ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଜେଲେନସ୍କିଙ୍କୁ 'ଏକଛତ୍ରବାଦୀ ଶାସକ' କହିବାକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ, କହିଲେ ...

Published By : Prameya | February 28, 2025 5:44 PM

ନୂଆଦିଲ୍ଲୀ : ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ କଡ଼ା ସମାଲୋଚନାରୁ ପଛକୁ ହଟିବା ନଜର ଆସୁଛି। ନିକଟରେ ଟ୍ରମ୍ପଙ୍କୁ ଯେବେ ତାଙ୍କ ଦ୍ୱାରା ଜେଲେନସ୍କିଙ୍କୁ ଏକଛତ୍ରବାଦୀ ଶାସକ କହିବାକୁ ନେଇ ପ୍ରଶ୍ନ କରାଯାଇ ଥିଲା ଯେ, ସେ କଣ ଏବେ ବି ଜେଲନସ୍କିଙ୍କୁ ଏକଛତ୍ରବାଦୀ ଶାସକ ମାନନ୍ତି ? ଟ୍ରମ୍ପ ଏ ପ୍ରଶ୍ନକୁ ଏହା କହି ଟାଳି ଦେଇ ଥିଲେ ଯେ, ମୁଁ କଣ ଏମିତି କହି ଥିଲି ? ...ମୁଁ ବିଶ୍ୱାସ କରି ପାରୁନି ଯେ,ମୁଁ ଏମିତି କହି ଥିଲି। ଏହା ପୂର୍ବରୁ ଟ୍ରମ୍ପ ଜେଲେନସ୍କିଙ୍କୁ ବିନା ନିର୍ବାଚନରେ କ୍ଷମତାରେ ରହିବା ଏକଛତ୍ରବାଦୀ ଶାସକ କହି ସାରିଛନ୍ତି। 

ଓଭଲ ଅଫିସରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମରଙ୍କ ସ୍ୱାଗତ କରୁଥିବା ଟ୍ରମ୍ପ ମିଡ଼ିଆ ସାମ୍ନାରେ ୟୁକ୍ରେନୀ ରାଷ୍ଟ୍ରପତିକୁ ନେଇ ଖୁବ୍‌ ସଂଯମତା ଦେଖାଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ, ଆମେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ମିଶି ଶାନ୍ତି ପାଇଁ କାମ କରିବାକୁ ଚାହୁଁଛୁ ଏବଂ ମୋର ଆଶା ଯେ, ଆମେ ଏକାଠି କାମ କରିବୁ। ମୋତେ ଲାଗୁଛି ଯେ, ରାଷ୍ଟ୍ରପତି ଓ ମୋ ମଧ୍ୟରେ ବାସ୍ତବରେ ବହୁତ ଭଲ ସମ୍ୱନ୍ଧ ରହିଛି। ବର୍ତ୍ତମାନରେ ଏହା ବୋଧେ କଠିନ ହୋଇ ଯାଇଛି , କାରଣ ଆମେ ନିଜ କ୍ଷତିର ଅଳ୍ପ ବହୁତ ଭରଣା କରିବାକୁ ଚାହୁଁ ଥିଲେ।

ଟ୍ରମ୍ପ ମିଡ଼ିଆ ସାମ୍ନାରେ ବାରମ୍ୱାର ଦାବି କରିଛନ୍ତି ଯେ, ୟୁକ୍ରେନ୍‌ ଯୁଦ୍ଧରେ ୟୁରୋପୀୟ ଦେଶମାନେ ଯେଉଁ ସହାୟତା କରିଛନ୍ତି , ତାହା ଏକ ପ୍ରକାରର ଋଣ ଭାବେ କରାଯାଇଛି, ଯାହାକି ଆମେରିକା ଏମିତି ସହାୟତା ଦେଇ ଥିଲା, ଯାହାର ସେ ଭରଣା କରି ପାରିବେ ନାହିଁ। ସୋମବାର ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋନଙ୍କ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ମାମଲାରେ ପ୍ରଶ୍ନ କରି ଥିଲେ , ଆଜି କିର୍‌ ଷ୍ଟାର୍ମର ମଧ୍ୟ ଟ୍ରମ୍ପଙ୍କ ଏହି ଦାବିରେ ଆପତ୍ତି ଜଣାଇଛନ୍ତି। ଷ୍ଟାର୍ମର କହିଛନ୍ତି କି , ୟୁରୋପୀୟ ଦେଶ ଗୁଡ଼ିକ ଦ୍ୱାରା ଦିଆଯାଇ ଥିବା ଅଧିକାଂଶ ସହାୟତା ଗୋଟେ ପ୍ରକାରରେ ସହାଯ୍ୟ ଭାବେ ଥିଲା ,ଏହାକୁ କରଜ ବା ଋଣ ଭାବେ ଦିଆ ଯାଇ ନଥିଲା। 

ନିକଟବର୍ତ୍ତୀ ଦିନ ଗୁଡ଼ିକରେ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କ ଖୁବ୍‌ ସମାଲୋଚନା କରିବା ନଜର ଆସିଛି। ଏମିତି କି ସଂଯୁକ୍ତ ରାଷ୍ଟ୍ର ସଭାରେ ହୋଇଥିବା ଭୋଟିଂର ମଧ୍ୟ ଆମେରିକା ୟୁକ୍ରେନ୍‌ର ବିରୋଧରେ ରୁଷ୍‌ର ସମର୍ଥନରେ ଠିଆ ହେବା ନଜର ଆସିଛି। ଟ୍ରମ୍ପଙ୍କ ଏହି ବିରୋଧ ସେତେବେଳେ ସାମ୍ନାକୁ ଆସିଥିଲା ,ଯେବେ ଜେଲେନସ୍କି ଶାନ୍ତି ପ୍ରସ୍ତାବ ଉପରେ ଟ୍ରମ୍ପଙ୍କ କଥାକୁ ମାନିବାରେ ମନା କରିଦେଇ ଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇ ଟ୍ରମ୍ପ ଜେଲେନସ୍କିଙ୍କୁ ଖୁବ୍‌ ଖରାପ ଭାବେ ଦର୍ଶାଇ ଥିଲେ। ସେ ଦାବି କରିଥିଲେ ଯେ, ସେ ୟୁକ୍ରେନକୁ ଭଲ ପାଆନ୍ତି , କିନ୍ତୁ ଜେଲେନସ୍କି ସେଠାରେ ବହୁତ ଭୟଙ୍କର କାମ କରୁଛନ୍ତି। ଏମିତି କି ,ଟ୍ରମ୍ପ ଯୁଦ୍ଧ ପାଇଁ ମଧ୍ୟ ଜେଲେନସ୍କିଙ୍କୁ ହିଁ ଦାୟୀ କରାଇ ଥିଲେ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.