ମେଷ: ଏକାଦଶଚନ୍ଦ୍ର । ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ । ବ୍ୟବସାୟରେ ଉନ୍ନତି । ଶତ୍ରୁମାନେ ପରାଜିତ ହେବେ । ଗୃହେ ଆନନ୍ଦ । ନିଜବାଣୀ ଉପରେ ନିୟନ୍ତ୍ରଣ ରଖିବେ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଶରୀରରେ ସାମାନ୍ୟ ଥକ୍କାପଣ ଅନୁଭବ କରିପାରନ୍ତି । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । କର୍ମକ୍ଷେତ୍ରରେ ପଦୋନ୍ନତିଯୋଗ ।
ଶୁଭରଙ୍ଗ: ନାଲି, ଧଳା
ବୃଷ: ଦଶମଚନ୍ଦ୍ର । ଆର୍ଥିକକ୍ଷେତ୍ରରେ ଉନ୍ନତି । କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି । ଅଧିକାରୀମାନେ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ସମାଜରେ ସମ୍ମାନ ବୃଦ୍ଧି । ଆୟ ବୃଦ୍ଧିହେବ । ନିବେଶରୁ ଲାଭ ମିଳିବ । ଅଧିକ ଖର୍ଚ୍ଚ ହୋଇପାରେ । ଗୃହେ ଆନନ୍ଦ । ମାନସିକ ଶାନ୍ତି । ବନ୍ଧୁଙ୍କଠାରୁ ସାହାଯ୍ୟପ୍ରାପ୍ତି ।
ଶୁଭରଙ୍ଗ: ଧଳା, ଈଷତ୍ହଳଦିଆ
ମିଥୁନ: ନବମ ଚନ୍ଦ୍ର । ଉଚ୍ଚ ପଦସ୍ଥ ଅଫିସର ମାନଙ୍କ ସାହାଯ୍ୟପ୍ରାପ୍ତି । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଦୂର ଯାତ୍ରା କରିପାରନ୍ତି । ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଧନଲାଭ ଯୋଗ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଗୃହେ ଆନନ୍ଦ । ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ଚିନ୍ତା ଲାଗି ରହିବ ।
ଶୁଭରଙ୍ଗ: ହଳଦିଆ, ସବୁଜ
କର୍କଟ: ଅଷ୍ଟମଚନ୍ଦ୍ର । ଅର୍ଥ ବ୍ୟୟ । କର୍ମକ୍ଷେତ୍ରରେ ଚାପ ବଢ଼ିପାରେ । କାର୍ଯ୍ୟରେ ବାଧାବିଘ୍ନ ଘଟିପାରେ । ସହକର୍ମୀଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବାଦବିବାଦ ହେବାର ସମ୍ଭାବନା ଅଛି । ଗୁପ୍ତ ଶତ୍ରୁବୃଦ୍ଧି ହୋଇପାରନ୍ତି । ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଧନ ଲାଭ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରିବେ । ଦୂରଯାତ୍ରା ନିଷେଧ ।
ଶୁଭରଙ୍ଗ: ଧଳା, ଈଷତ୍ହଳଦିଆ
ସିଂହ: ସପ୍ତମଚନ୍ଦ୍ର । କର୍ମକ୍ଷେତ୍ରରେ ସଫଳତାପ୍ରାପ୍ତି । ସାମାଜିକ କାର୍ଯ୍ୟରେ ଯୋଗଦାନ ଦେବେ । ସମାଜରେ ସମ୍ମାନ ବୃଦ୍ଧି । ସ୍ୱାସ୍ଥ୍ୟ ଭଲ ରହିବ । ଆର୍ଥିକଲାଭ । ଗୃହେ ଆନନ୍ଦ । କ୍ଲେଶ ଦୂରହେବ । ଉଚ୍ଚ ପଦସ୍ଥ ଅଫିସରମାନଙ୍କ ସାହାଯ୍ୟପ୍ରାପ୍ତି । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ ।
ଶୁଭରଙ୍ଗ: କେଶରୀ, ନାଲି
କନ୍ୟା: ଷଷ୍ଠଚନ୍ଦ୍ର । ବନ୍ଧୁ ସହଯୋଗ ପ୍ରାପ୍ତି । ଶତ୍ରୁମାନେ ପରାଜୟ ହେବେ । ରାଜନୀତି କ୍ଷେତ୍ରରେ ଉନ୍ନତି । ଚାକିରିକ୍ଷେତ୍ରରେ ପ୍ରଶଂସିତ ହେବେ । ଋଣ ମୁକ୍ତ ହେବେ । ଆୟ ଅଧିକ ହେବ । ବ୍ୟବସାୟରେ ଉନ୍ନତି । କୋର୍ଟକଚେରି ମାମଲାରେ ଜୟଯୁକ୍ତ । କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତି ।
