ନୂଆଦିଲ୍ଲୀ ୨୪/୦୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋସିଆଲ ମିଡିଆରେ ଏକ ଏଆଇ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଜଣେ କମେଡିଆନ୍ଙ୍କୁ ଅଳିଆ ଡବା ଭିତରକୁ ଫିଙ୍ଗୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ବିବାଦ ଉପୁଜିଛି । କମେଡିଆନ୍ ଷ୍ଟିଫେନ୍ କୋଲବର୍ଟ ଓ ଟ୍ରମ୍ପ୍ଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ଶତ୍ରୁତା ରହିଛି । କୋଲବର୍ଟ ନିଜ ଶୋ’ରେ ଲଗାତାର ଟ୍ରମ୍ପ୍, ତାଙ୍କ ନୀତି ଓ ମାଗା ଆନ୍ଦୋଳନକୁ ପରିହାସ କରିଆସିଛନ୍ତି । ଟ୍ରମ୍ପ୍ ମଧ୍ୟ ସୋସିଆଲ ମିଡିଆରେ ବାରମ୍ବାର କୋଲବର୍ଟଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି ।
— Donald J. Trump (@realDonaldTrump) May 22, 2026
ଗତ ଶୁକ୍ରବାର କୋଲବର୍ଟ ପ୍ରାୟ ୧୧ ବର୍ଷ ପରେ ସିବିଏସ୍ର ‘ଦ ଲେଟ୍ ଶୋ’ରୁ ବିଦାୟ ନେଲେ । ଏହା ଶେଷ ହେବା ମାତ୍ରେ ଟ୍ରମ୍ପ୍ ଏକ ଏଆଇ ଭିଡିଓ ଶେୟାର କଲେ । ଏଥିରେ ସେ କମେଡିଆନ୍ କୋଲବର୍ଟଙ୍କୁ ଘୋସାଡ଼ି ଅଳିଆ ଡବାରେ ଫିଙ୍ଗିଛନ୍ତି ଏବଂ ତା’ପରେ ନିଜର ପ୍ରସିଦ୍ଧ ନୃତ୍ୟ କରୁଛନ୍ତି । ଏହି ସମୟରେ ପ୍ରଚ୍ଛଦରେ ‘ୱାଇଏମ୍ସିଏ’ ଗୀତ ବାଜୁଛି । ‘ଦ ଲେଟ୍ ଶୋ’ ବନ୍ଦ ହେବା ବିଷୟରେ ସିବିଏସ୍ କହିଛି, ଆର୍ଥିକ କାରଣ ଯୋଗୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ କିଛି କହୁଛନ୍ତି, ଏହା ପଛରେ ରାଜନୈତିକ ଚାପ ଥାଇପାରେ ।
ଆହୁରି ପଢ଼ନ୍ତୁ...WhiteHouse Shooting: ଟ୍ରମ୍ପଙ୍କ ଶତ୍ରୁ କିଏ ? ମାସକରେ ଦ୍ୱିତୀୟ ଥର ହମ୍ଲା... ହ୍ୱାଇଟ୍ ହାଉସ୍ ବାହାରେ ୨୫ ରାଉଣ୍ଡ ଗୁଳିମାଡ଼