ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୩ ଦିନ ଧରି ଅହୋରାତ୍ର ଧାରଣାରେ ଟ୍ରକ୍ ମାଲିକ, ବେଆଇନ ବାଲି ଘାଟ ବନ୍ଦ କରିବାକୁ ଦାବି

Published By : Swapna Ray | January 26, 2025 10:46 AM

ଭଦ୍ରକ, ୨୬।୧: ବେଆଇନ ବାଲି ଘାଟ ବନ୍ଦ କରିବାକୁ ଦାବି କରିଛନ୍ତି ଟ୍ରକ୍ ମାଲିକ । ୩ ଦିନ ଧରି ଅହୋରାତ୍ର ଧାରଣାରେ ବସିରହିଛନ୍ତି । ବାଟରେ ଧର ନାହିଁ, ଘାଟରେ ଧର । ବେଆଇନ ବାଲି ଘାଟ ବନ୍ଦ କର । ଏଭଳି କିଛି ଦାବି କରି ଧାରଣାରେ ବସିଛନ୍ତି ଭଦ୍ରକ ଜିଲ୍ଲା ଟ୍ରକ ମାଲିକ ସଂଘ । ଭଦ୍ରକ ଜିଲ୍ଲାରେ ବେଆଇନ ବାଲି ଚାଲାଣ ଅଭିଯୋଗରେ ବାଲି ବୋଝେଇ ଗାଡ଼ିଗୁଡ଼ିକୁ ଲକ୍ଷାଧିକ ଟଙ୍କାର ଜୋରିମାନା କରାଯାଉଛି । ଅନେକ ସମୟରେ ଗାଡ଼ିକୁ ଜବତ କରାଯାଉଛି । କିନ୍ତୁ, ପ୍ରଶାସନ ବେଆଇନ ବାଲି ଘାଟ ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଟ୍ରକ୍ ମାଲିକ ଅଭିଯୋଗ କରିଛନ୍ତି । 

ପ୍ରଶାସନ ଏଯାଏ କୌଣସି ପଦକ୍ଷେପ ନ ନେବାରୁ ଭଦ୍ରକ ଜିଲ୍ଲା ଟ୍ରକ ମାଲିକମାନେ ୧୧ ଦଫା ଦାବିରେ ୩ ଦିନ ଧରି ଭଣ୍ଡାରୀପୋଖରୀ ତହସିଲ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି । ଅନେକ ସମୟରେ ବାଲି ଘାଟରୁ ବାଲି, ଚିପ୍ସ, ମୋରମ ଆଦି ଆଣିବା ବେଳେ ମିଳୁଥିବା ଟିପିକୁ ନକଲି ଦର୍ଶାଇ ଲକ୍ଷାଧିକ ଟଙ୍କାର ଜୋରିମାନା କରୁଛନ୍ତି । ତେଣୁ ଟ୍ରକ ମାଲିକମାନେ କହିଛନ୍ତି ଯେ, ଯେଉଁ ଖାଦାନ ଗୁଡ଼ିକ ନକଲି କାଗଜପତ୍ର ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି । ଏପରିକି ବେଆଇନ ବାଲି ଘାଟଗୁଡ଼ିକ ଉପରେ ପ୍ରଶାସନ ଚଢ଼ାଉ କରୁନାହିଁ । ଯେଉଁ ଖାଦାନ ବା ଘାଟରୁ ଗାଡ଼ି ଲୋଡ୍ ହେଉଛି ସେହି ଘାଟ କିମ୍ବା ଖାଦାନରେ ପୋଲିସ ଚଢ଼ାଉ କରି ଭୁଲ୍ କାଗଜପତ୍ର ଥିଲେ କାର୍ଯ୍ୟନୁଷ୍ଠାନ ନିଆଯାଉ ବୋଲି ଦାବି ହେଉଛି । ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛି ଭଦ୍ରକ ଜିଲ୍ଲା ଟ୍ରକ ମାଲିକ ସଂଘ । ପ୍ରଶାସନ ତାଙ୍କ ଦାବି ନ ମାନିଲେ ଆଗକୁ ସପରିବାର ସହ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବେ ବୋଲି ଭଦ୍ରକ ଜିଲ୍ଲା ଟ୍ରକ ମାଲିକ ସଂଘର ଜଣେ ସଦସ୍ୟ ସୁଶାନ୍ତ କୁମାର ସାହୁ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.