ୱାଶିଂଟନ,୨୭/୦୧: ପ୍ରବାସୀ ଭର୍ତ୍ତି ଦୁଇଟି ବିମାନ ଫେରାଇବା କଲମ୍ବିଆକୁ ପଡିଛି ଭାରି । ଆକ୍ସନ ନେଇଛି ଆମେରକା । କଲମ୍ବିଆ ଉପରେ ୨୫ ପ୍ରତିଶତ ଏର୍ମଜେନ୍ସି ଟାରିଫ ଲଗାଇବ ଆମେରିକା । ପ୍ରବାସୀ ଭର୍ତ୍ତି ଦୁଇଟି ବିମାନ ଫେରାଇବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ସନ ନେଇଛନ୍ତି । କହିଛନ୍ତି ଏହା ତ ଆରମ୍ଭ ମାତ୍ର ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କଲମ୍ବିଆ ରାଷ୍ଟ୍ରପତି ପ୍ରବାସୀଙ୍କୁ ନେଇ ଯାଉଥିବା ଦୁଇଟି ଆମେରିକୀୟ ସାମରିକ ବିମାନକୁ ଦେଶରେ ଅବତରଣ କରିବାକୁ ବାରଣ କରିବା ପରେ ୨୫ ପ୍ରତିଶତ ଶୁଳ୍କ ଏବଂ କଟକଣା ଲଗାଇବେ । କଲମ୍ବିଆରୁ ଆମେରିକା ଆସୁଥିବା ସମସ୍ତ ସାମଗ୍ରୀ ଉପରେ ତୁରନ୍ତ ଶୁଳ୍କ ଲାଗୁ କରାଯିବ । ଗୋଟିଏ ସପ୍ତାହ ମଧ୍ୟରେ ୨୫% ଶୁଳ୍କ ୫୦%କୁ ବୃଦ୍ଧି କରାଯିବ ।
କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେରିକାକୁ କଲମ୍ବିଆ ଏହା ଜବାବ ଦେବ ଓ ୨୫% ଶୁଳ୍କ ଲଗାଇବ ।
କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଆମେରିକା ବିମାନକୁ ଅବତରଣ କରାଇବାକୁ ମନେ କରିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । କଲମ୍ବିଆର ଉତ୍ପାଦ ଉପରେ ୨୫% ଶୁଳ୍କ ଲାଗୁ କରିବାକୁ କହିଛି ଆମେରିକା । ଯାହା ସପ୍ତାହ ମଧ୍ୟରେ ୫୦ ପ୍ରତିଶତ ବୃଦ୍ଧି ହେବ । କଲମ୍ବିଆ ଆମେରିକାର ନିକଟତମ ସହଯୋଗୀ ଦେଶ ମଧ୍ୟରୁ ଗୋଟିଏ । ଏହାର ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ରହିଛି । ମାତ୍ର ଏବେ ଦୁଇ ଦେଶ ମଧ୍ୟରେ ଟାରିଫ ୱାର ଚାଲିଛି ।