ନ୍ୟୁୟର୍କ,୮।୧: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡେନାଲ୍ଡୋ ଟ୍ରମ୍ପ ଶପଥ ଗ୍ରହଣ ପୂର୍ବରୁ ସାରା ଦୁନିଆରେ ଚର୍ଚ୍ଚାରେ ଅଛନ୍ତି। ପ୍ରଥମେ ଜଷ୍ଟିନ୍ ଟ୍ରୁଡୋଙ୍କୁ କାନାଡାକୁ ଆମେରିକାରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଏହାର କିଛି ଦିନ ପରେ ଟ୍ରୁଡୋ ପ୍ରଧାନମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା। ଏବେ ଟ୍ରମ୍ପଙ୍କ ନଜର ଡେନମାର୍କର ଗ୍ରୀନଲାଣ୍ଡ ଉପରେ। ସେ ଗ୍ରୀନଲାଣ୍ଡକୁ ଆମେରିକାରେ ମିଶାଇବାକୁ ଚାହୁଁଛନ୍ତି। ତାଙ୍କ ପୁଅ ମଧ୍ୟ ଗ୍ରୀନଲାଣ୍ଡ ଗସ୍ତ କରି ସାରିଛନ୍ତି। ଏବେ ଟ୍ରମ୍ପଙ୍କ ଉପରେ ଆମେରିକାରେ ୩୪ରୁ ଅଧିକ ଅପରାଧିକ ମାମଲା ରହିଛି। ତେଣୁ ଟ୍ରମ୍ପ ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ତାଙ୍କ ବିରୋଧରେ ଥିବା ହସ୍ ମନି କେସ୍କୁ ଖାରଜ କରି ଦିଆଯାଉ। ତାଙ୍କ ସଜାକୁ ରଦ୍ଦ କରି ଦିଦଆଯିବାକୁ ସେ ଦାବି କରିଛନ୍ତି।
ସୁପ୍ରିମକୋର୍ଟରେ ନ୍ୟୁୟର୍କ ହସ୍ ମନି କେସ୍ର ଶୁକ୍ରବାର ଶୁଣାଣି ହେବାର ଅଛି। କୋର୍ଟ ଟ୍ରମ୍ପଙ୍କୁ ସଜା ଦେଇପାରନ୍ତି। ତେବେ ତା ପୂର୍ବରୁ ଟ୍ରମ୍ପ ସଜା ରଦ୍ଦ କରିବାକୁ ଦାବି କରିଛନ୍ତି। ତାଙ୍କ ଓକିଲ ବୁଧବାର ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଏହି ଦାବି କରିଛନ୍ତି। ଏହା ପୂର୍ବରୁ ନ୍ୟୁୟର୍କର କୋର୍ଟ ସଜାକୁ ସ୍ଥଗିତ କରିବାକୁ ମନା କରିଛନ୍ତି।
ପର୍ଣ୍ଣଷ୍ଟାର ଷ୍ଟାମି ଡାନିୟମଲ ଅଭିଯୋଗ କରିଥିଲେ ଯେ, ୨୦୦୬ ରେ ଟ୍ରମ୍ପଙ୍କ ସହ ଯୌନ ସମ୍ପର୍କ ରଖିଥିଲେ। ଯାହାକୁ ଟ୍ରମ୍ପ ଖଣ୍ଡନ କରିଥିଲେ। ଡାନିୟଲ୍ସ ଅଭିଯୋଗ କରିଥିଲେ ୨୦୧୬ ନିର୍ବାଚନ ପୂର୍ବରୁ ଏ ବିଷୟରେ ତାଙ୍କୁ ଚୁପ୍ ରହିବାକୁ ଟଙ୍କା ଦିଆଯାଇଥିଲା। ପରେ ନିର୍ବାଚନରେ ଟ୍ରମ୍ପ ଜିତିଥିଲେ। ଏହି ମାମଲା ଟ୍ରମ୍ପଙ୍କ ଦ୍ବାରା ନିଜର ପୂର୍ବତନ ବ୍ୟକ୍ତିଗତ ଓକିଲ ଓ ଫିକ୍ସର ମାଇକେଲ କୋହେନ୍ଙ୍କୁ ଦିଆଯାଇଥିଲା। ୫୭ ବର୍ଷରୀୟ କୋହେନ ସାକ୍ଷୀ ଭାବରେ କହିଥିଲେ ସେ ଟ୍ରମ୍ପଙ୍କ ସହ ନିଜର କଥିତ ସମ୍ପର୍କ ବିଷୟରେ ଚୁପ୍ ରହିବା ବଦଳରେ ଡାନିୟଲଙ୍କୁ ୧୩୦,୦୦୦ ଡଲାର ଦେଇଥିଲେ। ତେବେ ଟ୍ରମ୍ପଙ୍କ ଓକିଲ ଏହି ମାମଲାରେ ସଜା ନଦେବାକୁ ଦାବି କରିଛନ୍ତି।