ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଇରାନକୁ ପୁଣି ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ, କହିଲେ- ପରମାଣୁ କାର୍ଯ୍ୟକ୍ରମରୁ ନିବୃତ୍ତ ରୁହ

Published By : Tapas Panda | June 25, 2025 7:54 PM

Image courtesy: navbharattimes

ନୂଆଦିଲ୍ଲୀ: ଇରାନ୍‌ ପୁଣି ଥରେ ପରମାଣୁ କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଚର୍ଚ୍ଚା ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ପରୋକ୍ଷରେ ଇରାନ୍‌କୁ ଧମକ ଦେଇଛନ୍ତି । ଏୟାର ଫୋର୍ସ ଓ୍ବାନରେ ସାମ୍ବାଦିକଙ୍କୁ ଟ୍ରମ୍ପ କହିଛନ୍ତି, ମୋତେ ଲାଗୁନାହିଁ ଇରାନ ପୁଣି ଥରେ ପରମାଣୁ କାର୍ଯ୍ୟକ୍ରମ କରିବ । ଆକ୍ରମଣ ବେଳେ ୟୁରାନିୟମ ରକ୍ଷା କରିବା ଲାଗି ଇରାନ୍‌ ପାଖରେ ଏତେ ସମୟ ନଥିଲା ।   ମୁଁ ଭାବୁଛି ଏହା ଏକ ବଡ଼ ଆକ୍ରମଣ ଥିଲା । ତେବେ ଆମେରିକା ଆକ୍ରମଣ କରିବା ପୂର୍ବରୁ ଇରାନ ପ୍ରାୟ ୪୦୦ କେଜି ୟୁରାନିୟମ ଗୁପ୍ତ ସ୍ଥାନକୁ ନେଇଯାଇଥିବା ରିପୋର୍ଟ ମିଥ୍ୟା ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ସେପଟେ ଇରାନ୍‌ର ପରମାଣୁ ଘାଟି ସାମନ୍ୟ କ୍ଷତିଗ୍ରସ୍ତ ହୋଇଥିବା ଖବର କେବଳ ଟ୍ରମ୍ପଙ୍କୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପ୍ରସାରିତ ହୋଇଛି ବୋଲି ହ୍ବାଇଟ ହାଉସ୍‌ ପକ୍ଷରୁ କୁହାଯାଇଛି । 

ଟ୍ରମ୍ପ କହିଛନ୍ତି, ଇରାନ୍‌ ଉପରେ ଆମେରିକା ଆକ୍ରମଣ କରିବା ପରେ ଯୁଦ୍ଧ ସମାପ୍ତ ହୋଇଛି । ଏପରିକି ଇରାନ୍‌ର ପରମାଣୁ କାର୍ଯ୍ୟକ୍ରମ ଦୀର୍ଘ ପଛକୁ ଚାଲିଯାଇଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଜାତିସଂଘରେ ଆମେରିକାର ପ୍ରତିନିଧି ଡୋରୋଥି ସିଆ ମଙ୍ଗଳବାର ଦିନ ଜାତିସଂଘ ସୁରକ୍ଷା ପରିଷଦକୁ କହିଛନ୍ତି ଯେ, ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆମେରିକାର ଆକ୍ରମଣ ଆମର ଉଦ୍ଦେଶ୍ୟକୁ ପ୍ରଭାବଶାଳୀ ଭାବରେ ହାସଲ କରିଛି । ଇରାନର ପରମାଣୁ ଅସ୍ତ୍ର ଉତ୍ପାଦନ କରିବାର କ୍ଷମତାକୁ ହ୍ରାସ କରିବା ଆମର ଉଦ୍ଦେଶ୍ୟ ଥିଲା । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ସପ୍ତାହାନ୍ତରେ ହୋଇଥିବା ଆକ୍ରମଣ ଇରାନର ପ୍ରମୁଖ ପରମାଣୁ ସମୃଦ୍ଧି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କରିଛି। ଏହା ପୂର୍ବରୁ ମଙ୍ଗଳବାର ସେ ଘୋଷଣା କରିଥିଲେ ଯେ, ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଆରମ୍ଭ ହୋଇଛି। ଇସ୍ରାଏଲର ଜାତିସଂଘ ରାଷ୍ଟ୍ରଦୂତ ଡାନି ଡାନନ୍ ମଙ୍ଗଳବାର କହିଥିଲେ, ମୁଁ ଭାବୁଛି ତରବରିଆ ଭାବରେ ଆକ୍ରମଣର ମୂଲ୍ୟାଙ୍କନ କରିବା ଅନୁଚିତ । ଆମେ ଜାଣୁ ଯେ, ପରମାଣୁ କାର୍ଯ୍ୟକ୍ରମକୁ ରୋକିପାରିଛୁ । ଆମ ସମ୍ମୁଖରେ ଥିବା ଆସନ୍ନ ବିପଦକୁ ଆମେ ଦୂର କରିପାରିଛୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.