ନୂଆଦିଲ୍ଲୀ,୨୩/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁଏଇ ଓ ଜାପାନ ସହିତ ବଡ଼ ଟ୍ରେଡ୍ ଡିଲର ଘୋଷଣା କରିଛନ୍ତି । ଏହି ଚୁକ୍ତିରେ ମୋଟ୍ ୫୫୦ ଅରବ ଡଲାରର ଜାପାନୀ ନିବେଶ ଏବଂ ୧୫ ପ୍ରତିଶତ ରେସିପ୍ରୋକାଲ ଟାରିଅ ସାମିଲ ଅଛି । ବୁଝାମଣାକୁ ନେଇ ଟ୍ରମ୍ପ କହିଛନ୍ତି, ଏହା ଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏମିତି କେବେ ହୋଇନାହିଁ । ଏହି ଡିଲ୍ ଦ୍ୱାରା ଯେଉଁ ଲାଭ ହେବ ତାର ୯୦ ପ୍ରତିଶତ ଆମେରିକାକୁ ମିଳିବ ।
ଟ୍ରମ୍ପଙ୍କ ମୁତାବିକ୍, ଏହି ବୁଝାମଣାରେ ବ୍ୟାବସାୟ ସହିତ ଜଡ଼ିତ ସମସ୍ୟା ବି ଦୂର ହେବ । ଯାହାଦ୍ୱାରା ଆମେରିକାକୁ କାର୍, ଟ୍ରକ୍, ଚାଉଳ ଏବଂ ଅନ୍ୟ କୃଷି ଉତ୍ପାଦକୁ ନେଇ ଜାପାନୀ ବଜାରକୁ ବଳ ମିଳିବ । ଏହା ସିହତ ଟ୍ୟାକ୍ସରେ ୧୫ ପ୍ରତିଶତ ରେସିପ୍ରୋକାଲ ଟାରିଫ୍ ଲଗାଇବା ଉପରେ ସହମତ ପ୍ରକାଶ କରିଛନ୍ତି । ଯାହା ଲମ୍ବା ସମୟ ଧରି ଚାଲିଆସୁଛି ଆସୁଥିବା ଟ୍ରମ୍ପଙ୍କ ଦାବି ରହିଛି ।
ଟ୍ରମ୍ପ କହିଛନ୍ତି କି, ଏହି ବୁଝାମଣା ମୋର ନିର୍ଦ୍ଦେଶରେ ହୋଇଛି । ଯେଉଁଥିରେ ଏହି ଚୁକ୍ତିରେ ତାଙ୍କର ସକ୍ରିୟ ଭୂମିକା ରହିଛି । ଜାପାନ ମୋ ନିର୍ଦ୍ଦେଶରେ ଆମେରିକାରେ ୫୫୦ ଅରବ ଡଲାର ନିବେଶ କରିବ । ଜାପାନ ସହ ଆମ ସମ୍ପର୍କ ସର୍ବଦା ଭଲ ରହିବ । ୨୦୨୩ରେ ଜାପାନ ୨୯୮ ମିଲିୟନ ଡଲାରର ଆମେରିକା ଚାଉଳ ଏବଂ ଚଳିତବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ୧୧୪ ମିଲିୟନ ଡଲାରର ଚାଉଳ କିଣିଛି ।