ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ତୁର୍କୀର ଏକ ସ୍କି ରିସର୍ଟ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ୩୨ ଆହତ…

Published By : Ladu Kishor | January 21, 2025 5:25 PM

ନୂଆଦିଲ୍ଲୀ: ଉତ୍ତର-ପଶ୍ଚିମ ତୁର୍କୀର ଏକ ସ୍କି ରିସର୍ଟର ଏକ ହୋଟେଲରେ ଗତକାଲି (ସୋମବାର) ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କର ମୃତ୍ୟୁ ହୋଇଛି ।  ଏଥି ସହ ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀ ମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଗୃହମନ୍ତ୍ରୀ ଅଲି ଅରଲିକାୟା କହିଛନ୍ତି ଯେ, ବୋଲୁ ପ୍ରଦେଶର କାର୍ଟାଲକାୟା ରିସର୍ଟର ଏକ ହୋଟେଲର ଏକ ରେଷ୍ଟୁରାଣ୍ଟରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିଲା । ମିଳିଥିବା ଭିଡିଓରୁ ଦେଖିବାକୁ ମିଳିଛି ଯେ, ହୋଟେଲର ଛାତ ଏବଂ ଉପର ମହଲାରେ ନିଆଁ ଲାଗିଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। 

ସରକାରୀ ଆନାଡୋଲୁ ନ୍ୟୁଜ୍ ଏଜେନ୍ସି ରାଜ୍ୟପାଳ ଅବଦୁଲ୍ ଅଜିଜ୍ ଆୟଦିନଙ୍କ ସୂଚନା ଅନୁଯାୟୀ ରିପୋର୍ଟ କରିଛି ଯେ, ଭୟଭୀତ ହୋଇ କୋଠାରୁ ଡେଇଁ ପଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଲୋକ ଚାଦର ସାହାଯ୍ୟରେ ସେମାନଙ୍କ କୋଠରୀରୁ ତଳକୁ ଆସିବାକୁ ଚେଷ୍ଟା କରିଥିଲେ। ଆୟଦିନ କହିଛନ୍ତି ଯେ ହୋଟେଲରେ ୨୩୪ ଜଣ ଅତିଥି ରହିଥିଲେ।

ହୋଟେଲର ସ୍କି ପ୍ରଶିକ୍ଷକ ନେକମି କେପେସୁଟନ୍ କହିଛନ୍ତି ଯେ, ଅଗ୍ନିକାଣ୍ଡ ଘଟିବା ସମୟରେ ସେ ଶୋଇଥିଲେ। ଘଟଣା ପରେ ସେ କୋଠା ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ହୋଟେଲରୁ ପ୍ରାୟ ୨୦ ଜଣ ଅତିଥିଙ୍କୁ ବାହାର କରିବାରେ ସାହାଯ୍ୟ କରିଥିଲେ। ସେ କହିଛନ୍ତି ଯେ ହୋଟେଲ ଧୂଆଁରେ ପରିପୂର୍ଣ୍ଣ ଥିଲା, ଯାହା ଅତିଥି ମାନଙ୍କ ପାଇଁ ନିଆଁରୁ ରକ୍ଷା ପାଇବା କଷ୍ଟକର ହୋଇପଡୁଥିଲା। 

ତେବେ ଆୟଦିନଙ୍କ କାର୍ଯ୍ୟାଳୟ କହିଛି ଯେ ଘଟଣାସ୍ଥଳକୁ ୩୦ଟି ଉଦ୍ଧାର ଟ୍ରକ୍ ଏବଂ ୨୮ଟି ଆମ୍ବୁଲାନ୍ସ ପଠାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ରିସର୍ଟର ଅନ୍ୟ ହୋଟେଲ ଗୁଡ଼ିକୁ ଖାଲି କରାଯାଇଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.