ଏକ ଦୋକାନ ଉପରେ ମାଡ଼ି ଯାଇଛି ।  ଯାଜପୁର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥ ବଡ଼ଚଣା ଛତିଆର ଢ଼ିହକରନ୍ଦା ଛକ ନିକଟରେ ଏଭଳି ଘଟଣା ଘଟିଛି । 

ସୂଚନାୱ ମୂତାବକ, ଏକ ଟ୍ରକ୍‌ ଛତିଆ ଅଭିମୁଖେ ଯାଉଥିବା ବେଳେ ଡିହକରନ୍ଦା ଛକ ନିକଟରେ ଭାରସାମ୍ୟ ହରାଇଥିଲା । ଫଳରେ  ଜାତୀୟ ରାଜପଥ କଡ଼ରେ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ଏକ ଦୋକାନ ଉପରେ ମାଡ଼ି ଯାଇଥିଲା । ଦୋକାନ ନିକଟରେ ଥିବା ବାଇକ ଓ ସାଇକେଲ ଉପରେ ଟ୍ରକ୍‌ଟି ଓଲଟି ପଡିବାରୁ ସମ୍ପୂର୍ଣ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ଏହି ଦୁର୍ଘଟଣା ଫଳରେ ଦୋକାନଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଦୋକାନୀ ଓ ଅନ୍ୟଜଣେ ଆହତ ହୋଇଥିଲେ । ଏହା ଦେଖି ସ୍ଥାନୀ.ୱୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ବଡ଼ଚଣା  ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।