ଶୁଭରଙ୍ଗ: ସବୁଜ, ଧଳା
ତୁଳା: ପଞ୍ଚମ ଚନ୍ଦ୍ର । ବିଦ୍ୟାର୍ଥୀ ଓ କୀଡ଼ାବିତ୍ମାନେ ସଫଳ ହେବେ । କର୍ମକ୍ଷେତ୍ରରେ ପ୍ରଶଂସା । ନୂତନ ଯୋଜନା କରିପାରନ୍ତି । କୌଣସି ଶୁଭ ଖବର ମିଳିପାରେ । ଧନ ପ୍ରାପ୍ତିଯୋଗ । ନିବେଶ କରିବା ସମୟରେ ସାବଧାନତା । ସ୍ୱାସ୍ଥ୍ୟ ଭଲ ରହିବ । ଯାନବାହନ କ୍ରୟ କରିପାରନ୍ତି । ଚାକିରି କ୍ଷେତ୍ରରେ ଉନ୍ନତି । ଜମିବାଡ଼ି କ୍ରୟ କରିପାରନ୍ତି ।
ଶୁଭରଙ୍ଗ: ଆକାଶୀ ନୀଳ, ଧଳା
ବିଛା: ଚତୁର୍ଥ ଚନ୍ଦ୍ର । ମାନ ସମ୍ମାନ ହାନିହେବାର ସମ୍ଭାବନା ଅଛି । ଚାକିରି କ୍ଷେତ୍ରରେ ଚାପ ବଢ଼ିପାରେ । ମାନସିକ କ୍ଲାନ୍ତି । ଜମିବାଡ଼ି କ୍ରୟ କରିପାରନ୍ତି । ଯାନବାହନ କିଣି ପାରନ୍ତି । ବାପାମା’ଙ୍କର ସେବା କରିବେ । ପରିବାରରେ ମନାନ୍ତର ହୋଇପାରେ । ଧୈର୍ଯ୍ୟ ରଖନ୍ତୁ । ଅଧିକ ଖର୍ଚ୍ଚ ହୋଇପାରେ । ବ୍ୟବସାୟରେ ଉନ୍ନତି ।
ଶୁଭରଙ୍ଗ: ଗାଢ଼ ନାଲି, ମେରୁନ୍
ଧନୁ: ତୃତୀୟଚନ୍ଦ୍ର । କର୍ମକ୍ଷେତ୍ରରେ ପରାକ୍ରମ ବଢ଼ିବ । ବିନିଯୋଗ କରିପାରନ୍ତି । ଦୂର ଯାତ୍ରା କରିପାରନ୍ତି । ବନ୍ଧୁମାନଙ୍କ ସାହାଯ୍ୟପ୍ରାପ୍ତି । ଆୟବୃଦ୍ଧି । ଶରୀର ସୁସ୍ଥ ରହିବ । ମାନସିକ ଶାନ୍ତି । ରୋଗମୁକ୍ତ ହୋଇପାରିବେ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଖାଦ୍ୟ ପ୍ରତି ସତର୍କ ରହିବେ ।
ଶୁଭରଙ୍ଗ: ହଳଦିଆ, ସୁନେଲି
ମକର: ଦ୍ୱିତୀୟଚନ୍ଦ୍ର, ଘାତବାର । ଦୂରଯାତ୍ରା ନିଷେଧ । ନିଜବାଣୀଉପରେ ନିୟନ୍ତ୍ରଣ ରଖିବେ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି । ପରିବାରରେ ମନୋମାଳିନ୍ୟ ହୋଇପାରେ । ଅର୍ଥ ବ୍ୟୟ ହୋଇପାରେ । ଯାନବାହନ ପ୍ରତି ସତର୍କତା ।
ଶୁଭରଙ୍ଗ: କଳା, ନୀଳ
କୁମ୍ଭ : ଶ୍ରୀଚନ୍ଦ୍ର । ନୂତନ ଦବ୍ୟଲାଭ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ବ୍ୟବସାୟରେ ଲାଭ । ମାନ ସମ୍ମାନ ବୃଦ୍ଧି । ଆର୍ଥିକ ଉନ୍ନତି । ପରିବାରରେ ହସଖୁସି ପରିବେଶ ରହିବ । ମନରେ ଉତ୍ସାହ ରହିବ । ସ୍ୱାସ୍ଥ୍ୟ ଭଲ ରହିବ । ଧାର୍ମିକ କାର୍ଯ୍ୟରେ ଯୋଗଦାନ ଦେବେ । ଯାନବାହନ କ୍ରୟ କରିପାରନ୍ତି ।
ଶୁଭରଙ୍ଗ : ନୀଳ, ଆକାଶୀ
ମୀନ: ଦ୍ୱାଦଶଚନ୍ଦ୍ର । ନୂତନ ନିବେଶ କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ବାଧାବିଘ୍ନ ଘଟିପାରେ । ସହକର୍ମୀଙ୍କ ସହ ମତଭେଦ ହୋଇପାରେ । ଯାନବାହନ ପ୍ରତି ସାବଧାନ । ଶରୀରରେ କଷ୍ଟ ଦେଖା ଦେଇପାରେ । ଟଙ୍କା ନେବା ଦେବାରେ ସତର୍କ ରହିବେ । ଅର୍ଥ ବ୍ୟୟ ହୋଇପାରେ । କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରିବେ ।
ଶୁଭରଙ୍ଗ: ହଳଦିଆ, ସୁନେଲି