ନୂଆଦିଲ୍ଲୀ,୨୧/୦୩ : ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ଏପରି ମୋଡ ନେଇଛି ଯେଉଁଠାରେ କୂଟନୀତି ଏବଂ ସାମରିକ ଆକ୍ରମଣ ମଧ୍ୟରେ ରେଖା ଝାପ୍ସା ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସିହତ ଯୁଦ୍ଧବିରତିର କୌଣସି ସମ୍ଭାବନାକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖାନ କରିଛନ୍ତି । ଇରାନ ସହ ଯୁଦ୍ଧବିରତିକୁ ଟ୍ରମ୍ପ ଅସ୍ୱୀକାର କରିଛନ୍ତି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଛନ୍ତି । ଇରାନ ସହିତ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସେ କହିଛନ୍ତି, "ଆମେ ଆଲୋଚନା କରିପାରିବା, କିନ୍ତୁ ମୁଁ ଯୁଦ୍ଧବିରତି ଚାହେଁ ନାହିଁ । ହୋର୍ମୁଜ୍ ପ୍ରଣାଳୀ 'ଆପେ ଆପେ ଖୋଲିବ । ଇରାନକୁ ମାଟିରେ ମିଶାଇ ଦେବୁ ।'' ସେପଟେ ଭାରତ ତାର ଶକ୍ତି ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ଷ୍ଟ୍ରେଟରେ ଫସି ରହିଥିବା ତାର ଟ୍ୟାଙ୍କରଗୁଡିକୁ ମୁକ୍ତ କରିବାକୁ ବ୍ୟାକ୍ ଚ୍ୟାନେଲ୍ କୂଟନୈତିରେ ନିୟୋଜିତ ହେଉଛି ।
ହ୍ୱାଇଟ୍ ହାଉସ୍ ଛାଡିବା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ କରିଥିଲେ । ଇରାନ ସହିତ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ସେ କହିଛନ୍ତି, ଆମେ ଆଲୋଚନା କରିପାରିବ କିନ୍ତୁ ମୁଁ ଯୁଦ୍ଧବିରତି ଚାହୁଁନାହିଁ । ଗୋଟିଏ ପକ୍ଷକୁ ସେମାନେ ଧ୍ୱଂସ କରୁଛନ୍ତି ସେତେବେଳେ ଯୁଦ୍ଧବିରତି ବୋଲି କିଛି ନାହିଁ । ଟ୍ରମ୍ପଙ୍କ ବିବୃତ୍ତି ସୂଚାଉଛି କି, ଆମେରିକା ଏଥର ଇରାନର ସାମିରକ କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିବାକୁ ସ୍ଥିର କରିଛି ।
ଏହା ବି ପଢନ୍ତୁ...ପ୍ରଚଣ୍ଡ ଆକ୍ରମଣ, ୪,୦୦୦ କିଲୋମିଟର ଦୂର ଭାରତ ମହାସାଗରରେ ଥିବା ଆମେରିକୀୟ ଘାଟିକୁ ମିସାଇଲ ମାଡ଼
ହୋର୍ମୁଜକୁ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ବିଶ୍ୱର ତୈଳ ଏବଂ ଗ୍ୟାସ ପ୍ରବାହର ଏକ ପଞ୍ଚମାଂଶ ବହନ କରୁଥିବା ହୋର୍ମୁଜ ବର୍ତ୍ତମାନ ଯୁଦ୍ଧ ଯୋଗୁଁ ସମ୍ପୂର୍ଣ୍ଣ ଭାବରେ ଅବରୋଧିତ । ତାଙ୍କର ସହଯୋଗୀ ଏବଂ ବିଶ୍ୱ ଶକ୍ତିଗୁଡିକୁ ଟାର୍ଗେଟ କରି କହିଛନ୍ତି ଯେ, ନାଟୋ ଏହି ସଙ୍କଟରେ ସାହାଯ୍ୟ କରିବା ପାଇଁ ସାହସ ନାହିଁ । ସେ ଚୀନ ଏବଂ ଜାପାନ ଭଳି ଦେଶମାନଙ୍କୁ ଜଳପଥ ଖୋଲିବାରେ ଯୋଗଦେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।
ଟ୍ରମ୍ପ ବ୍ରିଟେନକୁ ସମାଲୋଚନା କରି କହିଛନ୍ତି, ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ସମର୍ଥନ କରିବା ପାଇଁ ଏହାକୁ ଅଧିକ ଶ୍ରୀଘ୍ର କାର୍ଯ୍ୟ କରିବା ଉଚିତ୍ ଥିଲା । ବ୍ରିଟେନ ସରକାର ଇରାନ ମିସାଇଲ ସ୍ଥଳ ଉପରେ ଆକ୍ରମଣ କରିବା ପାଇଁ ଆମେରିକାକୁ ଏହାର ସାମରିକ ଘାଟି ବ୍ୟବହାର କରିବାକୁ ଅନୁମତି ଦେଇଥିବା ରିପୋର୍ଟ ପରେ ଏହି ମନ୍ତବ୍ୟ ଆସିଛି । ଟ୍ରମ୍ପଙ୍କ ଆକ୍ରମଣ ଦର୍ଶାଉଛି ଯେ ସେ ତାଙ୍କ ସହଯୋଗୀଙ୍କଠାରୁ ପୂର୍ଣ୍ଣ, ନିଃସର୍ତ୍ତ ସମର୍ଥନ ଆଶା କରୁଛନ୍ତି ।
କହି ରଖୁଛି କି, ପାରସ୍ୟ ଉପସାଗରରେ ବି ଏବେ ବି ୨୨ଟି ଭାରତୀୟ ଜାହଜ ଫସି ରହିଛି । ଟ୍ରମ୍ପଙ୍କ ଅସ୍ତ୍ରବିରତି ନାହିଁ ନୀତି ଏହି ଅଞ୍ଚଳରେ ଉତ୍ତେଜନାକୁ ଦୀର୍ଘ କରିପାରିବ । ଫଳରେ ତେଲ ମୂଲ୍ୟ ଆକାଶଛୁଆଁ ହୋଇପାରେ । ଟ୍ରମ୍ପ ଏହି ମାମଲାରେ ଚୀନକୁ ଟାଣିବାକୁ ଚାହୁଁଥିବା ବେଳେ ଭାରତ ଭାରତ ମହାସାଗର ଏବଂ ଆକପାଖ ଅଞ୍ଚଳରେ ଚୀନର ପ୍ରଭାବ ବୃଦ୍ଧି ନ ଦେଖିବାକୁ ପସନ୍ଦ କରିବ ।