କେନ୍ଦୁଝର ସଦର,୨୮/(ଆପ୍ର)ସଦର ଥାନା ଅଞ୍ଚଳରେ ବଡ଼ ଧରଣର ହାତୀ ଦାନ୍ତ କାରବାର ବେଳେ ବନବିଭାଗ ଓ ପୋଲିସର ମିଳିତ ଚଢାଉ।  ହାତୀ ଦାନ୍ତ ଜବତ କରିବା ସହ ୩ ଜଣଙ୍କୁ  ପୋଲିସ ଗିରଫ କରିଛି। ଶୁଆକାଟୀ ତେନ୍ତୁଳି ଠାରେ ହାତୀଦାନ୍ତକୁ ନେଇ ମୁଲଚାଲ ଚାଲିଥିଲା। ଏହି ସମୟରେ ଖବର ପାଇ ବନବିଭାଗ ଏବଂ ସଦର ପୋଲିସର ମିଳିତ ଭାବେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ହାତୀ ଦାନ୍ତ ସହ ତିନି ମାଫିଆଙ୍କୁ ପୋଲିସ ଟିମ ମାଡି ବସିଥିଲା। ଘଟଣାର  ତଦନ୍ତ ଚାଲିଛି।