ପ୍ରମୂଖ ଖବର
  • ଗାଧୋଇବା ବେଳେ ଅଘଟଣ, ଚନ୍ଦ୍ରଭାଗାରେ ବୁଡ଼ି ଯାଉଥିବା ପର୍ଯ୍ୟଟକ ଉଦ୍ଧାର
  • ||
  • ଓଡିଶା-ପଶ୍ଚିମବଙ୍ଗ ସୀମାରେ ହାଇ ଆଲର୍ଟ, ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲୁ ରହିବ ପ୍ରକ୍ରିୟା
  • ||
  • ଛତ୍ରପୁର : ମାଛ ଧରୁଥିବା ବେଳେ ଅଘଟଣ, ପାଣିରେ ବୁଡି ମତ୍ସ୍ୟଜୀବୀଙ୍କ ମୃତ୍ୟୁ
  • ||

ଲଙ୍ଗଳପାକନା ଘାଟିରେ ଓଲଟିଲା ଟ୍ରକ୍, ଗାଡ଼ି ଭିତରେ ଚାପି ହୋଇ ରହିଛି ଡ୍ରାଇଭର୍

Published By : Harapriya Sethi | April 18, 2025 10:41 AM

ଭୁବନେଶ୍ୱର, ୧୮/୦୪: ଲଙ୍ଗଳପାକନା ଘାଟିରେ ଅଘଟଣ । ଭାରସାମ୍ୟ ହରାଇ ଓଲଟିଲା ଲୁହା ବୋଝେଇ ଟ୍ରକ୍ । ଗାଡି ଭିତରେ ଚାପି ହୋଇ ରହିଛି ଡ୍ରାଇଭର । ଡ୍ରାଇଭର ଜୀବିତ ଥିବା ଜଣାପଡିଛି । ଘଟଣା ସ୍ଥଳେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ୩୨୬ ନମ୍ୱର ଜାତୀୟ ରାଜପଥ ବୈପାରୀଗୁଡା ଥାନା ଅନ୍ତର୍ଗତ ଲଙ୍ଗଳପାକନା ଘାଟିରେ ଏଭଳି ଘଟଣା ଘିଟିଛି । 

ସୂଚନା ମୁତାବକ, ଲୁହା ବୋଝେଇ ଟ୍ରକ୍‌ଟି ରାଇଘର ଠାରୁ ତାଲିମନାଡୁ ଅଭିମୁଖେ ଯାଉଥିଲା ଆସୁଥିଲା । ଲଙ୍ଗଳପାକନା ଘାଟିରେ ଭାରସାମ୍ୟ ହରାଇବାରୁ ଟ୍ରକ୍‌ଟି ଓଲଟି ପଡ଼ିଥିଲା । ଫଳରେ ଗାଡ଼ି ଭିତରେ ଡ୍ରାଇଭର ଚାପି ହୋଇ ରହିଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଢାଖୋଲ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଁଞ୍ଚିଛି । ଜେସିବି ମେସିନ ଏବଂ କଟର ସାହାଯ୍ୟରେ କାଟି ଗାଡ଼ି ଭତରୁ ଡ୍ରାଇଭରକୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଅଗ୍ନିଶମ ବାହିନୀ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.