ପ୍ରମୂଖ ଖବର
  • ଅବସର ପରେ କରିପାରିବେ ଶିକ୍ଷକତା, ୬୩୮୭ ଅବସରପ୍ରାପ୍ତ ଶିକ୍ଷକ ହେବେ ଅତିଥି ଶିକ୍ଷକ
  • ||
  • ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି, ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା
  • ||
  • ମୟୂରଭଞ୍ଜ : ସାପ କାମୁଡାରେ ଚାଲିଗଲା ୨ ମହିଳାଙ୍କ ଜୀବନ
  • ||
  • ଅନ୍ନଦାତାଙ୍କୁ ପିଏମ୍ କିଷାନ ଟଙ୍କା, ୯ କୋଟି ୭୧ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୨୦ତମ କିସ୍ତି
  • ||
  • ଅପରେସନ୍ ଅଖଲ; କୁଲଗାମରେ ଏନକାଉଣ୍ଟର, ଆତଙ୍କୀ ନିପାତ
  • ||
  • କରଞ୍ଜିଆ: ବିଲ ମଝିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ; ମହିଳା ମୃତ, ପୁରୁଷ ଗୁରୁତର
  • ||
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ପୁଟିନ ସହଯୋଗୀ ମେଦ୍‌ଭେଦେଭଙ୍କ ‘ଡେଡ୍‌ ହ୍ୟାଣ୍ଡ’ ଧମକ, ରୁଷ ନିକଟରେ ୨ ବୁଡ଼ାଜାହାଜ ମୁତୟନ କଲେ ଟ୍ରମ୍ପ

Published By : Manoj | August 2, 2025 9:15 AM

ୱାଶିଂଟନ ୦୨/୦୮: ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ବୁଡାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ସୋସିଆଲ ମିଡିଆ ଟ୍ରୁଥ ସୋସିଆଲରେ ସେ ଏହି  ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ରୁଷକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଟ୍ରମ୍ପ ମଧ୍ୟ ଧମକ ଦେଇଛନ୍ତି । ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରି ମେଦ୍‌ଭେଦେଭଙ୍କ ଉତ୍ତେଜନା ସୃଷ୍ଟିକାରୀ ବୟାନ  ପରିପ୍ରେକ୍ଷୀରେ ଟ୍ରମ୍ପ ଏଭଳି ପଦକ୍ଷେପ ନେଇଛନ୍ତି । 

ଟ୍ରମ୍ପ ଲେଖିଛନ୍ତି ଯେ ମେଦଭେଦେଭଙ୍କ ଉତ୍ତେଜନା ସୃଷ୍ଟିକାରୀ ବୟାନକୁ ଦୃଷ୍ଟିରେ ରଖି ସେ ୨ଟି ବୁଡାଜାହାଜକୁ ଉପଯୁକ୍ତ କ୍ଷେତ୍ରରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି । ଏଭଳି ମୂର୍ଖତା  ଓ ଉତ୍ତେଜନା ସୃଷ୍ଟିକାରୀ ବୟାନ କେବଳ ଶବ୍ଦରେ ସୀମିତ ରହୁ । ନଚେତ ଆମେ ବି ପ୍ରସ୍ତୁତ । ଶବ୍ଦର ବହୁତ ମହତ୍ତ୍ୱ ରହିଛି । ବେଳେବେଳେ ଏହା  ଅଜାଣତରେ ଗମ୍ଭୀର ପରିଣାମ ଆଡକୁ ନେଇଯାଏ । ମୋର ବିଶ୍ୱାସ ଅଛି କି ଏଥର ସେଭଳି ହେବନାହିଁ । ଏହା ପୂର୍ବରୁ ରୁଷ ଠାରୁ ତୈଳ କିଣୁଥିବାରୁ ଜୁଲାଇ  ୩୦ ତାରିଖରେ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ  ଟାରିଫ ଲଗାଇଥିଲେ । ପରଦିନ ଟ୍ରମ୍ପ ଭାରତ ଓ ରୁଷର  ଅର୍ଥନୀତିକୁ ଡେଡ୍‌ ଇକୋନୋମି (ମୃତ ଅର୍ଥବ୍ୟବସ୍ଥା)  ବୋଲି କହିଥିଲେ । ଭାରତ ଓ ରୁଷ ନିଜର ମୃତ ଅର୍ଥ  ବ୍ୟବସ୍ଥାକୁ ନେଇ ବୁଡନ୍ତୁ, ମୋର କିଛି ଯାଏଆସେ  ନାହିଁ ବୋଲି କହିଥିଲେ ।

ଟ୍ରମ୍ପଙ୍କୁ ଏହାର ଜବାବ ଦେବାକୁ ଯାଇ ମେଦ୍‌ଭେଦେଭ୍‌  କହିଥିଲେ କି ଟ୍ରମ୍ପ ଯେଉଁ ଦେଶକୁ ମୃତ ବୋଲି କହୁଛନ୍ତି ତାକୁ  ଏତେ ହାଲୁକାରେ ନେବା ଉଚିତ ନୁହେଁ । ମୃତ ଅର୍ଥ ବ୍ୟବସ୍ଥା କହିବା ପୂର୍ବରୁ ଟ୍ରମ୍ପ ନିଜ ପସନ୍ଦର ଫିଲ୍ମ ‘ୱାକିଂ ଡେଡ’ କଥା ମନେ ପକାଇବା ଉଚିତ। ବର୍ତ୍ତମାନ ଅସ୍ତିତ୍ୱରେ ନ ଥିଲେ  ମଧ୍ୟ ‘ଡେଡ୍‌ ହ୍ୟାଣ୍ଡ’ର ଶକ୍ତି କେତେ ଯେ ବିପଜ୍ଜନକ ତାହା  ଟ୍ରମ୍ପ ଭଲ ଭାବେ ଜାଣିବା ଆବଶ୍ୟକ । 

ସୂଚନାଯୋଗ୍ୟ ଯେ  ‘ଡେଡ୍‌ ହ୍ୟାଣ୍ଡ’ ହେଉଛି ରୁଷର ଏକ ପୁରୁଣା ଆଣବିକ  ଅସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁସାରେ  ରୁଷ ଉପରେ ଯଦି ଆକ୍ରମଣ କରାଯାଏ କିମ୍ବା ଦେଶର  ନେତୃତ୍ୱ ଯଦି ଅସମର୍ଥ ହୁଅନ୍ତି ତେବେ ରୁଷ ସ୍ୱୟଂ  ଜବାବୀ ପରମାଣୁ ଆକ୍ରମଣ କରିପାରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.