ନୂଆଦିଲ୍ଲୀ, ୦୫/୦୩ : ଘମାଘୋଟ ହେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ଆମେରିକା ଏବଂ ଇସ୍ରାଏଲ୍‌ ର ଏକାକୀ ମୁକାବିଲା କରୁଛି ଇରାନ। ଯେତେ ଯାହା ହେଲେବି ବାହାସ୍ପୋଟ ମାରିବା ଛାଡିବେନି ଆମେରିକା ରାଷ୍ଟ୍ରପତି। ଯୁଦ୍ଧ ବିଭୀଷିକା ମଧ୍ୟରେ ନିଜକୁ ନିଜେ ରେଟିଂ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ଇରାନ ସହ ଜାରି ରହିଥିବା ଯୁଦ୍ଧ ନେଇ ଆମେରିକୀୟ ସେନା ପ୍ରଦର୍ଶନର ଭୁରି ଭୁରି ପ୍ରଶଂସା କରିଛନ୍ତି ଟ୍ରମ୍ପ। 

ହ୍ୱାଇଟ୍ ହାଉସରେ ଟେକ୍ନୋଲୋଜି କମ୍ପାନୀଗୁଡ଼ିକର ମୁଖ୍ୟମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ଯୁଦ୍ଧ ଆରମ୍ଭ ହେବାର ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଆମେରିକୀୟ ସୈନ୍ୟ ଅଭିଯାନ ଦ୍ରୁତ ଗତିରେ ଅଗ୍ରଗତି କରିଛି, ଏବଂ ଆମେରିକା ଏବେ ଏକ ଦୃଢ଼ ସ୍ଥିତିରେ ଅଛି। ଯଦି ମୋତେ କେହି ପଚାରେ ୧୦ ରୁ ନିଜକୁ ନିଜେ କେତେ ନମ୍ଵର ଦେବେ ତାହେଲେ ମୁଁ ୧୦ ରୁ ୧୫ ନମ୍ଵର ଦେବି। ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସାମରିକ ସଂଘର୍ଷ ତୀବ୍ର ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସାମରିକ ଅଭିଯାନ ଦ୍ଵାରା ଇରାନ ଉପରେ ଲଗାତର ଚାପ ପକାଯାଉଥିବା ମଧ୍ୟ ଟ୍ରମ୍ପ ଦାବି କରିଛନ୍ତି। ଖାଲି ସେତିକି ନୁହେଁ ସେ କହିଛନ୍ତି ଯେ, ଇରାନର ଅନେକ ନେତୃତ୍ୱ ଏବେ ଟାର୍ଗେଟରେ ଅଛନ୍ତି।. 

ଏହି ଖବରଟିକୁ ପଢନ୍ତୁ- ଗୋଟିଏ ବି ଗୁଳି ଚଳାଇବାର ଆବଶ୍ୟକତା ନାହିଁ, ଇରାନର ଏହି ନିଷ୍ପତ୍ତିରେ ମୁଣ୍ଡ ନୁଆଁଇବ ଆମେରିକା, ଶୋଷରେ ମରିଯିବେ ପୂରା ଉପସାଗରୀୟ ଦେଶ...

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଷଷ୍ଠ ଦିନରେ ପହଞ୍ଚିଛି। ଆମେରିକା ସେନା ଇସ୍ରାଏଲ ସହଯୋଗରେ ସମନ୍ୱିତ ସାମରିକ ଅଭିଯାନ ଚଳାଇଛି। ଏହାରି ମଧ୍ୟରେ ଅନେକ ସ୍ଥାନରେ ବିସ୍ଫୋରଣ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ଖବର ସାମ୍ନାକୁ ଆସିଛି।