ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ପ୍ରକୃତିରୁ ନୁହେଁ ଲ୍ୟାବ୍‌ରୁ ଲିକ୍‌ ହୋଇଛି କରୋନା ଭାଇରସ, ଟ୍ରମ୍ପଙ୍କ ଆସିବା କ୍ଷଣି CIAର ଚୀନ୍‌କୁ ଟାର୍ଗେଟ୍‌

Published By : Prameya | January 26, 2025 9:28 PM

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ କ୍ଷମତାକୁ ଆସିବା କ୍ଷଣି ଆମେରିକୀୟ ସରକାର ନିଜର ପୁରୁଣା ଦାବିକୁ ଜୋରଦାର କରିଛି। ଆମେରିକୀୟ ଗୁଇନ୍ଦା ଏଜେନ୍ସି ସିଆଇଏ ବଡ଼ ଦାବି କରିଛି ଯେ, କରୋନା ମହାମାରୀ ନ୍ୟାଚୁରାଲ ନୁହେଁ, ଲ୍ୟାବ୍‌ରୁ ବାହାରି ଥିଲା। ଟ୍ରମ୍ପ ପୂର୍ବ କାର୍ଯ୍ୟକାଳରେ ମଧ୍ୟ କରୋନା ଭାଇରସକୁ ଚାଇନା ଭାଇରସ କହି ଶି ଜିନପିଙ୍ଗ ସରକାର ଉପରେ ହମଲା କରି ଥିଲେ। ଆମେରିକାର ନୂଆ ଦାବି ଏଥିପାଇଁ ମଧ୍ୟ ମହତ୍ତ୍ୱପୂର୍ଣ୍ଣ , କାରଣ ଲକ୍‌ଡାଉନ୍‌ , ଆର୍ଥିକ ସଙ୍କଟ ଓ ଲକ୍ଷ ଲକ୍ଷ ମୃତ୍ୟୁ ପାଇଁ ଦାୟି ଏହି ଭାଇରସର ଉତ୍ପତ୍ତିର ପ୍ରଶ୍ନ ବୈଶ୍ୱିକ ସ୍ତରରେ ବଡ଼ ପ୍ରଶ୍ନ ସାଜିଛି। ଚୀନ୍‌ ଆମେରିକୀୟ ରିପୋର୍ଟକୁ ରାଜନୀତି ପ୍ରଣୋଦିତ କହିଛି। 

କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି (ସିଆଇଏ) ନିଜର ନବୀନତମ ଆକଳନରେ କହିଛି ଯେ, କୋଭିଡ୍‌-୧୯ ଭାଇରସ ଏକ ଲ୍ୟାବ୍‌ରୁ ଉତ୍ପନ୍ନ ହୋଇଛି, ପ୍ରକୃତିରୁ ନୁହେଁ। ହେଲେ ଏଜେନ୍ସି ଏହି ଦାବି ଉପରେ କୌଣସି ସାକ୍ଷ୍ୟ ପ୍ରସ୍ତୁତି କରି ନାହିଁ। ରିପୋର୍ଟକୁ ବାଇଡେନ ପ୍ରଶାସନ ଓ ପୂର୍ବତନ ସିଆଇଏ ନିର୍ଦ୍ଦେଶକ ୱିଲିୟମ ବନର୍ସଙ୍କ ଅନୁରୋଧରେ ପ୍ରସ୍ତୁତ କରାଯାଇ ଥିଲା। ଏହାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ ସିଆଇଏ ନିର୍ଦ୍ଦେଶକ ଜନ୍‌ ରାଟକ୍ଲିଫ୍‌ଙ୍କ କହିବାନୁସାରେ ଶନିବାର ସାର୍ବଜନିନ କରାଗଲା। 

ସିଆଇଏର ମତରେ କରୋନା ଭାଇରସର ଲ୍ୟାବ୍‌ରୁ ଉତ୍ପତ୍ତିର ସମ୍ଭାବନା ପ୍ରାକୃତିକ ହୋଇ ପାରିବ ନାହିଁ , ଯାହାକି ଏହାକୁ ଜାଣିଶୁଣି ଲ୍ୟାବ୍‌ରେ ପ୍ରସ୍ତୁତ କରାଯାଇଛି। କୋଭିଡ-୧୯ର ଉତ୍ପତ୍ତିକୁ ନେଇ ପୂର୍ବର ରିପୋର୍ଟରେ ଏମିତି ଦାବି କରାଯାଇ ଥିଲା ଯେ, ଭାଇରସ ଚୀନ୍‌ର କୌଣସି ଲ୍ୟାବ୍‌ରୁ ଭୁଲରେ ବ୍ୟାପିଛି ବା ପ୍ରାକୃତିକ ରୂପେ ଉଭା ହୋଇଛି। ଗୁଇନ୍ଦା ଅଧିକାରୀଙ୍କ କହିବାନୁସାରେ , ଚାଇନା ଅଧିକାରୀମାନଙ୍କ ସହଯୋଗର ଅଭାବ କାରଣରୁ ଏହି ପ୍ରଶ୍ନର ଜବାବ କେବେ ସଂପୂର୍ଣ୍ଣ ମିଳି ପାରି ନାହିଁ।

କୌଣସି ନୂଆ ପ୍ରମାଣ ନୁହେଁ , କିନ୍ତୁ ଦାବି ଜାରି ରହିଛି –

ଏହି ନୂଆ ନିଷ୍କର୍ଷରେ କୌଣସି ନୂଆ ଗୁଇନ୍ଦା ସୂଚନା ଆଧାରରେ ନୁହେଁ , ବରଂ ଭାଇରସର ପ୍ରସାର , ଏହାର ବୈଜ୍ଞାନିକ ଗୁଣ ଓ ଚୀନର ଭାୟରୋଲଜି ଲ୍ୟାବରେଟୋରିଜ୍‌ର ସ୍ଥିତି ଓ ନୂଆ ବିଶ୍ଳେଷଣ ମାଧ୍ୟମରେ ବାହାର କରାଯାଇଛି। ବାସ୍ତବିକ କଥା ଯେ, କରୋନା ଭାଇରସ ସବୁଠୁ ଅଧିକ ପ୍ରକୋପ ଆମେରିକାରେ ବ୍ୟାପିଛି। ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଛି। ଏଠାରେ ଗମ୍ଭୀର ସ୍ଥିତିରେ ପ୍ରତିଦିନ ୨୦୦୦ଲୋକ ନିଜର ଜୀବନ ହରାଇଛନ୍ତି। ଟ୍ରମ୍ପ ମଧ୍ୟ ଗତ କାର୍ଯ୍ୟକାଳରେ କରୋନା ଭାଇରସକୁ ନେଇ ଚୀନ ଉପରେ ଖୁବ୍‌ ଟାର୍ଗେଟ୍‌ କରି ଥିଲେ। ସାର୍ବଜନିକ ଭାବେ ସେ ଅନେକ ଥର କରୋନା ଭାଇରସକୁ ଚାଇନନା ଭାଇରସ କହି ଥିଲେ। ଏବେ ପୁଣି ଥରେ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ପରେ ଆମେରିକା ଓ ଚୀନ୍‌ରେ ବିବାଦର ନୂଆ ମାହୋଲ ଦେଖିବାକୁ ମିଳି ପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.