ପ୍ରମୂଖ ଖବର
  • ପୋପ୍ ପ୍ରାନ୍‌ସିସ୍‌ଙ୍କ ବିୟୋଗରେ ରାଜ୍ୟରେ ୩ ଦିନିଆ ଶୋକ
  • ||
  • ପୁରୀ: ବୁଧବାର ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ଅପରାହ୍ନ ୫ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ବାଣୀବିହାର କ୍ୟାମ୍ପସ୍‌ରୁ ହଟିବେ ଅଣଛାତ୍ର, ପୁଲିସ ଡିଜିଙ୍କୁ ଚିଠି ଲେଖିଲେ କୁଳପତି
  • ||
  • କଳାହାଣ୍ଡି: ଲୁଗା ଶୁଖାଇବା ବେଳେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା, ମା’ କୁ ବଞ୍ଚାଇବାକୁ ଯାଇ ଚାଲିଗଲା ପୁଅର ଜୀବ
  • ||
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

Trump: ଭାରତକୁ ଧମକ ଦେଲେ ଟ୍ରମ୍ପ; କହିଲେ ଭାରତ ଟାରିଫ କମ କରିବ, ନହେଲେ...

Published By : Bijay Swain | March 20, 2025 11:09 PM

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତକୁ ଖୋଲା ଧମକ। କହିଲେ ଭାରତ ଯଦି ଆମେରିକୀୟ ସାମଗ୍ରୀ ଉପରେ ଜଲଦି ଶୁଳ୍କ ହ୍ରାସ ନକରିବ ତେବେ ଏହାର ପରିଣାମ ଭୟଙ୍କର ହେବ। ଯଦି ଭାରତ ଏପରି ନ କରେ, ତେବେ ଆସନ୍ତା ୨ ଏପ୍ରିଲରୁ ତାଙ୍କ ସରକାର ମଧ୍ୟ ଭାରତ ଦ୍ୱାରା ଲାଗୁ ହୋଇଥିବା ଶୁଳ୍କ ବିପକ୍ଷରେ ଭାରତ ଉପରେ ସମାନ ଶୁଳ୍କ ଲାଗୁ କରିବ। ଭାରତ-ପଶ୍ଚିମଏସିଆ-ୟୁରୋପ ଅର୍ଥନୈତିକ କରିଡର ସମ୍ପର୍କ ଉପରେ ଆଲୋଚନା କରି ଟ୍ରମ୍ପ ଏହିଭଳି ବୟାନ ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ଆମେରିକାର ଶତ୍ରୁ ଦେଶଗୁଡ଼ିକ ସହ ମୁକାବିଲା କରିବାରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି।

ଟ୍ରମ୍ପ ଏହି ଆଲୋଚନା ସମୟରେ କହିଛନ୍ତି ଯେ “ମତେ ଭାରତକୁ ନେଇ ସେମିତି କିଛି ସମସ୍ୟା ନାହିଁ। କିନ୍ତୁ ଦୁନିଆର ସବୁଠୁ ଅଧିକ ଟାରିଫ ଲଗାଉଥିବା ଦେଶ ଭିତରେ ଭାରତ ମଧ୍ୟ ଯାଉଛି। କିନ୍ତୁ ମୁଁ ଚିନ୍ତା କରେ କି ଭାରତ ମୋ କଥା ମାନି ଟାରିଫ କମ କରିବ। କାରଣ ଆସନ୍ତା ୨ ଏପ୍ରିଲ ଠୁ ଆମେ ମଧ୍ୟ ଭାରତ ଉପରେ ସମାନ ଟାରିଫ ବ୍ୟବସ୍ଥା ଲଗାଇବାକୁ ଯାଉଛୁ ଯାହା ଭାରତ ଆମ ଉପରେ ଲଗାଉଛି।” ଆପଣଙ୍କୁ ଜଣାଇରଖୁ ଯେ ଆସନ୍ତା ଏପ୍ରିଲ ୨ ତାରିଖ ପରଠୁ ଆମେରିକା ସମସ୍ତ ଦେଶ ଗୁଡିକ ଉପରେ ସମାନ ଟାରିଫ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି। ଯାହାଫଳରେ ଆମେରିକାର ବ୍ୟାପାର ସହଯୋଗୀ ଦେଶ ଗୁଡିକ ଆମେରିକା ଉପରେ ଲାଗୁ କରୁଥିବା ଟାରିଫକୁ ଆମେରିକା ଉକ୍ତ ଦେଶ ଗୁଡିକ ଉପରେ ଲଗାଇବାକୁ ଯାଉଛି। 

ସୂଚନା ମୁତାବକ, ଚଳିତ ମାସ ପ୍ରଥମାର୍ଦ୍ଧରେ ଭାରତ ଟାରିଫ କମ କରିବାକୁ ରାଜି ଅଛି ବୋଲି ଟ୍ରମ୍ପ ଘୋଷଣା କରିଥିଲେ। ତେବେ ଗତ ମାର୍ଚ୍ଚ ୧୦ ତାରିଖରେ ଭାରତର ବାଣିଜ୍ୟ ସଚିବ ସୁନୀଲ ବର୍ଥୱାଲ ଉଭୟ ଦେଶ ମଧ୍ୟରେ ଏନେଇ କଥାବର୍ତ୍ତା ଜାରି ରହିଛି ବୋଲି ସଂସଦୀୟ ସମିତି ସମ୍ମୁଖରେ କହିଥିଲେ। ଏବେ ଯାଏ ଏହା ଉପରେ କୈଣସି ନିଷ୍କର୍ସ ବାହାରି ନାହିଁ। ଅନ୍ୟପଟେ ଟ୍ରମ୍ପ ଭାରତକୁ ବହୁତ ଅଧିକ ଟାରିଫ ନେଉଥିବା ଦେଶ କହିବା ସହିତ ଏହାକୁ ପକ୍ଷପାତିତା ବୋଲି କହିଛନ୍ତି। ଏହା ସହ ପୂର୍ବରେ ଭାରତ ଟାରିଫ କିଙ୍ଗ ବୋଲି ଟ୍ରମ୍ଫ ଏକ ବୈଠକରେ କହୁଥିବା ଶୁଣିବାକୁ ମିଳିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.