ନୂଆଦିଲ୍ଲୀ, ୨୬/୦୩ : ସାରା ବିଶ୍ଵରେ ମାଡ଼ି ଗଲାଣି ଯକ୍ଷ୍ମା। ସବୁଆଡ଼େ ଖୁଁ ଖାଁ... ଦିନକୁ ଆକ୍ରାନ୍ତ ହେଉଛନ୍ତି ୨୯ ହଜାରରୁ ଅଧକ। ପ୍ରତି ୨୪ ଘଣ୍ଟାରେ ଯାଉଛି ୩୩୦୦ରୁ ଅଧିକ ଜୀବନ। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ତଥ୍ୟକୁ ନେଇ ଉଦବେଗ। ଏଭଳି ଗମ୍ଭୀର ସ୍ଥିତିକୁ ଦେଖି ଯକ୍ଷ୍ମା ନିପାତ କରିବାକୁ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ଦେଶକୁ ଆହ୍ଵାନ କଲା ଡବ୍ଲୁଏଚଓ।
ଡବ୍ଲ୍ୟୁଏଚ୍ଓ କହିଛି ଯେ, ଯକ୍ଷ୍ମା ଏବେ ମଧ୍ୟ ବିଶ୍ୱର ସବୁଠୁ ଘାତକ ସଂକ୍ରାମକ ରୋଗ ମଧ୍ୟରୁ ଅନ୍ୟତମ । ୨୦୦୦ ମସିହା ପରଠାରୁ ଯକ୍ଷ୍ମା ବିରୋଧରେ ବୈଶ୍ୱିକ ଉଦ୍ୟମ ଯୋଗୁ ପ୍ରାୟ ୮୩ ନିୟୁତ ଜୀବନ ବଞ୍ଚାଯାଇପାରିଛି । ତେବେ ଏହି କ୍ଷେତ୍ରରେ ଆହୁରି ଅନେକ ଦୂର ଯିବାକୁ ହେବ । ଦେଶମାନେ ଡାୟଗ୍ନୋଷ୍ଟିକ ପରୀକ୍ଷା ସହ ଜିଭ ସ୍ୱାବ୍ ପରୀକ୍ଷା ଉପରେ ଗୁରୁତ୍ୱ ଦେବାକୁ ଡବ୍ଲ୍ୟୁଏଚ୍ଓ ଆହ୍ୱାନ କରିଛି ।
ଯକ୍ଷ୍ମା କେତେ ବିପଦଜନକ?
ଯକ୍ଷ୍ମା ବାୟୁ ମାଧ୍ୟମରେ ବ୍ୟାପିଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କାଶ କିମ୍ବା ଛିଙ୍କରୁ ଏହି ରୋଗ ବାୟୁ ମାଧ୍ୟମରେ ଅନ୍ୟମାନଙ୍କୁ ବ୍ୟାପିଥାଏ। ଏହାର ତୁରନ୍ତ ଚିକିତ୍ସା କରାନଗଲେ ଏହା ଘାତକ ହୋଇପାରେ। ଚିକିତ୍ସା ମାଧ୍ୟମରେ ଯକ୍ଷ୍ମାକୁ ପ୍ରତିହତ କରାଯାଇପାରିବ ଏବଂ ସଠିକ୍ ଔଷଧ ସହିତ ରୋଗୀମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ। ତଥାପି, ସଚେତନତା ଅଭାବ ଏବଂ ବିଳମ୍ବରେ ରୋଗ ନିର୍ଣ୍ଣୟ ଯୋଗୁଁ ଏହି ରୋଗରେ ବହୁମୂଲ୍ୟ ଜୀବନ ଯାଉଛି।
WHOର ବିଶ୍ୱ ଯକ୍ଷ୍ମା ରିପୋର୍ଟ ୨୦୨୫ ଅନୁଯାୟୀ, ୨୦୨୪ ମସିହାରେ ସାରା ବିଶ୍ୱରେ ପ୍ରାୟ ୧.୦୭ କୋଟି ଲୋକ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫୮ ଲକ୍ଷ ପୁରୁଷ ପୁରୁଷ, ୩୭ ଲକ୍ଷ ମହିଳା ଏବଂ ୧୨ ଲକ୍ଷ ପିଲା ଥିଲେ। ସେହି ବର୍ଷ ପ୍ରାୟ ୧୨.୩ ଲକ୍ଷ ଲୋକ ଯକ୍ଷ୍ମାରେ ପ୍ରାଣ ହରାଇଥିଲେ। ସେମାନଙ୍କ ମଧ୍ୟରେ ୧.୫ ଲକ୍ଷ HIV ସଂକ୍ରମିତ ଥିଲେ। ବିଶ୍ଵରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି, କିନ୍ତୁ ଆଶାନୁରୂପ ପ୍ରଗତି ହୋଇନାହିଁ। ୨୦୧୫ ରୁ ୨୦୨୪ ମଧ୍ୟରେ ଯକ୍ଷ୍ମା ମାମଲା ମାତ୍ର ୧୨.୩ ପ୍ରତିଶତ ହ୍ରାସ ପାଇଛି।
ଏହି ଖବରଟିକୁ ପଢନ୍ତୁ- ଆନ୍ଧ୍ର ପ୍ରଦେଶରେ ଭୟଙ୍କର ସଡ଼କ ଦୁର୍ଘଟଣା; ବସକୁ ଧକ୍କା ଦେଲା ଟ୍ରକ୍, ୧୦ ଜୀବନ୍ତ ଦଗ୍ଧ